ନୂଆଦିଲ୍ଲୀ,୧୨।୧: ଓମାନ ସୁଲତାନଙ୍କ ସମ୍ମାନରେ ଭାରତ ଗୋଟିଏ ଦିନ ଅର୍ଥାତ୍ ଜାନୁୟାରୀ ୧୩ରେ ରାଷ୍ଟ୍ରୀୟ ଶୋକ ପାଳନ କରିବ ବୋଲି ସରକାର ଘୋଷଣା କରିଛନ୍ତି। ଏଥିପାଇଁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ କୌଣସି ଉତ୍ସବ ପାଳନ କରାଯିବ ନାହିଁ। ସୂଚନାଯୋଗ୍ୟ,ଓମାନର ସୁଲତାନ କାବୁସ ବିନ ସୈଦ ଅଲ ସୈଦଙ୍କର ୭୯ ବର୍ଷ ବୟସରେ ଗତ ଶୁକ୍ରବାର ପରଲୋକ ହୋଇଥିଲା। କାବୁସ ଆରବର ସର୍ବାଧିକ ସମୟ ସୁଲତାନ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଥିଲେ।