‘ଓଡ଼ିଶାର ଗ୍ରାହକ ଆଧୁନିକ ଜ୍ଞାନକୌଶଳରେ ପାରଙ୍ଗମ’

ଯୁବ ଉଦ୍ୟୋଗୀ ବିଜୟ ଦୁଗାର କୋଲକାତାରେ ଜନ୍ମଗ୍ରହଣ କରିଥିବାବେଳେ ୨୦୦୨ରେ ସେଣ୍ଟ ଜାଭିୟର୍‌ କଲେଜରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିଲେ। ୨୦୦୩ରେ ସେ ଉଦ୍ୟୋଗ ଜଗତରେ ପାଦ ଥାପିଥିଲେ। ଏକାଧିକ ମଲ୍ଟି ନ୍ୟାଶନାଲ ବ୍ରାଣ୍ଡ ଷ୍ଟୋରରେ ନିଜର କାର୍ଯ୍ୟଦକ୍ଷତା ଦେଖାଇଥିଲେ। ପୂର୍ବଭାରତର ଗ୍ରାହକଙ୍କୁ ପ୍ରିମିୟମ୍‌ ଆପଲ୍‌ ଉତ୍ପାଦ ଯୋଗାଇଦେବା ଲକ୍ଷ୍ୟରେ ସେ ଆଇଡେଷ୍ଟିନି ପ୍ରତିଷ୍ଠା କରିଥିଲେ। ବିହାର ଓ ଝାଡ଼ଖଣ୍ଡରେ ମାତ୍ର ୩ଟି ଷ୍ଟୋରରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ପୂର୍ବ ଭାରତରେ ୨୦ ଆପଲ୍‌ ଷ୍ଟୋର ଏବଂ ୫ଟି ସ୍ବୀକୃତିପ୍ରାପ୍ତ ସର୍ଭିସ୍‌ ସେଣ୍ଟର୍‌ ରହିଛି। ୨୦୧୯ରେ ଭୁବନେଶ୍ୱର ଏସ୍‌ପ୍ଲାନେଡ୍‌ରେ ଆପଲ୍‌ ପ୍ରିମିୟମ୍‌ ରିସେଲର ଖୋଲାଯାଇଥିଲା। ନିକଟରେ କୋଲକାତାରେ ୪ ହଜାର ବର୍ଗଫୁଟ୍‌ ଜମିରେ ସର୍ବବୃହତ୍‌ ଷ୍ଟୋର ପ୍ରତିଷ୍ଠା କରି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଯୁବ ଉଦ୍ୟୋଗୀ ଦୁଗାରଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…

ପ୍ର- ଓଡ଼ିଶା ବଜାରରେ ପ୍ରିମିୟମ୍‌ ଫୋନ୍‌ର କିପରି ଚାହିଦା ରହିଛି?
ଉ-ପ୍ରିମିୟମ୍‌ ସ୍ମାର୍ଟ ଫୋନ୍‌ କ୍ଷେତ୍ରରେ ଓଡ଼ିଶା ବହୁତ ଆଗରେ ରହିଛି। ଏଠାରେ ଗ୍ରାହକମାନେ ଅତ୍ୟାଧୁନିକ ଗ୍ୟାଜେଟ୍‌ର ବୈଶିଷ୍ଟ୍ୟ, ଜ୍ଞାନକାୈଶଳରେ ବେଶ୍‌ ପାରଙ୍ଗମ। ବିଶେଷକରି ଆପଲ୍‌ ଉପତ୍ାଦଗୁଡ଼ିକ ପ୍ରତି ଆଗ୍ରହ ଦେଖିବାକୁ ମିଳୁଛି, ଯାହା ରାଜ୍ୟରେ ଉଚ୍ଚମାନର ବ୍ରାଣ୍ଡର ଚାହିଦା ବଢ଼ାଉଛି।
ପ୍ର- ଦେଶରେ ରେକର୍ଡ ସଂଖ୍ୟକ ଆଇଫୋନ୍‌ ବିକ୍ରି ହେଉଥିବାବେଳେ ଓଡ଼ିଶାରେ କିପରି ସ୍ଥିତି ରହିଛି?
ଉ- ନିଶ୍ଚିତ ଭାବରେ ଦେଶରେ ଆଖିଦୃଶିଆ ଭାବେ ଆପଲ୍‌ ଉପତ୍ାଦ ବିକ୍ରି ହେବାରେ ଲାଗିଛି। ଓଡ଼ିଶା ଏଥିରୁ ବାଦ୍‌ ପଡ଼ିନାହିଁ। ପ୍ରତିବର୍ଷ ଲଗାତର ଭାବେ ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶାରେ ପ୍ରଥମେ କେବଳ ଏସ୍‌ପ୍ଲାନେଡ୍‌ରେ ଗୋଟିଏ ଷ୍ଟୋର ଖୋଲାଯାଇଥିଲା। ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ୫ ବର୍ଷ ମଧ୍ୟରେ ଶହୀଦନଗର ଓ ପଟିଆରେ ଆଉ ୨ଟି ଷ୍ଟୋର ଖୋଲାଯାଇଛି। କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଇଏମ୍‌ଆଇ ତଥା ଋଣ ସୁବିଧା ପ୍ରଦାନ କରାଯାଉଥିବାରୁ ଗ୍ରାହକ ଏଥିପ୍ରତି ବିଶେଷ ଭାବେ ଆକୃଷ୍ଟ ହେଉଛନ୍ତି।
ପ୍ର- ଇ-କମର୍ସ ପ୍ଲାଟ୍‌ଫର୍ମ ବ୍ୟବସାୟକୁ ପ୍ରଭାବିତ କରୁଛି କି?
ଉ- ଇ-କମର୍ସ ହେଉ ବା ନିକଟବର୍ତ୍ତୀ ଷ୍ଟୋର ସମସ୍ତଙ୍କର ନିଜ ନିଜର ଗ୍ରାହକ ବେସ୍‌ ରହିଛି। ମାତ୍ର ଆପଲ୍‌ ଉପତ୍ାଦ କଥା ଆସିଲେ ଗ୍ରାହକ ବ୍ୟକ୍ତିଗତ ଭାବେ ଷ୍ଟୋରକୁ ଆସି କିଣିବାକୁ ପସନ୍ଦ କରନ୍ତି। ଷ୍ଟୋରକୁ ଆସୁଥିବା ଗ୍ରାହକ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରିବା ପରେ କିଣିବା ସୁଯୋଗ ପାଇଥାନ୍ତି, ଯାହାକି ଅନ୍‌ଲାଇନ୍‌ରେ ସମ୍ଭବ ନୁହେଁ। ତେଣୁ ଇ-କମର୍ସ ପ୍ଳାଟ୍‌ଫର୍ମ ଆମ ବ୍ୟବସାୟକୁ ପ୍ରଭାବିତ କଲାଭଳି ମନେ ହୁଏନାହିଁ। ତେବେ ଷ୍ଟୋରରେ ଉପତ୍ାଦଗୁଡ଼ିକର ଦାମ୍‌ ଅଧିକ ବୋଲି ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି। ମାତ୍ର ଏହା ସତ୍ୟ ନୁହେଁ, ଆମ ଷ୍ଟୋରରେ ଅପେକ୍ଷାକୃତ କମ୍‌ ଦରରେ ଉପତ୍ାଦ ଉପଲବ୍ଧ ହୋଇଥାଏ।
ପ୍ର- ଆଗକୁ କ’ଣ ଯୋଜନା ରହିଛି?
ଉ- ଓଡ଼ିଶାରେ ବ୍ୟବସାୟ ବଢ଼ାଇବାକୁ ଚେଷ୍ଟା କରୁଛୁ। ଗ୍ରାହକମାନେ ନିଜ ନିଜ ଅଞ୍ଚଳରେ ସହଜରେ କିପରି ଆପଲ୍‌ ଉପତ୍ାଦ ପାଇପାରିବେ ସେନେଇ ଯୋଜନା ରହିଛି। ୨୦୨୪ରେ ବହୁ ଯୋଜନାକୁ ରୂପରେଖ ଦିଆଯିବ। କେବଳ ବଡ଼ ବଡ଼ ସହର ନୁହେଁ, ଛୋଟ ସହରରେ ମଧ୍ୟ ଗ୍ରାହକ ହାତପାହାନ୍ତାରେ ପ୍ରିମିୟମ୍‌ ଉତ୍ପାଦ ପାଇପାରିବେ।
ପ୍ର- ଆପଣଙ୍କ ସଫଳତାର ମନ୍ତ୍ର କ’ଣ?
ଉ- ଜଣେ ଉଦ୍ୟୋଗୀ ଭାବେ ମୁଁ ଏତିକି ଶିଖିଛି ଯେ, ସବୁବେଳେ ଅତୀତର ଆରାମଦାୟକ ଜୀବନ ତ୍ୟାଗକରି ନୂଆ ନୂଆ ଆହ୍ବାନକୁ ସାମ୍ନା କରିବା ଦ୍ୱାରା ସଫଳତା ମିଳିଥାଏ। ଗୋଟେ ସମୟ ଥିଲା, ଯେତେବେଳେ ମୁଁ ମୋ ଆଖପାଖ ଅଞ୍ଚଳକୁ ବାଦ୍‌ ଦେଲେ ବାହାର ଦୁନିଆକୁ ଦେଖୁ ନ ଥିଲି। ପରେ ବ୍ୟବସାୟିକ ଅଭିବୃଦ୍ଧି ପାଇଁ ନୂଆ ନୂଆ ବାଟରେ ପାଦ ରଖିଲି। ତେବେ ଡ୍ରିମ୍‌ ଓ୍ବାର୍କ(ସ୍ବପ୍ନ) ପୂରଣ ପାଇଁ ଟିମ୍‌ ଓ୍ବାର୍କ (ଏକତ୍ର କାର୍ଯ୍ୟ କରିବା) ଜରୁରୀ। ତେଣୁ ଯୁବ ଉଦ୍ୟୋଗୀମାନେ ଏଥିପ୍ରତି ଧ୍ୟାନଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri