ମୁମ୍ବାଇ,୧୦।୯: କଂଗ୍ରେସକୁ ଲାଗିଛି ବଡ ଝଟ୍କା। ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ମାତ୍ର ମାସ କେଇଟା ଭିତରେ ଦଳ ଛାଡିଛନ୍ତି। ମଙ୍ଗଳବାର ସେ ଦଳ ଛାଡିଥିବା ଘୋଷଣା କରିଥିବା ବେଳେ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇ ନ ଥିବା ସେ କହିଛନ୍ତି। ତେବେ ରାଜନୀତିରେ ନ ଥାଇ ମଧ୍ୟ ସେ ଜନତାଙ୍କ ସେବା କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ସେ କଂଗ୍ରେସ ପକ୍ଷରୁ ଉତ୍ତର ମୁମ୍ବାଇ ଆସନରୁ ଲଢିଥିବା ବେଳେ ହାରି ଯାଇଥିଲେ।