କଡ଼ା ସୁରକ୍ଷା ସତ୍ତ୍ୱେ ମାତିଲେ ଲୁଟେରା

ଭୁବନେଶ୍ୱର, ୫।୭(ବ୍ୟୁରୋ) : ରଥଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହାସତ୍ତ୍ୱେ ରଥଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଲୁଟେରା ସକ୍ରିୟ ହୋଇଥିଲେ। କେବଳ ଇସ୍କନ ମନ୍ଦିର ରଥଯାତ୍ରାରେ ୨୦ରୁ ଊର୍ଦ୍ଧ୍ୱ ମୋବାଇଲ୍‌ ଫୋନ୍‌, ପର୍ସ, ଭ୍ୟାନିଟି ଲୁଟ୍‌ ଓ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଜଣେ ଇସ୍କନ ସାଧକଙ୍କ ପକେଟରୁ ମୋବାଇଲ ଫୋନ୍‌ ଚୋରି କରିବାବେଳେ ସାଧକ ଜଣକ ତାଙ୍କୁ ମାଡ଼ିବସି ଧରିବା ପରେ ପୋଲିସ ଜିମା ଦେଇଛନ୍ତି। ତେବେ ଲୁଟ୍‌ର ଶିକାର ଲୋକେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଚେକିଂ କରିଥିଲେ ମଧ୍ୟ କାହାକୁ ଧରିପାରିନି।
ସୂଚନା ମୁତାବକ, ସକାଳ ୧୦ଟା ପରେ ଠାକୁର ପହଣ୍ଡି ବିଜେ କରି ରଥାରୂଢ ହେବା ପରେ ଭକ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିଥିଲା। ୨ଟା ପରେ ଛେରାପହଁରା ସରି ରଥଟଣା ଆରମ୍ଭ ହେବାବେଳକୁ ଇସ୍କନ ମନ୍ଦିର ପରିସର ଓ ବାହାରେ ପ୍ରବଳ ଭିଡ଼ ହୋଇଥିଲା। ଏହି ସୁଯୋଗରେ ଲୁଟେରାମାନେ ଲୁଟ୍‌ପାଟ୍‌ ଆରମ୍ଭ କରିଥିଲେ। ନୟାପଲ୍ଲୀ ଅଞ୍ଚଳରେ ହୋଟେଲ କରିଥିବା କେନ୍ଦ୍ରାପଡ଼ାର ନିକୁଞ୍ଜ କିଶୋରନାଥ ପରିବାର ସହ ରଥଯାତ୍ରାକୁ ଆସିଥିଲେ। ତାଙ୍କ ପକେଟରୁ କେହି ମୋବାଇଲ ଫୋନ୍‌ ଓ ପର୍ସ ନେଇଯାଇଥିଲେ। ସେହିପରି ନୟାପଲ୍ଲୀ ଅଞ୍ଚଳର ଜଗନ୍ନାଥ ରଥଙ୍କ ୧୫ ହଜାର ଟଙ୍କାର ମୋବାଇଲ ଫୋନ୍‌ ଲୁଟ୍‌ ହୋଇଥିବା ସେ ଅଭିଯୋଗ କରିଛନ୍ତି। ବ୍ରହ୍ମପୁର ଅଞ୍ଚଳରୁ ଭୁବନେଶ୍ୱର ବୁଲିବାକୁ ଆସିଥିବା ହରଦୀପ ସାହାଙ୍କ ସ୍ତ୍ରୀଙ୍କଠାରୁ ଲୁଟେରା ଭ୍ୟାନିଟି ଛଡାଇ ନେଇଥିବାବେଳେ ସେଥିରେ ମୋବାଇଲ୍‌ ଫୋନ୍‌ ଓ ଏଟିଏମ୍‌ ସହ ଅନ୍ୟ ଜରୁରୀ କାଗଜପତ୍ର ଏବଂ ୬ହଜାର ଟଙ୍କା ରହିଥିଲା ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଝାରପଡା ଅଞ୍ଚଳରୁ ଆସିଥିବା ଦୁଇ ସାଙ୍ଗ ଆଶୁତୋଷ ଓ ଦେବୀପ୍ରସାଦ ରଥ ଟାଣିବା ସମୟରେ ସେମାନଙ୍କ ମୋବାଇଲ ଫୋନ୍‌ ଲୁଟ୍‌ ହୋଇଥିଲା। ରେଣ୍ଟାଲ କଲୋନୀର ରହୁଥିବା ଅଟୋଚାଳକ ପ୍ରଭାତ ସେଠୀ ପୁଅକୁ ଚାର୍ଟ ଖୁଆଉଥିବାବେଳେ କେହି ମୋବାଇଲ ଲୁଟିନେଇଥିଲା। ଇସ୍କନ ମନ୍ଦିର ସାଧକ ତଥା ଡ୍ରାଇଭର ବିଶ୍ୱରଞ୍ଜନ ଦାସଙ୍କ ପକେଟରୁ ମୋବାଇଲ ଛଡାଇବା ବେଳେ ସେ ଉକ୍ତ ଯୁବକଙ୍କୁ କାବୁ କରିଥିଲେ। ଇସ୍କନ ସାଧକ ଦିଲୀପ କୁମାର ମହାନ୍ତିଙ୍କ ସମେତ ୧୦ରୁ ଊର୍ଦ୍ଧ ଭକ୍ତଙ୍କର ମୋବାଇଲ ଫୋନ୍‌ ଲୁଟ୍‌ ହୋଇଥିବା କହିବା ପରେ ଉକ୍ତ ଲୁଟେରାଙ୍କୁ ପୋଲିସ ଜିମାରେ ଦିଆଯାଇଥିଲା।
ଏ ନେଇ ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି, କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କିନ୍ତୁ ଭିଡ଼ର ସୁଯୋଗ ନେଇ ଏପରି ଘଟିଛି। ପୂର୍ବବର୍ଷ ୫୦ରୁ ଊର୍ଦ୍ଧ୍ୱ ମୋବାଇଲ ଲୁଟ୍‌ ଓ ଚୋରି ହୋଇଥିଲା। ଏଥର କିନ୍ତୁ ଏହି ସଂଖ୍ୟା କମିଛି। ଏରାଗୋଲା ଗ୍ୟାଙ୍ଗ ସହ ମିଶି କିଛି ମହିଳା ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଛି। ଶୀଘ୍ର ସମ୍ପୃକ୍ତ ଲୁଟେରାମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପୋଲିସକୁ ହାତବାରିଶି କରି ଗଣତନ୍ତ୍ରକୁ ହତ୍ୟା କରିଛି: ବିଜେଡି

ଭୁବନେଶ୍ୱର,୧୨ା୧(ଅନିଲ ଦାସ):କିର୍ମିରା ଅନାସ୍ଥା ଭୋଟରେ ପରାଜୟ ନିଶ୍ଚିତ ଜାଣି ଭାଜପା ନିର୍ବାଚନ ନ କରାଇ ଦେବା ପାଇଁ ଷଡ଼ଯନ୍ତ୍ର କରିଛି ବୋଲି ବିଜେଡି ଅଭିଯୋଗ କରିଛି।...

ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ: ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ୱର,୧୨।୧: ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରୟାଗରାଜକୁ ସ୍ବତନ୍ତ୍ର ବସ ଗଡିଛି। ଭିଡିଓ କନଫରେନ୍ସିଂ ଜରିଆରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଛନ୍ତି। ମହାକୁମ୍ଭ ଉପଲକ୍ଷେ...

ଜାଗମରାରେ ଜମୁଛି ‘ପଥ ଉତ୍ସବ’

ଭୁବନେଶ୍ୱର, ୧୨ା୧ (ବନ୍ଦନା ସେଠୀ):ରବିବାର ଚଳିତ ବର୍ଷର ଦ୍ୱିତୀୟ ପଥ ଉତ୍ସବ ଭୁବନେଶ୍ୱର ମହାନଗର ନିଗମ ସାଉଥ-ଓ୍ବେଷ୍ଟ ଜୋନ୍‌ ଅନ୍ତର୍ଗତ ଜାଗମରାଠାରେ ଅନୁଷ୍ଠିତ ହୋଇଛି। ଏଥର...

ଘନ କୁହୁଡ଼ି ସହ ଶୀତ ପ୍ରକୋପ ବଢ଼ିବ

ଭୁବନେଶ୍ୱର,୧୨ା୧(ଅନୁରାଧା ମହାରଣା):ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଘନ କୁହୁଡି ଅସ୍ତବ୍ୟସ୍ତ କରୁଛି। ଶନିବାର ସକାଳେ କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ...

ସୁଭଦ୍ରା ଯୋଜନାରୁ ଭୁଲ୍‌ରେ ବାଦ୍‌ ପଡ଼ିଥିବା ୮ ହଜାର ମହିଳା ପୁଣି ଯୋଡ଼ିହେଲେ

ଭୁବନେଶ୍ୱର,୧୨ା୧(ଅନିଲ ଦାସ):ଭୁଲରେ ବାଦ୍‌ ପଡ଼ିଥିବା ମହିଳାମାନେ ‘ସୁଭଦ୍ରା’ ଯୋଜନା ସହିତ ପୁଣି ଯୋଡ଼ି ହୋଇପାରିବେ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ସୂଚନା...

୧୮ରେ ଶୁକ୍ର, ଶନି ମିଳନ: ଜାଣନ୍ତୁ କ’ଣ ରହିବ ପ୍ରଭାବ

ଭୁବନେଶ୍ୱର, ୧୨ା୧(ବନ୍ଦନା ସେଠୀ):ଚଳିତ ମାସର ଦ୍ବିତୀୟାର୍ଦ୍ଧରୁ ଶେଷ ପର୍ଯ୍ୟନ୍ତ ସବୁଦିନ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ଆକାଶରେ ୪ଟି ଗ୍ରହକୁ ଖାଲି ଆଖିରେ ଦେଖିହେବ। ଏଥିସହ ୧୮...

ମୃତ ସହଦେବଙ୍କ ସ୍ତ୍ରୀ-ଝିଅଙ୍କୁ ଭେଟି କାନ୍ଦି ପକାଇଲେ ନବୀନ, ଦେଲେ ୫୦ହଜାର ଟଙ୍କା ସହାୟତା

ଭୁବନେଶ୍ୱର, ୧୧ା୧ (ବନ୍ଦନା ସେଠୀ) – ହତ୍ୟାର ଶିକାର ହୋଇଥିବା ବିଏମ୍‌ସି ସଫେଇ ମଜଦୁର ସଂଘ ସଭାପତି ସହଦେବ ନାୟକଙ୍କ ସ୍ତ୍ରୀ ସୁନୀତା ନାୟକ ଏବଂ...

ନ୍ୟାୟ ଦେବ ଭାଜପା! ବାବୁ ସିଂ କହିଲେ ‘ମୁଖ୍ୟମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖନ୍ତୁ ଦୀପାଳି’

ଭୁବନେଶ୍ୱର,୧୧ା୧(ଅନୀଲ ଦାସ): ପୁଣି ଖବର ଶିରୋନାମାକୁ ଆସିଛି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ। ଝିଅ ଦୀପାଳି ମୁଖ୍ୟମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri