କପି ଧରିଲା ଏଆଇ: ବଦଳିଲେ ୬ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ, ପର୍ଯ୍ୟବେକ୍ଷକ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀରକିଶୋର ଦାଶ),୨୩ା୨: କେନ୍ଦୁଝର ଜିଲାର ବିଭିନ୍ନ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ କପି ହେଉଥିବା ଏଆଇ ପକ୍ଷରୁ ଜଣାପଡ଼ିଛି। ଜିଲା ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରର ୬ ଅଧୀକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇଛି। ଜିଲା ଶିକ୍ଷା ଅଧିକାରୀ ଗୌରୀରାଣୀ ନାୟକ ଚିଠି (ନଂ. ୨୧୧୨/୨୨ ଜାନୁଆରୀ ୨୦୨୪) ଯୋଗେ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଥମ ଦିନ ସାହିତ୍ୟ ପରୀକ୍ଷାରେ ସରକାରୀ ଉଚ୍ଚ ବିଦ୍ୟାଳୟ ସାହାରପଡ଼ା ପରୀକ୍ଷା କେନ୍ଦ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) କ୍ୟାମେରାରେ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ଧରାପଡ଼ିଥିଲା। ଜଣେ ଛାତ୍ରୀ କପି ନେବା ଜଣାପଡ଼ିବା ପରେ ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ସ୍ବର୍ଣ୍ଣଲତା ସାହୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ରାଇଡ଼ିହା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଏକଙ୍କୁ କେନ୍ଦ୍ର ଅଧୀକ୍ଷକ ଦାୟିତ୍ୱ ଦିଆଯାଇଛି। ସେହିପରି ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଏବଂ ସୁପରିଚାଳନା ହେଉ ନ ଥିବାରୁ ଏନ୍‌କେ ହାଇସ୍କୁଲ, ବାରାହାଟିପୁରା ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇ ହଳଧରପୁର ସ୍କୁଲର କୁଅଁର ସିଂ ମୁଣ୍ଡା, ଘଟଗାଁ ତାରିଣୀ ହାଇସ୍କୁଲର କେନ୍ଦ୍ର ଅଧୀକ୍ଷକଙ୍କୁ ବଦଳି କରାଯାଇ ଏନ୍‌କେ ହାଇସ୍କୁଲ ବାରାହାଟିପରା ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ଦେହୁରୀପଶି ଏସ୍‌ଏସ୍‌ଟି ହାଇସ୍କୁଲର ଅବଜରଭରଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ଘଟଗାଁ ତାରିଣୀ ହାଇସ୍କୁଲର ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏମ୍‌ସି ବିଦ୍ୟାପୀଠ ନନ୍ଦିପଦା କେନ୍ଦ୍ର ଅଧୀକ୍ଷକଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଜୟକୃଷ୍ଣ ମିଶ୍ରଙ୍କୁ କେନ୍ଦ୍ର ଅଧୀକ୍ଷକ ଦାୟିତ୍ୱ ଦିଆଯାଇଛି। ଜେପି ଦାସ ବିଦ୍ୟାମନ୍ଦିର, ବଡ଼ରମ୍ପାସର ଅବଜରଭରଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ଏମ୍‌ସି ବିଦ୍ୟାପୀଠ ନନ୍ଦିପଦାର ସହକାରୀ ଶିକ୍ଷକ ଅନିରୁଦ୍ଧ ସେଠୀଙ୍କୁ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର,୧୬ା୯(ସତ୍ୟଜିତ୍‌ ରାଉତ): ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଆସୁଛନ୍ତି। ଏଥିପାଇଁ ରାଜଧାନୀରେ ବିପୁଳ...

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଚିନ୍ତା ବଢ଼ାଉଛି ଜଙ୍ଗଲରେ ଗଞ୍ଜେଇ ଚାଷ

ଦାରିଙ୍ଗବାଡି,୧୬।୯(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ...

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri