କାର୍ଡିଫ,୧।୬- ଶ୍ରୀଲଙ୍କା ଦଳର ଅଧିନାୟକ ଦିମୁଥ କରୁଣାରତ୍ନେ ଚଳିତ ବିଶ୍ୱକପ୍ରେ ଏକ ରେକର୍ଡ ଅଧିକାରୀ ହୋଇଛନ୍ତି। ଏଠାରେ ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ସେ ଓପନିଂ ବ୍ୟାଟିଂ କରିବାକୁ ଆସି ଦଳ ଅଲଆଉଟ୍ ହେବା ପର୍ଯ୍ୟନ୍ତ ନଟ୍ଆଉଟ୍ ରହିଥିଲେ। ସେ ୮୪ ବଲ ସମ୍ମୁଖୀନ ହୋଇ ୪ ଚୌକା ସହାୟତାରେ ୫୨ ରନ୍ର ଅର୍ଦ୍ଧଶତକୀୟ ଇନିଂସ ଖେଳି ଅପରାଜିତ ଥିଲେ। କରୁଣାରତ୍ନେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପ୍ରେ ଏଭଳି ବିଶ୍ୱକପ୍ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ତାଙ୍କ ପୂର୍ବରୁ ୧୯୯୯ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜର ରିଡଲେ ଜ୍ୟାକବ୍ସ (୪୯) ଏହି ରେକର୍ଡ ନିଜ ନାମରେ କରିଥିଲେ।