କପ୍ତିପଦା-ଶରତ ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନମାନର: ତଦନ୍ତ ଦାବି, ପ୍ରତିବାଦ ଶୋଭାଯାତ୍ରା

କପ୍ତିପଦା,୪ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ବାଟବଣା ହୋଇଛି ା ଗତ କିଛି ଦିନ ତଳେ ମହିଁଷାସୁରୀ ଛକରୁ ପଦ୍ମପୋଖରୀ ପର୍ଯ୍ୟନ୍ତ ଦୀର୍ଘ ୧୯ କି.ମି. ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ୧ ମାସ ନ ପୂରୁଣୁ ଏବେ କପ୍ତିପଦାଠାରୁ ଶରତ ପର୍ଯ୍ୟନ୍ତ ୧୩ କି.ମି. ୮୦୦ମିଟର ରାସ୍ତା ନିର୍ମାଣରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଅଞ୍ଚଳବାସୀ ବୁଧବାର ଏକ ଶୋଭାଯାତ୍ରାରେ ଶରତ ବଜାର ପରିକ୍ରମା କରିଥିଲେ। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେମାନେ ମୁଖ୍ୟମନ୍ତ୍ରୀ, ଜିଲାପାଳ, ଭିଜିଲାନ୍ସ ବିଭାଗକୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଏହି ରାସ୍ତା ନିର୍ମାଣ ପାଇଁ ୪ କୋଟି ୭୦ଲକ୍ଷ ବ୍ୟୟ ଅଟକଳ ରହିଛି ା ଏଥିରେ କେନ୍ଦ୍ର ସରକାରଙ୍କର ୬୦ ଓ ରାଜ୍ୟ ସରକାରଙ୍କର ୪୦ ପ୍ରତିଶତ ଅନୁଦାନ ବିନିଯୋଗ ହୋଇଛି। ଏହି କାମ ୧୦ ସେପ୍ଟେମ୍ବର ୨୦୧୬ରେ ଆରମ୍ଭ ହୋଇ ୯ ସେପ୍ଟେମ୍ବର ୨୦୧୭ରେ ଶେଷ ହେବା ପାଇଁ ସୂଚନା ଫଳକରୁ ଜଣାପଡିଛି ା ରାସ୍ତା ଶେଷ ହେବାର ଅବଧି ୨ ବର୍ଷ ପରେ ମଧ୍ୟ କାମ ଅଦ୍ୟାବଧି ସରି ନ ଥିବା ବିଭାଗ ସୂତ୍ରରୁ ଜଣାଯାଇଛି ା ଅଧିକାଂଶ ସ୍ଥାନରେ କାମ ହେବାର ମାସେ ନ ପୂରୁଣୁ ପିଚୁ ଉଠିଯାଇ ରାସ୍ତା ଦବି ଯାଇଛି। ଶରତ କଲେଜ ଛକରୁ ନୁଟୋ ଛକ ଓ ଶାଣଦେଇରୁ ଲାବଣ୍ୟଦେଇପୁର ପର୍ଯ୍ୟନ୍ତ ପିଚୁ ଉଠି ରାସ୍ତା ପୂର୍ବ ଅପେକ୍ଷା ଅଧିକ ଖରାପ ହୋଇ ମରଣଯନ୍ତା ପାଲଟିଛି ା ପୁରୁଣାପାଣି, ଖାରାଇଟଲା, ହାଟସାହି, କଟୁରିଆ, ଚାପଲସାହି ଓ ମୁକୁରୁସାହି ନିକଟରେ ନିମ୍ନମାନର କାମ ପାଇଁ ରାସ୍ତା ଦବିଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଶସ୍ତୀକରଣ କାର୍ଯ୍ୟ ପାଇଁ ଆବଶ୍ୟକ ପରିମାଣର ମାଟି ପଡି ନ ଥିବା ବେଳେ କେତେକ ସ୍ଥାନରେ ରାସ୍ତା କଡରୁ ମାଟି ଉଠାଯାଇ ପକାଯାଇଛି ା ଏହି ମାଟି ସହିତ ବାଲି ମିଶା ଯାଉ ନ ଥିବାରୁ ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ଏହା ବ୍ୟତୀତ ଭାଇବ୍ରେଶନ ରୋଲର ବ୍ୟବହାର କରା ନ ଯାଇ ସାଧାରଣ ରୋଲର ବ୍ୟବହାର କରାଯାଉଥିବାରୁ ଏହା ରାସ୍ତା ଦବିବାର ମୁଖ୍ୟ କାରଣ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ା ରାସ୍ତା ନିର୍ମାଣରେ ଆବଶ୍ୟକୀୟ ମେଶିନେରି ଜିନିଷ ମଧ୍ୟ ବ୍ୟବହାର କରାଯାଉ ନାହିଁ ା ଜାଣିଶୁଣି ବିଭାଗ ପକ୍ଷରୁ ଏସ୍‌କ୍ୟୁଏମ୍‌ (ଷ୍ଟେଟ୍‌ କ୍ୱାଲିଟି ମନିଟରିଂ) ଓ ଏନ୍‌କ୍ୟୁଏମ୍‌ (ନ୍ୟାଶନାଲ କ୍ୱାଲିଟି ମନିଟରିଂ) ଟିମ୍‌କୁ ଡାକି ଉକ୍ତ ରାସ୍ତାର ଯାଞ୍ଚ କରାଯାଉ ନାହିଁ ା ମେଟାଲିଂ କାମରେ ରିଙ୍ଗ ମେଟାଲ ପରିବର୍ତ୍ତେ ଅତି ନିମ୍ନମାନର ସ୍ଥାନୀୟ ମେଟାଲ ବ୍ୟବହାର କରାଯାଉଛି ା କେତେକ ସ୍ଥାନରେ ପୁରୁଣା ପିଚରୁ ତଡା ଯାଇଥିବା ପୁରୁଣା ମେଟାଲକୁ ଭଲ ଭାବେ ପରିଷ୍କାର କରା ନ ଯାଇ ରାସ୍ତା କାର୍ଯ୍ୟରେ ଲଗାଯାଉଛି ା ଡବଲ ଲେୟାର ମେଟାଲିଂ ପରିବର୍ତ୍ତେ ସିଙ୍ଗଲ ଲେୟାର ମେଟାଲିଂ କରାଯାଇ ନିମ୍ନମାନର ପିଚୁ ବ୍ୟବହାର କରାଯାଉଛି ା ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ନାୟକଙ୍କୁ ପଚାରିବାରୁ ଠିକାଦାର କାମରେ ଅବହେଳା କରିଥିବା ବେଳେ ତାଙ୍କୁ ତାଗିଦ କରାଯାଇଛି ା ପୂଜା ପରେ ମରାମତି ସହିତ ବାକିଥିବା କାମକୁ ତ୍ୱରାନ୍ବିତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଖାଲି ଭାତ ଦେବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର,୨ା୧୧: ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ପୁଷ୍ଟିକର ସ୍ବାଦିଷ୍ଟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ପିଏମ୍‌-ପୋଷଣ ଅଭିଯାନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରକାର...

ଅଘଟଣ ଘଟାଇବା ପାଇଁ କରୁଥିଲେ ଉଦ୍ୟମ, ଯବାନଙ୍କୁ ଦେଖି…

ନୂଆପଡ଼ା,୨ା୧୧(ମକାରୁ ବେମାଲ): ନୂଆପଡ଼ା ପୋଲିସ ଓ ଏସ୍‌ଓଜି ଯବାନଙ୍କ ମିଳିତ କୋମ୍ବିଂ ବେଳେ ଶନିବାର ଏକ ମାଓବାଦୀ କ୍ୟାମ୍ପ୍‌ ଠାବ କରାଯାଇଛି। ଏହି ସମୟରେ ମାଓବାଦୀମାନେ...

ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ

ଛତ୍ରପୁର,୨।୧୧(ଦିଲୀପ ସାମଲ): ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ବ୍ୟାଙ୍କର ତୃତୀୟ ମହଲାରେ ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗି...

ବଲାଙ୍ଗୀର ନୂଆ ସର୍କିଟ ହାଉସ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ବଲାଙ୍ଗୀର,୨।୧୧: (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ନବନିର୍ମତ ଦୁଇ ମହଲା କୋଠା ବିଶିଷ୍ଟ ସର୍କିଟ ହାଉସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ସାରେ ଉଦ୍‌ଘାଟନ...

ଆମ୍ବ ଟାକୁଆ ଖାଇ ୬ ଗୁରୁତରଙ୍କ ମଧ୍ୟରୁ ୨ ହେବେ କଟକ ରେଫର: ସରପଞ୍ଚ କହିଲେ…

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): ମାଣ୍ଡିପଙ୍କା ଗ୍ରାମର ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଏବେ ମଧ୍ୟ ବ୍ରହ୍ମପୁର ବଡ଼ ମେଡିକାଲରେ...

ଆମ୍ବ ଟାକୁଆ ଖାଇ ମୃତ ଓ ଗୁରୁତରଙ୍କୁ ମିଳିଲା ସହାୟତା ରାଶି: ମୃତକଙ୍କୁ ୨୦, ଗୁରୁତରଙ୍କୁ ୧୦ ହଜାର

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ ମୃତ ଓ ୬ ଗୁରୁତରଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ରାଶି...

ପଖାଳ ସହ ୨/ ୩ ଦିନର ବାସି ଆମ୍ବ ଟାକୁଆ ଯାଉ ନେଲା ଜୀବନ, ଭୋକ ଉପାସ ଯୋଗୁ ନୁହଁ ଏହା ପାରମ୍ପରିକ କହିଲେ ଜିଲାପାଳ

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ୨ ଜଣଙ୍କ ମୃତ୍ୟୁ ଘଟିଛି। ୬ ଜଣ ଏବେ ମଧ୍ୟ...

ପ୍ରେମ ବିବାହ କରି ସ୍ତ୍ରୀ ଦେହରେ ଭୁଷି ଦେଲେ ଛୁରି, ଆଉ ତା’ପରେ…

ବରଗଡ଼,୨।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା କୁସନପୁରୀ ବିଜୟା ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ନିଜେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri