ଓଭରବ୍ରିଜ୍‌ ଉପରେ ଧକ୍କା ଦେଲା ଟ୍ରକ ୩୦ ଫୁଟ ତଳକୁ ଖସି ବାପ, ପୁଅ ମୃତ

ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ଓଭରବ୍ରିଜ୍‌ ପାଲଟିଛି ଡେଥ୍‌ ଜୋନ୍‌। ଦୁର୍ଘଟଣା ନେଉଛି ବହୁ ଜୀବନ। ସୋମବାର ସକାଳେ ଶହୀଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାର ଛକ ନିକଟ ଓଭରବ୍ରିଜ ଉପରେ ଆଉ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ସ୍କୁଟିରେ ଯାଉଥିବା ବାପା ଓ ପୁଅ ଓଭରବ୍ରିଜର ୩୦ଫୁଟ ତଳକୁ ଖସିପଡ଼ିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍‌ ମଦନପୁର ଗ୍ରାମର ଗଙ୍ଗାଧର ମହାରଣା(୫୫) ଓ ପୁଅ ଲକ୍ଷ୍ମଣ ମହାରଣା(୨୫)। ପୋଲିସ ଉଭୟଙ୍କ ମୃତଦେହକୁ ଜବତ କରି କେସ୍‌ ନଂ.୨୩୫/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ବାପା ଗଙ୍ଗାଧରଙ୍କ ଦେହ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ପୁଅ ଲକ୍ଷ୍ମଣ ଏକ ସ୍କୁଟି(ଓଡି-୨୫ଏଚ୍‌-୬୪୬୦)ରେ ବସାଇ ନୟାଗଡରୁ ସକାଳୁ ବାହାରିଥିଲେ। ସେମାନେ କଟକ ବଡ଼ ମେଡିକାଲକୁ ଯାଇଥାନ୍ତେ। ସକାଳ ପ୍ରାୟ ୯ଟାରେ ସେମାନେ ଆଚାର୍ଯ୍ୟ ବିହାର ଛକ ଉପର ଓଭରବ୍ରିଜ୍‌ ଦେଇ ଯାଉଥିବାବେଳେ ପଛରୁ ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇ ପଳାଇଥିବା କୁହାଯାଉଛି। ଫଳରେ ଉଭୟ ଗଙ୍ଗାଧର ଓ ଲକ୍ଷ୍ମଣ ସ୍କୁଟିରୁ ଛିଟିକି ଓଭରବ୍ରିଜ୍‌ରୁ ତଳକୁ ଖସି ପଡିଥିଲେ। ଘଟଣାସ୍ଥଳରେ ଗଙ୍ଗାଧରଙ୍କର ମୃତ୍ୟୁ ଘଟିଥିବାବେଳେ ଲକ୍ଷ୍ମଣ ଗୁରୁତର ଆହତ ହୋଇଥିଲେ। ପୋଲିସ ଲକ୍ଷ୍ମଣଙ୍କୁ ପିସିଆର ଭ୍ୟାନରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ତାଙ୍କ ଅବସ୍ଥା ଜଟିଳହେବାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସପ୍ତାହ ମଧ୍ୟରେ ଓଭରବ୍ରିଜ୍‌ରେ ଗଲାଣି ୫ ଜୀବନ
ହଂସପାଳ ଛକରୁ ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ଗତ ସପ୍ତାହ ମଧ୍ୟରେ ଏକାଧିକ ଦୁର୍ଘଟଣା ଘଟି ୫ଜଣଙ୍କ ମୃତ୍ୟୁ ଘଟିଛି। ଇସ୍କନ ମନ୍ଦିର ସମ୍ମୁଖ ଓଭରବ୍ରିଜରେ ବାଉଁଶ ବୋଝେଇ ଟ୍ରକ୍‌ ପଛରେ ଏକ ଟ୍ୟାଙ୍କର ପିଟି ହୋଇ ଜଣଙ୍କର ମୃତୁ ଘଟିଥିଲା। ଟ୍ୟାଙ୍କର ଡ୍ରାଇଭର ପେଟରେ ବାଉଁଶ ପଶି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଯାଇଥିଲା। ବରମୁଣ୍ଡା କାଳୀ ମନ୍ଦିର ନିକଟ ଜାତୀୟ ରାଜପଥରେ ସ୍କୁଟିରେ ଯାଉଥିବା ୩ ଛାତ୍ରଙ୍କ ଉପରେ ଟ୍ରକ୍‌ ଚଢ଼ି ଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଓଭରବ୍ରିଜରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏବେ ଲୋକେ ଏହା ଉପର ଦେଇ ଯାତାୟାତ କରିବାକୁ ଭୟ କଲେଣି।
ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ ପାଇଁ କମିଶନରଙ୍କ ନିର୍ଦ୍ଦେଶ
ଟୁଇନ ସିଟି ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ବଢିବା ସହ ଅକାଳରେ ଅନେକ ଜୀବନ ଚାଲିଯାଉଛି। ସପ୍ତାହକ ଭିତରେ ଭୁବନେଶ୍ୱରରେ ୫ଜଣଙ୍କ ଜୀବନ ଯିବା ପରେ କମିଶନରେଟ ପୋଲିସର ଚେତା ପଶିଛି। ଦୁର୍ଘଟଣା ରୋକିବା ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, କଟକ ଭୁବନେଶ୍ୱରର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନକୁ ‘ବ୍ଲାକ୍‌ ସ୍ପଟ’ ଭାବେ ଚିହ୍ନଟ କରାଯିବ। ତୁରନ୍ତ ସେଠାରେ ସ୍ପିଡ୍‌ ବ୍ରେକର ଓ ବ୍ୟାରିକେଡ୍‌ ବ୍ୟବସ୍ଥା କରିବା ପାଇଁ ଟ୍ରାଫିକ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ରାସ୍ତାରେ ଗାଡିମୋଟରର ବେଗ କମାଇବା ପାଇଁ ସ୍ପିଡ୍‌ ଇଣ୍ଟରସେପ୍ଟର ଭ୍ୟାନ ପ୍ୟାଟ୍ରୋଲିଂ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରଘୁବର ଯଦି ଲୋକଙ୍କ ରାଜ୍ୟପାଳ ଥିଲେ ତଡ଼ିଲ କାହିଁକି?

ନୟାଗଡ଼,୧୩।୧(ଲୋକନାଥ ମିଶ୍ର): ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡରେ ଭାଜପାରେ ସାମିଲ ହେବା ପରେ ନୟାଗଡ଼ ବିଧାୟକ ଅରୁଣ ସାହୁ ତାଙ୍କୁ ଟାର୍ଗେଟ କରିଛନ୍ତି।...

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର,୧୩ା୧: ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଜବତ ହୋଇଛି। ଛାତ୍ରୀ ଜଣଙ୍କ...

ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ, ସୌନ୍ଦର୍ଯ୍ୟ ଉପଭୋଗ କରିବେ ସାଧାରଣ ଲୋକେ

ଭୁବନେଶ୍ୱର,୧୩ା୧: ସୋମବାରଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ। ଏହା ୨୨ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଆଜି ଅପରାହ୍ନ ୨.୩୦ରୁ ସାଢ଼େ ୫ଟା...

ମହିଳା କାର୍ଡ ଖେଳିପାରେ ଭାଜପା

ଯାଜପୁର,୧୩ା୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟରେ ଗତ ସାଧାରଣ ନିର୍ବାଚନରେ ଭାଜପା ବିଜୟୀ ହେବା ପଛରେ ଦଳର ସାଙ୍ଗଠନିକ ବଳ ଅପେକ୍ଷା ବିଜେଡି ନେତାଙ୍କ ଅହଙ୍କାର ଓ ବିଭିନ୍ନ...

ଆଜି ଆୟୁଷ୍ମାନ ଭାରତ ଯୋଜନା ଲାଗି ଏମ୍‌ଓୟୁ

ଭୁବନେଶ୍ୱର,୧୩ା୧(ସୁନିତ୍‌ ମିଶ୍ର): ଫେବୃଆରୀରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ। ଏଥିଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହେବ। ଏହାପରେ ହିତାଧିକାରୀମାନଙ୍କୁ...

ଶିମିଳିପାଳ ସୁରକ୍ଷାରେ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ,ଏହାର ପରାକ୍ରମ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ବାରିପଦା,୧୩ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ ଘଟିଛି। ରବିବାର ରାତି ସାଢ଼େ ୯ଟାରେ ମୃତ୍ୟୁ ହୋଇଥିବା...

ଏବେ ଶଙ୍ଖଭବନ ପାଲଟିଛି ହୋଟେଲ, ୮୦ ଟଙ୍କାରେ ମିଳୁଛି ମିଲ୍‌, ଗ୍ରାହକ କହୁଛନ୍ତି ଭିତିରି କଥା…

ଭୁବନେଶ୍ୱର,୧୩ା୧: ବିଜେଡି ପାର୍ଟି ଅଫିସ ଏବେ ଲୋକଙ୍କ ପାଇଁ ହୋଟେଲ ସାଜିଛି। ଏଠାରେ ଖାଲି ଯେ, ଦଳୀୟ କର୍ମୀ ଖାଇଥାନ୍ତି ତା’ ନୁହେଁ, ଏଠାରେ ସାଧାରଣ...

ହାତୀ ପିଠିରେ ବସି କଂସ ଦରବାରକୁ ଆସିଲେ ମୁଖ୍ୟମନ୍ତ୍ରୀ

ମଥୁରାନଗରୀ,୧୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ରବିବାର ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବରଗଡ଼ରେ ପହଞ୍ଚିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image