ବାହାନଗା,୧୫।୯(ଡି.ଏନ୍.ଏ.): ବାଲେଶ୍ବର ଜଲା ବାହାନଗା ବ୍ଲକ ଅଞ୍ଜି ଗ୍ରାମରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ରବିବାର ୪ ଟି ପଞ୍ଚାୟତର ଗ୍ରାମବାସୀ ବ୍ୟାଙ୍କ ସମ୍ମୁଖ ଅଞ୍ଜି-ଖରାସ୍ତାପୁର ରାସ୍ତାରେ ଧାରଣାରେ ବସିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଅନ୍ୟତ୍ର ସ୍ଥାନାନ୍ତର ହେବା ନେଇ ଗ୍ରାମବାସୀ ଖବର ପାଇଥିଲେ। ଏ ନେଇ ସେମାନେ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି। ଏହା ସହ ଶାଖା ପରିଚାଳକଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବି କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୋରର ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
Posted inଆମ ଜିଲା ଖବର, ବାଲେଶ୍ୱର