Posted inରାଜ୍ୟ

କଣ୍ଟ୍ରାକ୍ଟର ରନ୍ଥା ଅପହରଣ ମାମଲା: ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଦୁଇ ଭାଇ ଗିରଫ

କେନ୍ଦ୍ରାପଡା ଅଫିସ, ୨୦।୬: ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀଙ୍କୁ ଲାଗିଛି ଆଉ ଏକ ଝଟକା। କଣ୍ଟ୍ରାକ୍ଟର ରନ୍ଥା ଓରଫ ଶିବପ୍ରସାଦ ପରିଡ଼ାଙ୍କ ଅପହରଣ ମାମଲାରେ ଟିଟୋଙ୍କ ୨ ଭାଇଙ୍କ ସମେତ ୩ ଜଣଙ୍କୁ ବୁଧବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟ୍ୟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଉଠାଇ ନେଇଛି। ୨ ଭାଇ ଜୀ ବାବୁ ଓରଫ ସୟଦ ଆସ୍‌ପାକ ଅଲ୍ଲୀ ଓ ଚିତୋ ଓରଫ ସୟଦ ଇଫତ୍‌କାର ଅଲ୍ଲୀ ଏବଂ ସମ୍ପର୍କୀୟ ମୁନ୍ନା ଓରଫ ଅମଜାଦ ଖଁାଙ୍କୁ ଟାଉନ ଥାନା ଅଧୀନ ଦିଲାରପୁରସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଛି। ଆଇଜି ଆଶିଷ ସିଂହଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ୍‌ ବୁଧବାର ଭୋର ୪ଟାରେ ଟିଟୋଙ୍କ ଦିଲାରପୁରସ୍ଥିତ ଘର ଉପରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲେ। ପରେ ସେମାନଙ୍କୁ ଭୁବନେଶ୍ୱର ନିଆଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଧୀନ ଚାରିଗଁାର ରନ୍ଥା ଜଣେ ସୁପରକ୍ଲାସ କଣ୍ଟ୍ରାକ୍ଟର। ଟିଟୋଙ୍କ ନିର୍ଦ୍ଦେଶରେ ଚାନୋ ଓରଫ ସେକ୍‌ ବାବର ଓ ଅନ୍ୟ ୩ ଜଣ ୨୦୧୭ ସେପ୍ଟେମ୍ବର ୯ ତାରିଖରେ ରନ୍ଥାଙ୍କୁ ତାଙ୍କ ଘରୁ ଅପହରଣ କରିନେଇ ଟିଟୋଙ୍କ ଘରେ ମାରଧର କରିଥିଲେ। ରନ୍ଥା ଆଳି ତଟବନ୍ଧ ଅଧୀନରେ ୧୫କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ନେଇଥିବାରୁ ତାଙ୍କୁ ୪କୋଟି ଟଙ୍କା ବଟି ମଗାଯାଇଥିଲା। ଏ ନେଇ ସହରରେ ଆଲୋଚନା ହେବା ପରେ ରନ୍ଥାଙ୍କୁ ଛାଡ଼ି ଦିଆଯାଇଥିଲା। ସେତେବେଳେ ରନ୍ଥା କିମ୍ବା ତାଙ୍କ ପରିବାର ସଦସ୍ୟ ଭୟରେ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ କରି ନ ଥିଲେ। ପରେ ୨୦୧୮ ଜୁନ ୩୦ ତାରିଖରେ ଏସ୍‌ଟିଏଫ୍‌ ଟିଟୋଙ୍କୁ ଏନ୍‌କାଉଣ୍ଟର କରିବା ସହ ଗିରଫ କରିଥିଲା। ଏହି ସମୟରେ ରନ୍ଥା ଅପହରଣ ଘଟଣା ସମ୍ପର୍କରେ ପୋଲିସ ଜାଣିବାକୁ ପାଇ ତତ୍କାଳୀନ ଟାଉନ ଥାନା ଅଧିକାରୀ ତପନ କୁମାର ନାୟକ ନିଜ ତରଫରୁ ଜୁଲାଇ ୯ ତାରିଖରେ ଏକ ମାମଲା(ନଂ.୯୯/୨୦୧୮) ରୁଜୁ କରିଥିଲେ। ଅଗଷ୍ଟ ୧୬ ତାରିଖରେ କ୍ରାଇମବ୍ରାଞ୍ଚ ଅଫିସ ଲେଟର ନଂ.-୧୭୬ ପରେ ଉକ୍ତ ମାମଲାକୁ ଜିଲା ପୋଲିସ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ଏହି ମାମଲାରେ ଗ୍ୟାଙ୍ଗଷ୍ଟର ଟିଟୋ, ଚିତୋ, ଜୀ ବାବୁ, ଚାନୋ, ବାପୁ ଓରଫ ଦିଲସାଦ ଅଲ୍ଲୀ, ସପୋ ଓରଫ ସୟଦ ଇମରାନ ଅଲ୍ଲୀ, ହୀରା ଓରଫ ସୟଦ ଜାଭେଦ ଅଲ୍ଲୀ, ବବ୍‌ଲୁ ଓରଫ ସୟଦ ଇମାମ ଅଲ୍ଲୀଙ୍କ ସମେତ ଅନ୍ୟ କେତେଜଣ ସମ୍ପୃକ୍ତ ଥିବା ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର ଟିଟୋଙ୍କୁ ଦାଦାବଟି ଆଦାୟ, ବେଆଇନ ଗୋଚାଲାଣ, ବୋମାମାଡ଼, ହତ୍ୟା ଧମକ ଆଦି ବିଭିନ୍ନ ଅପରାଧରେ ସମ୍ପୃକ୍ତି ଥିବା ଅଭିଯୋଗରେ ଗିରଫ କରାଯାଇଛି। ଟିଟୋଙ୍କ ଗିରଫ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କ ଘର, ଅଫିସ ଆଦି ତଦନ୍ତ ପରିସରକୁ ଆସିଥିଲା। ଏହାସହ ତାଙ୍କର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ମଧ୍ୟ ସିଲ୍‌ କରାଯାଇଥିଲା। ଏପର୍ଯ୍ୟନ୍ତ ଟିଟୋଙ୍କ ୧୯ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

”ଯାଜପୁରରେ ଶେଷ ହେଲା ରାବଣ ରାଜନୀତି”, ବିଜେଡିକୁ ସିଧାସଳଖ ଟାର୍ଗେଟ

ଯାଜପୁର,୫ା୧: ଧର୍ମଶାଳା ମହୋତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବିରୋଧୀ ବିଜେଡିକୁ କଡା ଭାଷାରେ ଟାର୍ଗେଟ କରିଛନ୍ତି। ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ,...

ସେବାୟତ ବିଶ୍ବନାଥ ଖୁଣ୍ଟିଆ ନିଲମ୍ବିତ

ପୁରୀ,୫।୧: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରବିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ବିଶୃଙ୍ଖଳା ଆଚରଣ ପାଇଁ ଶ୍ରୀମନ୍ଦିର ମୁଖ ପଖାଳ ସେବାୟତ ବିଶ୍ବନାଥ ଖୁଣ୍ଟିଆଙ୍କୁ ୩...

ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କର ହୋଇଛି କ୍ଷତି

ଭୁବନେଶ୍ୱର,୫ା୧: ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆ ଠାରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍‌ଯାପନ ଅବସରରେ ପାଣି ପଞ୍ଚାୟତ...

ପାଟ୍ଟାବନ୍ଧା ଜଳପ୍ରପାତରେ ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼, ଭୋଜିଭାତ କରି ଉଠାଉଛନ୍ତି ମଜା

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): ଯେତିକି ଶୀତ ବୃଦ୍ଧି ପାଉଛି, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ପର୍ଯ୍ୟଟନକ୍ଷେତ୍ରଗୁଡିକୁ ସେତିକି ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପର୍ଯ୍ୟଟନକ୍ଷେତ୍ର ମଧ୍ୟରେ ...

ମୂଷା ବଂଶକୁ ସମ୍ପୂର୍ଣ୍ଣ ନିପାତ କରି ହେବନି, କିଛି ମୂଷା ଅନ୍ୟ କିଆରିକୁ ପଳେଇଲେଣି, କାହିଁକି ଏମିତି କହିଲେ ସମ୍ବିତ…

ଭୁବନେଶ୍ୱର,୫ା୧: ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟ ବିଜେଡିରେ ମୂଷା ଉପାଖ୍ୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେଡିର କିଛି...

ଯୁଦ୍ଧକାଳୀନ ଭିତ୍ତିରେ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ୨୦୨୮-୨୯ ମଧ୍ୟରେ…

ଭୁବନେଶ୍ୱର,୫ା୧: ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବରମୁଣ୍ଡା ଖେଳପଡ଼ିଆଠାରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍‌ଯାପନ ଅବସରରେ ପାଣି ପଞ୍ଚାୟତଗୁଡିକର ନିୟମ ଅନୁଯାୟୀ...

ଝାରସୁଗୁଡ଼ା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡ଼ିଲା ଡ୍ରୋନ୍‌, ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୫ା୧: ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ବଡ଼ ତ୍ରୁଟି ପରିଲକ୍ଷିତ ହୋଇଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ...

ଶକ୍ତି ସଂରକ୍ଷଣରେ ଟିପିସିଓଡିଏଲ୍‌ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୫।୧ (ଅଭୟ ଦାଶ):ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନ ଓ ୪-ତାରକା ମାନ୍ୟତା ମିଳିଛି। ଏପରିକି ଶକ୍ତି ସଂରକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri