କମେଣ୍ଟ ମାରୁଥିବା ଯୁବକଙ୍କୁ କାବୁ କରି ପୋଲିସ ଜିମାଦେବା ଘଟଣା: ଶର୍ମିଷ୍ଠାଙ୍କୁ ସମ୍ମାନିତ କଲେ ଏସ୍‌ପି

ବଲାଙ୍ଗୀର ଅଫିସ, ୨ା୧୦-ହାଇସ୍କୁଲରେ ପଢୁଥିବା ଦୁଇ ସାନ ଭଉଣୀ ଓ ତାଙ୍କ ସହାପାଠିନୀଙ୍କୁ ବାରମ୍ବାର କମେଣ୍ଟ ମାରି ହଇରାଣ କରୁଥିବା ଜଣେ ଉଦ୍ଧତ ଯୁବକଙ୍କୁ ବିଚ୍‌ ରାସ୍ତାରେ କାବୁ କରି ଟାଉନ୍‌ ଥାନାରେ ଜିମା ଦେଇଥିଲେ ସାହସୀ ଯୁକ୍ତତିନି କଲେଜ ଛାତ୍ରୀ ଶର୍ମିଷ୍ଠା ମିଶ୍ର। ମଙ୍ଗଳବାର ବଲାଙ୍ଗୀର ଏସ୍‌ପି ସନ୍ଦୀପ ମାଡକର ତାଙ୍କୁ ପ୍ରଶଂସା ପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ା ସମ୍ବର୍ଦ୍ଧିତ କଲାବେଳେ ଶର୍ମିଷ୍ଠାଙ୍କ ପିତା ସୁଶୀଳ ମିଶ୍ର, ଅତିରିକ୍ତ ଏସ୍‌ପି ସୁବାସ ଜମାଦାର, ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଉପସ୍ଥିତ ଥିଲେ ା ଆଗାମୀ ଦିନରେ ମଧ୍ୟ ଶର୍ମିଷ୍ଠା ଏଭଳି ସାହସିକ ଓ ଉତ୍ତମ କାର୍ଯ୍ୟ ଜାରି ରଖିବେ ବୋଲି ଏସ୍‌ପି ମାଡକର ଆଶାପୋଷଣ କରିଥିଲେ ା ସମ୍ମାନିତ ହେବା ପରେ ଶର୍ମିଷ୍ଠା ଖୁସି ପ୍ରକାଶ କରିବା ସହ ଏହା ତାଙ୍କୁ ଆହୁରି ଅଧିକ ସାହସ ପ୍ରଦାନ କରିଛି ବୋଲି କହିଛନ୍ତି ା
ବଲାଙ୍ଗୀର ସାଲେପାଲି ନିବାସୀ ସୁଶୀଳ ମିଶ୍ରଙ୍କ ତିନି ଝିଅ ଭିତରୁ ବଡ ଝିଅ ହେଉଛନ୍ତି ଶର୍ମିଷ୍ଠା ମିଶ୍ର ା ସେ ଦେଓଗଁା ପଞ୍ଚାୟତ ସମିତି କଲେଜରେ ଯୁକ୍ତତିନି ଶେଷବର୍ଷ ଛାତ୍ରୀ ଭାବେ ପଢ଼ୁଛନ୍ତି ା ତାଙ୍କର ଦୁଇ ସାନ ଭଉଣୀ ଲିଚିଷ୍ଠା ଓ ଶ୍ରୁତିଷ୍ଠା ସ୍ଥାନୀୟ ଟାଉନ୍‌ ବାଳିକା ହାଇସ୍କୁଲରେ ଅଧ୍ୟୟନରତ ା ଦୁଇ ସାନ ଭଉଣୀ ତାଙ୍କ ସହପାଠିନୀଙ୍କ ସହ ସ୍କୁଲକୁ ପଢ଼ିବାକୁ ଗଲାବେଳେ ନିୟମିତ ଭାବେ ରାଜୀନଗରପଡାର ରଘୁନାଥ ଠାକୁର ଓ ତାଙ୍କ ଅନ୍ୟ ଦୁଇ ସାଙ୍ଗ ସେମାନଙ୍କୁ କମେଣ୍ଟ ମାରିବା ସହ ହଇରାଣ ହରକତ କରିଆସୁଥିଲେ ା ଏନେଇ ଦୁଇ ସାନ ଭଉଣୀ ଘରେ ତାଙ୍କ ବାପାଙ୍କୁ ଅଭିଯୋଗ କରିଥିଲେ ା ଫଳରେ କିଛିଦିନ ଧରି ଦୁଇ ସାନ ଝିଅ ସ୍କୁଲ ଯିବା ଆସିବା ବେଳେ ବାପା ସୁଶୀଳ ମିଶ୍ର ସେମାନଙ୍କ ସୁରକ୍ଷା ପାଇଁ ଯିବା ଆସିବା କରୁଥିଲେ ା ତେବେ ଯେଉଁଦିନ ସୁଶୀଳ ଛାତ୍ରୀମାନଙ୍କ ସହ ଯାଇପାରୁ ନ ଥିଲେ ସେହିଦିନ ସେମାନଙ୍କ ସ୍କୁଲ ଯିବା ପ୍ରାୟ ବନ୍ଦ ହୋଇଯାଉଥିଲା ା ଏହିପରି ଭାବେ ସେମାନଙ୍କ ପାଠ ପଢ଼ାରେ ବ୍ୟାହତ ସୃଷ୍ଟି ହେଲା ା ଗତ ୨୬ ତାରିଖ ଦିନ ସ୍କୁଲ ଛୁଟିରୁ ଫେରୁଥିତ୍ବା ଦୁଇ ସାନଭଉଣୀଙ୍କ ସହ ଅନ୍ୟ ସହାପାଠିନୀଙ୍କୁ ରଘୁନାଥ ଓ ତାଙ୍କ ସାଙ୍ଗ କମେଣ୍ଟ ମାରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ା ଏହି ଘଟଣା ପରେ ଶର୍ମିଷ୍ଠା ସମ୍ପୃକ୍ତ ଉଦ୍ଧତ ଯୁବକଙ୍କୁ ପାନେ ଦେବେ ବୋଲି ସାହସ ବାନ୍ଧିଥିଲେ ା ୨୭ ତାରିଖ ଦିନ ଛାତ୍ରୀମାନେ ସ୍କୁଲରୁ ଫେରୁଥିତ୍ବାବେଳେ ସର୍କିଟ ହାଉସ ରାସ୍ତାର ବାଣିଜ୍ୟକର ଅଫିସ ଛକରେ ସମ୍ପୃକ୍ତ ତିନି ଯୁବକ ପୁଣି ଥରେ ଛାତ୍ରୀମାନଙ୍କୁ କମେଣ୍ଟ ମାରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବାବେଳେ ପଛରେ ଆସୁଥିତ୍ବା ଶର୍ମିଷ୍ଠା ଦୌଡି ଯାଇ ଦୁର୍ବ୍ୟବହାରକାରୀ ରଘୁନାଥ ଠାକୁରଙ୍କୁ ଉତ୍ତମ ମଧ୍ୟମ ଦେଇ କାବୁ କରି ନେଇଥିଲେ ା ଏହା ଦେଖି ତାଙ୍କର ସହଯୋଗୀମାନେ ଫେରାର ହୋଇଯାଇଥିଲେ ା ଏହାପରେ ସେଠାରେ ଲୋକଙ୍କ ଭିଡ ଜମି ଯାଇଥିଲା ା ଶର୍ମିଷ୍ଠାଙ୍କ ପିତା ସୁଶୀଳ ମିଶ୍ର ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ ା ଏହାପରେ କାବୁ କରିଥିବା ରଘୁନାଥଙ୍କୁ ଧରି ଶର୍ମିଷ୍ଠା ମୁଖ୍ୟ ରାସ୍ତାରେ ଚଲାଇ ନେଇ ଟାଉନ୍‌ ଥାନାରେ ପୋଲିସ ଜିମା ଦେଇଥିଲେ ା ଏହି ଘଟଣା ସହରବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା ା ତାଙ୍କ ସାହସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri