ଓ୍ବାଶିଂଟନ,୧ା୭(ପି.ଟି.): ଆଗାମୀ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟ ପ୍ରାର୍ଥୀ ଦୌଡ଼ରେ ଥିବା ଭାରତୀୟ ବଂଶୋଦ୍ଭବ ସିନେଟର କମଲା ହାରିସ୍ ତାଙ୍କ ପରିଚୟ ପାଇଁ ଅନ୍ଲାଇନ୍ରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେ ଜଣେ ଆମେରିକୀୟ ଅଣଶ୍ୱେତାଙ୍ଗ ନୁହନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ୫୪ ବର୍ଷୀୟ ହାରିସ୍ଙ୍କର ଆମେରିକାରେ ଜନ୍ମ। ତାଙ୍କ ମାଆ ଜଣେ ଭାରତୀୟ ହୋଇଥିବାବେଳେ ବାପା ଜାମାଇକା ବାସିନ୍ଦା। କାଲିଫର୍ନିଆ ସିନେଟର ଥିବା ହାରିସ୍ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଭଳି ବର୍ଣ୍ଣବୈଷମ୍ୟ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।