କମ୍‌ ବୃଷ୍ଟିପାତ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର, ୨୭।୭ (ସ୍ବ.ପ୍ର./ ଡି.ଏନ.ଏ.)- କୃଷିପ୍ରଧାନ କେନ୍ଦୁଝର ଜିଲାରେ ସ୍ବଳ୍ପ ବୃଷ୍ଟିପାତ ଖରିଫ ଚାଷ କାର୍ଯ୍ୟରେ ବାଧକ ସାଜିଛି। ଚାଷ ଉପଯୋଗୀ ବର୍ଷା ଅଭାବରୁ ଅନେକ ଅଞ୍ଚଳରେ ଜମି ପଡିଆ ପଡିଛି। ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନ ଥିବାରୁ ଜିଲାର ବିଭିନ୍ନ ଅଞ୍ଚଳରେ ଚାଷୀ ବର୍ଷାଜଳ ଉପରେ ନିର୍ଭର କରିଥାନ୍ତି । ଏଥର ବର୍ଷା ହେବା ପରେ ଚାଷୀମାନେ କେତେକ ଅଞ୍ଚଳରେ ତଳି ପକାଇବା ସହ ରୁଆ କାମ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ବର୍ଷା ନ ହେବାରୁ ଚାଷ କାମ ଆଗେଇ ପାରିନାହିଁ। ସରକାରୀ ତଥ୍ୟ ଅନୁଯାୟୀ ଜୁନରେ ଜିଲାରେ ୨୪୧.୪ ମି.ମି. ବର୍ଷା ହେବା ସ୍ଥାନରେ ୧୪୩.୨୨ ମିମି ବର୍ଷା ହୋଇଛି। ସେହିପରି ଚଳିତ ମାସ ୨୫ ତାରିଖ ସୁଦ୍ଧା ୩୧୮ମି.ମି. ବର୍ଷା ହେବାକୁ ଥିବା ବେଳେ ମାତ୍ର ୧୭୫.୪୬ ମି.ମି. ବର୍ଷା ହୋଇଛି ା ଏଭଳି ଅବସ୍ଥାରେ ସମ୍ଭାବ୍ୟ ମରୁଡି ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜଳସେଚନ ସୁବିଧା ଲାଗି ବନ୍ଧ, କେନାଲ ନିର୍ମାଣ, ମରାମତି ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କେନାଲ ଥିବା ଅଞ୍ଚଳର ତଳମୁଣ୍ଡରେ ପାଣି ପହଞ୍ଚୁ ନ ଥିବା ଅଭିଯୋଗ ହେଉଛି। କୃଷି ବିଭାଗ ପକ୍ଷରୁ ଫସଲ କ୍ଷୟକ୍ଷତି ସମ୍ପର୍କରେ ଠିକ ତଥ୍ୟ ଦିଆଯାଉ ନ ଥିବାରୁ ଚାଷୀମାନେ କୌଣସି ସହାୟତା ପାଇ ପାରୁ ନ ଥିବା ନବନିର୍ମାଣ କୃଷକ ସଂଗଠନର ଆବାହକ ଲକ୍ଷ୍ମୀଧର ପ୍ରଧାନ ଅଭିଯୋଗ କରିଛନ୍ତି।
ଗୋଟିଏ ଦିଗରେ ବର୍ଷାଭାବ ଓ ଅନ୍ୟ ଦିଗରେ ଜଙ୍ଗଲ ତଳି ଇଲାକାରେ ହାତୀ ଉପଦ୍ରବ ଚାଷୀଙ୍କୁ ଅଥୟ କରିଛି। ଜିଲାର ଚମ୍ପୁଆ,ବାଂଶପାଳ,ହରିଚନ୍ଦନପୁର,ସଦର, ଘଟଗଁା, ତେଲକୋଇ ଓ ପାଟଣାଅଞ୍ଚଳରେ ହାତୀ ଉପଦ୍ରବ ଚରମସୀମାରେ ପହଞ୍ଚିଛି। ଚାଷମାନେ ଜମିରେ ପକାଇଥିବା ଧାନତଳିକୁ ହାତୀପଲ ମାଡିମକଚି ନଷ୍ଟ କରୁଥିବା ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି।
ମରୁଡି ଅଞ୍ଚଳ ଘୋଷଣା ଲାଗି ଦାବିପତ୍ର
ସ୍ବଳ୍ପ ବୃଷ୍ଟି ହେତୁ କେନ୍ଦୁଝର ଜିଲାକୁ ମରୁଡି ଅଞ୍ଚଳ ଘୋଷଣା କରାଯାଉ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଏହାର ପ୍ରତିକାର କରିବା ଏବଂ ଖଣିଖାଦାନରେ ଚାଷୀ ପରିବାରର ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଏଥିରେ ଦାବି କରାଯାଇଛି। ସଂଗଠନର ଜିଲା ସଂଯୋଜକ ଲକ୍ଷ୍ମୀଧର ପ୍ରଧାନଙ୍କ ନେତୃତ୍ୱରେ ଇନ୍ଦ୍ରମଣି ବିଶ୍ୱାଳ,ଶ୍ୟାମସୁନ୍ଦର ମହାନ୍ତ,ସଂଗ୍ରାମ କିଶୋର ପ୍ରମୁଖ ଶୁକ୍ରବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛପର ଫାଡ଼ିଦେଲେ ଭଗବାନ: ଦିନ ମଜୁରିଆରୁ କୋଟିପତି ହେଲେ ଓଡ଼ିଆ ଯୁବକ

କେନ୍ଦୁଝର,୨୮।୩: ସତରେ ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ରାତା ରାତି ବଦଳି ଯାଏ ଭାଗ୍ୟ। କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ରେଭେନସାପୁର...

ବିକୁଥିଲେ ନକଲି ସିମ୍‌: ଧରିଲା ପୋଲିସ

ପାଟଣା,୨୭ା୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାଇବର ପୋଲିସ ଶତାଧିକ ନକଲି ସିମ୍‌ ବିକ୍ରି ଅଭିଯୋଗରେ ଗୁରୁବାର ଜଣେ ଏଜେଣ୍ଟଙ୍କ ସମେତ ୨ ଜଣଙ୍କୁ ଗିରଫ...

ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି

ପାଟଣା,୨୭ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ଷ୍ଟାଡିୟମ ନିର୍ମାଣ ଖୁବ୍‌ ଶୀଘ୍ର ସାରିବା ଦାବିରେ ଗୁରୁବାର ସ୍ଥାନୀୟ ଖେଳାଳି ଓ ବୁଦ୍ଧିଜୀବୀ ବିକ୍ଷୋଭ...

ଟିକରପଡାରେ ୧୮ଟିକିଆ ହାତୀ, ଦଳିଦେଲେ ବଇତାଳୁ ଫସଲ

କେନ୍ଦୁଝର,୨୭।୩ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବନାଞ୍ଚଳ ଅଞ୍ଚଳରେ ୧୮ଟିକିଆ ହାତୀପୋଲ ଆତଙ୍କ ଖେଳାଇ ଚାଲିଛନ୍ତି। ଗତକାଲି ସଂଧ୍ୟାରେ ସଲରାପଣ୍ଠ ଜଙ୍ଗଲରୁ ବାହାରି...

ବାପା ଆଗରେ ଚାଲିଗଲା ୫ବର୍ଷ ଶିଶୁର ଜୀବନ

କେନ୍ଦୁଝର,୨୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ) ଟ୍ରକ ଧକ୍କାରେ ଚାଲିଗଲା ୫ବର୍ଷ ଶିଶୁର ଜୀବନ। ବାପା ଆଗରେ ଚାଲିଗଲା ଶିଶୁର ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ଯୋଡ଼ା...

ବେଆଇନ ବାଲି ଚାଲାଣବେଳେ ପୋଲିସ ଉପରେ ଆକ୍ରମଣ: ଜଣେ ଗୁରୁତର

ଆନନ୍ଦପୁର/ଛେନାପଦି,୨୬।୪(ସୁଶାନ୍ତ କୁମାର ସାହୁ/ନିରାକାର ପରିଡା): ନନ୍ଦିପଦା ଥାନା ଅଧିନ ଜମ୍ଭରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀରୁ ଦୀର୍ଘଦିନ ଧରି ବେଆଇନ ବାଲିଉଠାଣ ହୋଇଆସୁଥିଲା ବେଳେ...

ବାଲିଘାଟରେ ପୋଲିସକୁ ଅତର୍କିତ ଆକ୍ରମଣ,୨ କନ୍‌ଷ୍ଟେବଲ ଗୁରୁତର

ଛେନାପଦି,୨୫।୩(ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ଜମ୍ଭିରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀ ବାଲିଘାଟରେ ପୋଲିସକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଚୋରା...

ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ

ପାଟଣା,୨୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ନମ୍ବର ମୁମ୍ବାଇ କଲିକତା ଜାତୀୟ ରାଜପଥର ହାତୀବାରୀ ନିକଟରେ ଏକ ଟ୍ରକ ବାଇକ ଆରୋହୀଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image