Posted inଜାତୀୟ

କଙ୍ଗନାଙ୍କ ମନ୍ତବ୍ୟରୁ ଝଡ଼

ନୂଆଦିଲ୍ଲୀ, ୧୨ା୧୧:ବିବାଦୀୟ ମନ୍ତବ୍ୟ ଦେଇ ଅନେକ ସମୟରେ ସମାଲୋଚନାର ଶିକାର ହେଉଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ୧୯୪୭ ମସିହାରେ ଦେଶ ପାଇଥିବା ସ୍ବାଧୀନତା ପ୍ରକୃତ ସ୍ବାଧୀନତା ନ ଥିଲା, ତାହା ଭିକ୍ଷାରେ ମିଳିଥିଲା ବୋଲି କହିବା ପରେ ତାଙ୍କୁ ସବୁ ମହଲରୁ କଡ଼ା ସମାଲୋଚନା କରାଯାଇଛି। ୨୦୧୪ରେ ଦେଶ ବାସ୍ତବରେ ସ୍ବାଧୀନତା ପାଇଲା କହି ଭାଜପାର ସରକାର ଗଠନକୁ କେନ୍ଦ୍ର କରି ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଟ୍ରୋଲ କରାଯାଉଛି।
ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ଗୁରୁବାର ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥାପିକାଙ୍କ ଏକ ପ୍ରଶ୍ନର ଉତ୍ତରରେ କଙ୍ଗନା କହିଥିଲେ, ରାଜନୀତିରେ ଯୋଗଦେବାକୁ ତାଙ୍କର କୌଣସି ଇଚ୍ଛା ନାହିଁ। କିନ୍ତୁ ଜଣେ ଭାରତୀୟ ଏବଂ କଳାକାର ଭାବେ ଭାରତର ସ୍ବାଧୀନତା ସଂଗ୍ରାମ ଉପରେ ସେ କହିପାରିବେ। ବୀର ସାବରକର ଦେଶଭକ୍ତ ନ ଥିଲେ ବୋଲି କଂଗ୍ରେସ କହିଥିବା ଏକ ଅଭିଯୋଗ ଉପରେ କଙ୍ଗନା କହିଥିଲେ, ଏହା ଏକ ବଡ଼ ପ୍ରସଙ୍ଗ। ଏହା ଉପରେ ସେ ଅନେକ କିଛି ପଢ଼ିଛନ୍ତି ଏବଂ ଏକ ଫିଲ୍ମ ମଧ୍ୟ କରିଛି। ବ୍ରିଟିଶମାନେ ଗଣତାନ୍ତ୍ରିକ ଉପାୟରେ ଭାରତକୁ ନିଜ ଅକ୍ତିଆରକୁ ନେଇ ନ ଥିଲେ। ଆମ ଦେଶରେ ସେମାନେ ଜବରଦସ୍ତି ପଶିଥିଲେ। ୧୮୫୭ରେ ଦେଶର ବିଭିନ୍ନ ସ୍ଥାନରେ ସଂଗ୍ରାମ ହୋଇଥିଲା, ଯାହା କି ସ୍ବାଧୀନତା ପାଇବା ଉଦ୍ଦେଶ୍ୟରେ ଥିଲା। କିନ୍ତୁ ଏହା ପରେ ସବୁଠାରୁ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଅଧିକ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା ଯେ ଇହୁଦୀମାନଙ୍କ ସହ କ’ଣ ଘଟିଲା ତାହା କେଉଁଠି ବି ଲେଖା ନାହିଁ। ଜାଲିଆନଓ୍ବାଲାବାଗ୍‌ ହତ୍ୟାକାଣ୍ଡ ହେଉ କିମ୍ବା ପଶ୍ଚିମବଙ୍ଗ ଦୁର୍ଭିକ୍ଷ, ସବୁଠି ଭାରତୀୟଙ୍କ କ୍ଷତି ହୋଇଥିଲା। ସେମାନେ ଆମକୁ ଭୋକିଲା ଛାଡ଼ି ଦେଇଥିଲେ। ଏହି ସଂଗ୍ରାମରେ ଯେପରି ସେମାନଙ୍କ ରକ୍ତ ନ ବୁହେ ସେଥିପାଇଁ ବ୍ରିଟିଶମାନେ ବେଶ୍‌ ଯତ୍ନବାନ ଥିଲେ। ଏଥିରେ ସହଯୋଗ ପାଇଁ ସେମାନେ କେତେକ ଭାରତୀୟଙ୍କୁ ବାଛିଥିଲେ, ଯେପରି ବ୍ରିଟିଶଙ୍କ ବଦଳରେ ଭାରତୀୟଙ୍କ ରକ୍ତ ବୁହେ। ସେହି ଉଦାରବାଦୀ ଲୋକମାନେ ହେଉଛନ୍ତି କଂଗ୍ରେସ ଦଳର। ଯଦି ସ୍ବାଧୀନତା ଭିକରେ ମିଳିଛି ତେବେ ତାହା କ’ଣ ସ୍ବାଧୀନତା ହୋଇପାରିବ। ୧୯୪୭ ମସିହାରେ ମିଳିଥିବା ସ୍ବାଧୀନତା ଭିକ୍ଷା ଥିଲା। ଅସଲ ସ୍ବାଧୀନତା ତ ୨୦୧୪ରେ ମିଳିଛି ବୋଲି କଙ୍ଗନା କହିଥିଲେ। ବ୍ରିଟିଶମାନେ ଦେଶରେ ତାଙ୍କ ଜାଗାରେ କଂଗ୍ରେସକୁ ଛାଡ଼ି ଯାଇଛନ୍ତି ବୋଲି ସେ ଏହି ସମିଟ୍‌ରେ କଟାକ୍ଷ କରିଥିଲେ।
କଂଗ୍ରେସ, ଆମ୍‌ ଆଦ୍‌ମୀ ପାର୍ଟି, ଶିବସେନା ସମେତ ବହୁ ରାଜନୈତିକ ଦଳ ନେତୃବୃନ୍ଦ, ଅଭିନେତ୍ରୀ ସ୍ବରା ଭାସ୍କର, ଇତିହାସକାର ଏସ୍‌. ଇର୍ଫାନ୍‌ ହବିବ୍‌, କ୍ରୀଡ଼ାବିତ୍‌, ଆଇନଜୀବୀମାନେ କଙ୍ଗନାଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରି ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି।

ପାଗଳାମି ନା ଦେଶଦ୍ରୋହ
ଦେଶକୁ ସ୍ବାଧୀନତା ମିଳିବା ପ୍ରସଙ୍ଗରେ କଙ୍ଗନାଙ୍କ ମନ୍ତବ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଭାଜପା ଏମ୍‌ପି ବରୁଣ ଗାନ୍ଧୀ। କଙ୍ଗନାଙ୍କ ଏଭଳି ଚିନ୍ତାଧାରା ପାଗଳାମି ନା ଦେଶଦ୍ରୋହ ବୋଲି ପ୍ରଶ୍ନ କରି ବରୁଣ ଏକ ଟୁଇଟ କରିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ କରିବା, ତାଙ୍କ ହତ୍ୟାକାରୀଙ୍କୁ ସମ୍ମାନ ଦେବା ଏବଂ ଏବେ ମଙ୍ଗଳ ପାଣ୍ଡେ, ରାଣୀ ଲକ୍ଷ୍ମୀବାଈ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମେତ ଲକ୍ଷ ଲକ୍ଷ ସ୍ବାଧୀନତା ସଂଗ୍ରାମୀଙ୍କୁ ସେ ଅସମ୍ମାନ କରିଥିବା ବରୁଣ କହିଛନ୍ତି।
ଏତଲା ଦେଲା ଏଏପି
କଙ୍ଗନାଙ୍କ ମନ୍ତବ୍ୟକୁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିରୋଧ କରିବା ସହ ତାଙ୍କ ବିରୋଧରେ ମୁମ୍ବାଇ ପୋଲିସକୁ ଏତଲା ଦିଆଯାଇଛି। ଏଏପିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରୀତି ଶର୍ମା ମେନନ ଏଭଳି ମନ୍ତବ୍ୟକୁ ‘ଦେଶଦ୍ରୋହୀ ଏବଂ ହିଂସାସୃଷ୍ଟିକାରୀ’ ବୋଲି ଅଭିହିତ କରିଛନ୍ତି। କଙ୍ଗନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ପଦ୍ମଶ୍ରୀ ଫେରାଇ ନିଆଯାଉ
ସ୍ବାଧୀନତା ସଂଗ୍ରାମ ଉପରେ କଙ୍ଗନାଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆଓ୍ବାମୀ ମୋର୍ଚ୍ଚାର ଅଧ୍ୟକ୍ଷ ଜିତିନ ରାମ ମାଞ୍ଝି। ନିକଟରେ କଙ୍ଗନା ପାଇଥିବା ପଦ୍ମଶ୍ରୀ ପୁରସ୍କାର ତାଙ୍କଠାରୁ ତୁରନ୍ତ ରାଷ୍ଟ୍ରପତି ଫେରାଇ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏହା ନ ହେଲେ ଦୁନିଆ ଭାବିନେବ ଯେ ଗାନ୍ଧୀ, ନେହେରୁ, ଭଗତ ସିଂ, ପଟେଲ, କଲାମ, ମୁଖାର୍ଜୀ, ସାବରକର୍‌ ସମସ୍ତେ ଭିକ୍ଷା ମାଗିଥିବାରୁ ସ୍ବାଧୀନତା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

“ଧର୍ମନିରପେକ୍ଷତା ୟୁରୋପୀୟ ଧାରଣା, ଭାରତରେ ଏହାର ଆବଶ୍ୟକତା ନାହିଁ”: ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ,୨୩।୯: ଧର୍ମନିରପେକ୍ଷତାର ଉତ୍ପତ୍ତି ତଥା ଏହାର ଅର୍ଥ ଉପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବିଙ୍କ ମନ୍ତବ୍ୟ ପୁଣି ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି...

ପୋଲିସ ଉପରକୁ ଗୁଳି ଚଳାଇଲେ ବଦ୍‌ଲାପୁର ଅଭିଯୁକ୍ତ

ପୁଣେ,୨୩।୯: ମହାରାଷ୍ଟ୍ରର ବଦଲାପୁର ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଶିନ୍ଦେ ସୋମବାର ପୋଲିସ ଉପରକୁ ଗୁଳି ଚଳାଇନ୍ତି। ସେ ଏହି ଘଟଣା କରିବାବେଳେ...

ଚତୁର୍ଥଥର ଭାଜପା ସରକାର ଆସିବ କୌଣସି ଗ୍ୟାରେଣ୍ଟି ନାହିଁ, କିନ୍ତୁ…କାହିଁକି ଏମିତି କହିଲେ ନିତିନ ଗଡକରୀ

ନାଗପୁର,୨୩।୯: ନାଗପୁରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ମୋଦି ସରକାରଙ୍କ ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ମୁଖ୍ୟ ରାମଦାସ...

ତିରୁପତି ଲଡୁ ବିବାଦ: ମୋଦି ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୨୩।୯: ତିରୁପତି ମନ୍ଦିର ସହ ଜଡିତ ଲଡୁ ବିବାଦରେ ମୋଦିସରକାର ବଡ ପଦକ୍ଷେପ ନେଇଛନ୍ତି। ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘିଅ ଯୋଗାଣକାରୀ କମ୍ପାନୀକୁ ଏକ କାରଣ...

ନୂଆ ରଣନୀତିରେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୯: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ନୂଆ ରାଜନୈତିକ ରଣନୀତି ଆପଣାଇଛନ୍ତି। କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ...

ପାତାଳରେ ରହିଲେ ବି ବଞ୍ଚି ପାରିବ ନାହିଁ ଚାଇନା-ପାକିସ୍ତାନ! ଡିଲ ପକ୍କା କରିବେ ଡୋଭାଲ

ନୂଆଦିଲ୍ଲୀ,୨୩।୯: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏଭଳି ଚୁକ୍ତି ହେବାକୁ ଯାଉଛି, ଯାହାକୁ ଶୁଣିଲେ ପାତାଳରେ ଥିବା ଶତ୍ରୁମାନଙ୍କର ଦାନ୍ତବି ଖଟା ହୋଇଯିବ। ଭାରତର କୂଟନୈତିକ,...

ଲେବାନନରେ ଫୁଟିଲା ପେଜର ବୋମା, ଭାରତରେ ବଢିଲା ସୁନାର ଦାମ!

ନୂଆଦିଲ୍ଲୀ,୨୩।୯: ପୁଣିଥରେ ସୁନା ଦର ବୃଦ୍ଧି ଭାରତରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତରେ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ୧୦ ଗ୍ରାମ...

ଘୃଣା ଦ୍ୱାରା କେହି ଉପକୃତ ହୁଅନ୍ତି ନାହିଁ, କାହିଁକି ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୨୩ା୯: କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରର ସୁରନକୋଟରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri