ଖଣ୍ଡପଡ଼ା,୩ା୭(ସ୍ବ.ପ୍ର)-ଗତ ମେ ୩୧ ତାରିଖଠାରୁ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ପ୍ରସୂତି ସେଣ୍ଟରରେ ୧୦୨ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯିବା ପରେ ଏଠାରେ ପ୍ରସୂତି ସେବା ବାଧାପ୍ରାପ୍ତ ହୋଇଛି। ଫଳରେ ଏଠାକୁ ଆସୁଥିବା ଗର୍ଭବତୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ପ୍ରକାଶ ଯେ, କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କଣ୍ଟିଲୋ, ବାଣପୁର, ସିଧାମୂଳା, ବେଣାଗାଡିଆ, ପଥରଚକଡା, କେନ୍ଦୁପଲ୍ଲୀ, ଧାନଚେଙ୍ଗଡା, ବାଉଁଶବାଟି ଆଦି ୮ ପଞ୍ଚାୟତର ପ୍ରାୟ ୫୦ରୁ ୬୦ ହଜାର ଲୋକ ଚିକିତ୍ସା ସେବା ପାଇଁ ନିର୍ଭର କରିଥାନ୍ତି। ନୂଆଗଡିଆସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ପ୍ରସୂତି କେନ୍ଦ୍ର (ଡେଲିଭରି ପଏଣ୍ଟ) ଭାବେ ପରିଚିତ। ପ୍ରତି ମାସରେ କଣ୍ଟିଲୋ ତଥା ଆଖପାଖ ଅଞ୍ଚଳରୁ ୧୫ରୁ ଊର୍ଦ୍ଧ୍ୱ ଗର୍ଭବତୀ ଏଠାକୁ ଆସିଥାନ୍ତି। ଅବସ୍ଥା ଅଣାୟତ୍ତ ହେଲେ କେତେକଙ୍କୁ ଏଠାରେ ଥିବା ୧୦୨ ଆମ୍ବୁଲାନ୍ସ ଯୋଗେ ଖଣ୍ଡପଡ଼ା କିମ୍ବା ନୟାଗଡ଼ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥାଏ। ଏହାଦ୍ୱାରା ପ୍ରସୂତିମାନେ ତ୍ୱରିତ ସେବା ପାଇ ପାରିଥାନ୍ତି ା ମାତ୍ର ଉକ୍ତ ୧୦୨ ଆମ୍ବୁଲାନ୍ସୁକୁ ଗତ ମେ ୩୧ ତାରିଖରୁ ବନ୍ଦ କରି ଦିଆଯାଇଛି। ଫଳରେ ଏଠାକୁ ଆସୁଥିବା ଗର୍ଭବତୀମାନେ ତ୍ୱରିତ ସେବା ପାଇପାରୁ ନାହାନ୍ତି। ଜରୁରୀ ଆବଶ୍ୟକତା ସମୟରେ ୪ଚକିଆ ଯାନ ଉପଲବ୍ଧ ନ ହେବାରୁ ସେମାନଙ୍କୁ ଅଟୋ ରିକ୍ସାରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡୁଛି ା ବିଭାଗୀୟ କେତେକ କର୍ମଚାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଣ୍ଟିଲୋଠାରେ ଥିବା ମାରୁତି ଗାଡିରେ ୧୦୨ ଆମ୍ବୁଲାନ୍ସ ବନ୍ଦ କରାଯାଇ ଏହା ପରିବର୍ତ୍ତେ ବୋଲେରୋରେ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇବା ବ୍ୟବସ୍ଥା କରାଯାଉଛି ା କଣ୍ଟିଲୋ ଭଳି ଏକ ପର୍ଯ୍ୟଟନ କ୍ଷେତ୍ର ତଥା ପ୍ରସୂତି ସେଣ୍ଟରରେ ଯଦି ଉକ୍ତ ଆମ୍ବୁଲାନ୍ସ ରଖା ନ ଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ସାଧାରଣରୁ ସୂଚନା ମିଳିଛି ା ଏ ସମ୍ପର୍କରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଶ୍ୱେତ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ୧୦୨ ମାରୁତି ଆମ୍ବୁଲାନ୍ସ ପରିବର୍ତ୍ତେ ୧୦୮ ବୋଲେରୋ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା କରାଯାଇଛି ା ଉକ୍ତ ଆମ୍ବୁଲାନ୍ସ ଗାଡି ଦେଉଥିବା ବ୍ୟକ୍ତି ଏମ୍ଓୟୁରେ ଦସ୍ତଖତ କରିବା ପରେ ଆସନ୍ତା ୧୦/୧୫ ଦିନ ମଧ୍ୟରେ ଉକ୍ତ ସେବା ଯୋଗାଇ ଦିଆଯିବ ଏବଂ ଗାଡିଟି କଣ୍ଟିଲୋ ସେଣ୍ଟରରେ ରହିବ ବୋଲି ସେ ସୂଚନା ଦେଇଛନ୍ତି।
ସରପଞ୍ଚଙ୍କ ଘରୁ ଲୁଟ୍
ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...
ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…
ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...
ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି
ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...
ଘର ଗ୍ରିଲ୍ ଭାଙ୍ଗି ଲୁଟିନେଲେ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନାଗହଣା, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ
ନୟାଗଡ,୨।୧୨(ଲୋକନାଥ ମିଶ୍ର): ଜଦୁପୁରରେ ଡକାୟତି । ନୟାଗଡ ସଦର ଥାନା ଯଦୁପୁର ଗାଁ ର କାଳିଆ ପାତ୍ରଙ୍କ ଘରେ ଲୁଟ୍ ହୋଇଛି। ଆଠଜଣ ଡକାୟତ ସୋମବାର...
ନୟାଗଡ଼ରେ ବନ୍ଧୁକ ତିଆରି କାରଖାନା ଠାବ
ନୟାଗଡ଼,୩୦ା୧୧: ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଜିଲାର ଶରଣକୁଳ ଥାନା ଗୋଡ଼ିପଡ଼ାରେ ଏହି ବନ୍ଧୁକ ତିଆରି...
ବନବିଭାଗ ଘଉଡାଇବା ବେଳେ ଅଘଟଣ: କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ
ନୟାଗଡ଼/ରଣପୁର,୨୩।୧୧(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ଖୋର୍ଦ୍ଧା ବନଖଣ୍ଡ ନୟାଗ ଜିଲା ରଣପୁର ବନାଞ୍ଚଳ ପାତେଳେଶ୍ୱର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରେ ପଡି...
ଜେଲ ଗଲେ ବିଜେଡି ନେତା: କରୁଥିଲେ ଏହି କାମ
ନୟାଗଡ଼/ ରଣପୁର, ୧୫।୧୧ (ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ବେକାର ଯୁବକମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା...
ଗାଁରେ ଡକାୟତ ଆତଙ୍କ: ଜଣଙ୍କୁ ଧରି ଉତ୍ତମମଧ୍ୟମ ଦେଲେ ଗ୍ରାମବାସୀ
ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର): ନୟାଗଡ ଟାଉନ ଥାନା ଶୁଳିଆ ଗାଁରେ ବିଳମ୍ବିତ ରାତିରେ ଘଟିଛି ବୋମାମାଡ଼। ଶୁଳିଆ ଗାଁରେ ରାସ୍ତା କାମ ଚାଲୁଥିବାରୁ ଦୁଇଜଣ ଯୁବକ ସିମେଣ୍ଟ...
Archives


