ନୂଆଦିଲ୍ଲୀ,୧୪।୫: ସବୁ କମ୍ପାନୀଙ୍କ ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍)ର ଷ୍ଟାଚୁଟୋରି ଦେୟକୁ ୧୨%ରୁ ୧୦%କୁ ହ୍ରାସ କରାଯାଇଛି। ଏହା ଦ୍ୱାରା କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ଆଗାମୀ ୩ ମାସ ମଧ୍ୟରେ ୬,୭୦୦ କୋଟି ଟଙ୍କାର ନଗଦ ସହାୟତା ପ୍ରଦାନ କରିବ। ସେହିଭଳି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ସରକାର କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ଲାଗି ୧୨% ଲେଖାଏ ଇପିଏଫ୍ ଦେୟ ଯୋଗଦାନ ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସ ଯାଏ ପ୍ରଦାନ କରିଥିଲେ। ଏହାକୁ ଚଳିତ ବର୍ଷ ଜୁନ୍, ଜୁଲାଇ ଏବଂ ଅଗଷ୍ଟ ମାସ ଲାଗି ମଧ୍ୟ ପ୍ରଦାନ କରାଯିବ ବୋଲି ସରକାର କହିଛନ୍ତି।