ଓଡ଼ିଆ ମ୍ୟୁଜିକ୍‌ ଏକ୍ସିଲେନ୍ସି ଆୱାର୍ଡ-୨୦୧୯: ସମ୍ବର୍ଦ୍ଧିତ ହେଲେ ୨୫ ପ୍ରତିଭା

କଟକ ଅଫିସ,୧ା୧୨: ଶହୀଦ ଭବନଠାରେ ହ୍ବାଇଟ କାନଭାସ, ହେରାଲଡ ଓ ଦି ମେସେଞ୍ଜର୍ସର ମିଳିତ ଆନୁକୂଲ୍ୟରେ ରୁଚି ପ୍ରଥମ ଓଡ଼ିଆ ମ୍ୟୁଜିକ ଏକ୍ସିଲେନ୍ସି ଆୱାର୍ଡ-୧୯ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ମହମ୍ମଦ ମୋକିମ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ସଙ୍ଗୀତ ବିନା ମଣିଷର ଜୀବନ ଅଧୁରା ବୋଲି କହିଥିଲେ। ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କୁ ଏପର୍ଯ୍ୟନ୍ତ ପଦ୍ମଶ୍ରୀ ସମ୍ମାନ ନ ମିଳିବା ଦୁଃଖର ବିଷୟ ବୋଲି ମୋକିମ କହିଥିଲେ। ଆଗାମୀ ଦିନରେ ଏହି ବିଷୟକୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ସଙ୍ଗୀତ ଜଗତର ୨୫ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର, ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କୁ ଚିର ସବୁଜ ଗାୟକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ଅକ୍ଷୟଙ୍କ ପୁତ୍ର ମିତ୍ରଭାନୁ ମହାନ୍ତି ଏହି ସମ୍ମାନ ଗ୍ରହଣ କରିଥିଲେ। ଏହାଛଡ଼ା ଅରୂପଲାଲ ଘୋଷଙ୍କୁ ଶ୍ରେଷ୍ଠ ସଙ୍ଗୀତ ଗୁରୁ ସମ୍ମାନ, ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କୁ କିମ୍ବଦନ୍ତୀ ଗୀତିକାର, ସୁବାସ ଦାସଙ୍କୁ କିମ୍ବଦନ୍ତୀ କଣ୍ଠଶିଳ୍ପୀ, ହ୍ୟୁମାନ ସାଗରଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର କଣ୍ଠଶିଳ୍ପୀ(ପୁରୁଷ), ଦୀପ୍ତିରେଖା ପାଢ଼ୀଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର କଣ୍ଠଶିଳ୍ପୀ(ମହିଳା), ଶଶାଙ୍କ ଶେଖରଙ୍କୁ ଶ୍ରେଷ୍ଠ ଆଲବମ୍‌ କଣ୍ଠଶିଳ୍ପୀ(ପୁରୁଷ), ଅମ୍ରିତା ନାୟକଙ୍କୁ ଶ୍ରେଷ୍ଠ ଆଲବମ କଣ୍ଠଶିଳ୍ପୀ(ମହିଳା) ଭାବେ ସମ୍ମାନିତ କରାଯାଇଛି। ସଙ୍ଗୀତ ସଂଯୋଜନା କ୍ଷେତ୍ରରେ ବାଦ୍ୟକାର ଯୁଧିଷ୍ଠିର ଦାସ ଓ ସ୍ବର୍ଗତ ରାଧାକାନ୍ତ ନନ୍ଦଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ପ୍ରେମ ଆନନ୍ଦଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ(ଚଳଚ୍ଚିତ୍ର), ଶରତ ନାୟକଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ(ଧାରାବାହିକ), ଆସାଦ ନିଜାମଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ(ଆଲବମ୍‌) ଭାବେ ସମ୍ମାନିତ କରାଯାଇଛି। ସେହିପରି ଶ୍ରେଷ୍ଠ ସାଉଣ୍ଡ ଇଂଜିନିୟର ଭାବେ ଶକ୍ତିସ୍ବ୍ବର ମହାପାତ୍ର, ଶ୍ରେଷ୍ଠ ଗୀତିକାର ଭାବେ ଅରୁଣ ମନ୍ତ୍ରୀ, ଓଲିଉଡ ଆଇକନ ଭାବେ ପଙ୍କଜ ଜାଲ ଓ ଇରା ମହାନ୍ତି, ଶ୍ରେଷ୍ଠ କଣ୍ଠଶିଳ୍ପୀ (ଆଇଟମ ସଙ୍ଗୀତ) ଭାବେ ତାରିକ ଅଜିଜ, ଶ୍ରେଷ୍ଠ ଉଦୀୟମାନ କଣ୍ଠଶିଳ୍ପୀ ଭାବେ ସ୍ବୟଂ ପ୍ରଭାସ ପାଢ଼ୀ ଓ ପ୍ରଜ୍ଞା ପ୍ରସ୍ମିତା ହୋତା, ଶ୍ରେଷ୍ଠ ବହୁମୁଖୀ ପ୍ରତିଭା ଭାବେ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଓ ଅନ୍ତରା ଚକ୍ରବର୍ତ୍ତୀ, ଓଲିଉଡର ଗର୍ବ ଭାବେ କ୍ରିଷ୍ଣା ବେଉରା ସମ୍ମାନିତ ହୋଇଛନ୍ତି। ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଦିଆଯାଇଛି ଲୋକ ପସନ୍ଦ ଆୱାର୍ଡ। ଏହି ଅବସରରେ ସ୍ବର୍ଗତ ରାଧାକାନ୍ତ ନନ୍ଦଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ ପାଇଁ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରୁଚି ମସଲା ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ, ମାତୃପ୍ରସନ୍ନ ମିଶ୍ର, ରଞ୍ଜନ କୁମାର ବିଶ୍ୱାଳ, ଡ. ମନୋଜ ଦାଶ ଓ ପୀୟୂଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବ୍ୟାଙ୍କରୁ ସୁଭଦ୍ରା ଟଙ୍କା ନ ଉଠାଇଲେ ସରକାର…’, ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି।...

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri