ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ଘୋଷଣା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଆନନ୍ଦର ଲହରି ଖେଳିଯାଇଛି। ଫିଲ୍ମ ଇଣ୍ଡଷ୍ଟ୍ରିର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ଅଭିନେତ୍ରୀମାନେ ମଧ୍ୟ କଙ୍ଗନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ଆଲିଆ ଭଟ୍ଟ।
କାରଣ କଙ୍ଗନା ଆଲିଆଙ୍କୁ ସବୁବେଳେ ଟାର୍ଗେଟ୍ କରିଥା’ନ୍ତି ବୋଲି ଏକଥା ବଲିଉଡ୍ରେ କାହାକୁ ଅଛପା ନାହିଁ। ଏହା ସତ୍ତ୍ୱେ କଙ୍ଗନାଙ୍କ ଖୁସିରେ ଆଲିଆ ଖୁସି ହୋଇଛନ୍ତି। ଏ କଥାର ଖୁଲାସା କରିଛନ୍ତି ଆଲିଆଙ୍କ ବଡ଼ ଭଉଣୀ ରଙ୍ଗୋଲି। ରଙ୍ଗୋଲି ଟୁଇଟ୍ କରି କହିଛନ୍ତି, ଦେଖନ୍ତୁ ଆଲିଆ ମଧ୍ୟ କଙ୍ଗନାଙ୍କୁ ଫୁଲତୋଡ଼ା ପଠାଇଛନ୍ତି। ଏକଥା କଙ୍ଗନାଙ୍କୁ ଜଣାନାହିଁ ମାତ୍ର ମୋତେ ବହୁତ ଖୁସି ଲାଗୁଛି।
Yeh dekho Alia ji ne bhi Kangana ko phool 💐 bheje hain, Kangana ka pata nahin magar mujhe bahut maza aa raha hai 😁 pic.twitter.com/kvnxgd0uJW
— Rangoli Chandel (@Rangoli_A) January 26, 2020