କଂଗ୍ରେସ ରାଲିରେ ଯୋଗ ଦେଇଥିବା ଯୁବକଙ୍କୁ ହତ୍ୟା:କୁସୁମପାଣି ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଝରିଗାଁ,୧୭।୪(ସ୍ବ.ପ୍ର)-କଂଗ୍ରେସ ରାଲିରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକ ନିଖୋଜ ହେବାର ୮ ଦିନ ପରେ ବୁଧବାର ତାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ଯୁବକଙ୍କ ବାପା ଝରିଗାଁ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଯୁବକ ଜଣକ ହେଉଛନ୍ତି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଚିକିଲି ଗୌଡଗୁଡା ଗ୍ରାମର ଅଭିଜିତ ମଣ୍ଡଳ(୨୦)।
ଗତ ୯ ତାରିଖରେ କଂଗ୍ରେସ ଏମପି ପ୍ରାର୍ଥୀ ପ୍ରଦୀପ ମାଝିଙ୍କ ବାଇକ ରାଲିରେ ଅଭିଜିତ ଯୋଗ ଦେବାକୁ ଆସିଥିଲେ। ଏହା ପରେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଅଭିଜିତଙ୍କ ପତ୍ତା ମିଳି ନ ଥିଲା। ପରେ ଅଭିଜିତଙ୍କ ବାପା ଅତୁଲ ମଣ୍ଡଳ ଝରିଗାଁ ଥାନାରେ ପୁଅ ନିଖୋଜ ହେବା ସମ୍ପର୍କରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଧଙ୍ଗଡାମାଲ ଗ୍ରାମର ଜଣେ ଲୋକ ନିକଟସ୍ଥ କୁସୁମପାଣି ଜଙ୍ଗଲକୁ କାଇ ସଂଗ୍ରହ ପାଇଁ ଯାଇଥିଲେ। ସେଠାରେ ପାଦ ଚଲା ରାସ୍ତାର ବାମ ପାର୍ଶ୍ୱରେ ଥିବା ଏକ ଖାଲରେ ମୋଟର ସାଇକେଲ ପଡିଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ଅତୁଲ ଏବଂ ଗ୍ରାମବାସୀ ମଙ୍ଗଳବାର ରାତିରେ ଖବର ପାଇଥିଲେ। ରାତି ହୋଇଥିବା ଯୋଗୁ ଜଙ୍ଗଲରେ ଖୋଜିବା କଷ୍ଟକର ହୋଇଥିଲା। ବୁଧବାର ସକାଳୁ ଅତୁଲଙ୍କ ସହ ଗ୍ରାମବାସୀ ଏବଂ ପୋଲିସ କୁସୁମପାଣି ଜଙ୍ଗଲକୁ ଯାଇ ଖୋଜାଖୋଜି କରିଥିଲେ। ରାସ୍ତାର ବାମ ପାର୍ଶ୍ୱରେ ମୋଟର ସାଇକେଲ ପଡିଥିବା ବେଳେ ଡାହାଣ ପାର୍ଶ୍ୱର ଗୋଟିଏ ନାଳରେ ଅଭିଜିତଙ୍କ ଗଳିତ ମୃତଦେହକୁ ପତ୍ରରେ ଘୋଡାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ, ଏସଆଇ ରାମ ଚନ୍ଦ୍ର ଅଗସ୍ତି, ଏଏସଆଇ ଶଙ୍କରର୍ଷଣ ସ୍ବାଇଁ ପ୍ରମୁଖ ମୃତଦେହକୁ ଉଦ୍ଧାର କରିଥିଲେ। ପରେ କୋରାପୁଟରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଥିଲେ। ଘଟଣା ସ୍ଥଳରେ ଡାକ୍ତରଙ୍କ ଦ୍ୱାରା ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅଭିଜିତଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଥାନା ଅଧିକାରୀ କହିଛନ୍ତି। ଏ ସମ୍ପର୍କରେ ପ୍ରଦୀପ ମାଝିଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏହା ଏକ ଦୁଃଖଦ ଘଟଣା। ପୋଲିସ ଘଟଣାର ତଦନ୍ତ କରି ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ବାର ଆସୋସିଏଶନ ନିର୍ବାଚନ: ରାୟଗଡ଼ାରେ ଦେବୀ, ବିଷମକଟକରେ ସନ୍ତୋଷ, କାଶୀପୁରରେ କହ୍ନେଇଲାଲ ସଭାପତି

ରାୟଗଡ଼ା/ବିଷମକଟକ/କାଶୀପୁର/ଟିକିରି,୨୯।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରସନ୍ନ କୁମାର ପଣ୍ଡା/ମୋହନ ନାଏକ/ପ୍ରଫୁଲ୍ଲ କୁମାର ବେହେରା): ଆସନ୍ତା ଆର୍ଥିକ ବର୍ଷ ପାଇଁ ଶନିବାର ରାଜ୍ୟର ବିଭିନ୍ନ କୋର୍ଟରେ ଆଇନଜୀବୀଙ୍କ ବାର ଆସୋସିଏଶନ...

ରାୟଗଡ଼ା ଓକିଲ ସଂଘ ନିର୍ବାଚନ: ଦେବି ସଭାପତି, ମଙ୍ଗଳ ସମ୍ପାଦକ ଭାବେ ନିର୍ବାଚିତ

ରାୟଗଡା,୨୯।୩(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଓକିଲ ସଙ୍ଘର ନିବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲିଥିଲା। ଶେଷରେ ଫଳାଫଳ ଘୋଷଣା ହୋଇ...

ପାଲଲହଡ଼ା ଓକିଲ ସଂଘ ନିର୍ବାଚନ: ମନୋରଞ୍ଜନ ସଭାପତି, ରଶ୍ମିରଞ୍ଜନ ସମ୍ପାଦକ

ପାଲଲହଡ଼ା,୨୯ା୩(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ା ଓକିଲ ସଂଘର ସାଧାରଣ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଭାବେ ମନୋରଞ୍ଜନ ପାଳ, ଉପସଭାପତି ଭାବେ...

ରାୟଗଡା ଓକିଲ ସଂଘର ନିର୍ବାଚନ: ଚାଲିଛି ମତଦାନ

ରାୟଗଡା, ୨୯।୩(ଭାଗ୍ୟଶ୍ରୀ ମିଶ୍ର): ୨୦୨୫-୨୬ ନିର୍ବାଚନ ପାଇଁ ରାୟଗଡା ଓକିଲ ସଙ୍ଘର ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିପାଇଁ ଶନିବାର ଦିନ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି।...

ନାବାଳିକା ବଳାତ୍କାର ମାମଲାରେ ଫରେଷ୍ଟର ଗିରଫ

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା )- ଜଣେ ୧୨ ବର୍ଷୀୟ ନାବାଳିକା ବଳାତ୍କାର ମାମଲାରେ ପଦ୍ମପୁର ଥାନା ପୋଲିସ ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗିରଫ କରିଛି। ଗିରଫ...

ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୨୩ ଆହତ, ୩ ଗୁରୁତର

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା): ମୁକୁନ୍ଦପୁର ଘାଟିରେ ବସ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣ ଯାତ୍ରୀ...

ବିଷ ପିଇ ଆତ୍ମହତ୍ୟାକଲେ ପ୍ରେମୀଯୁଗଳ

ରାୟଗଡ଼ା,୨୬।୩(ଆଶିଷ ରଞ୍ଜନ ପଣ୍ଡା): ପରକୀୟା ପ୍ରୀତି ଧରାପଡ଼ିବା ପରେ ଲୋକଲଜ୍ଜା ଭୟରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମକରି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ପ୍ରେମୀଯୁଗଳ।...

୧୧ଦିନ ପରେ ମିଳିଲା ନିଖୋଜ ଶିଶୁର ମୃତ ଶରୀର ଠାବ କଲା ପୋଲିସ

ରାୟଗଡା,୨୧।୩( ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ୧୫ନମ୍ବର ୱାର୍ଡ ଘାଗୁଡିମାଳ ଗ୍ରାମର ଏକ ୧୩ମାସର ଶିଶୁ ପୁତ୍ରର ମୃତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image