ରାୟଗଡ଼ା ଅଫିସ,୧୯।୩: କୋରନା ଭୂତାଣୁ ଜନିତ ସଂକ୍ରମଣର ମୁକାବିଲା ପାଇଁ ରାୟଗଡ଼ା ଜିଲା ପ୍ରଶାସନ ଏବଂ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ବୋର୍ଡର ମିଳିତ ନିଷ୍ପତ୍ତି କ୍ରମେ ଶୁକ୍ରବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ମା’ ମଝିଘରିଆଣୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମା’ଙ୍କର ଦୈନନ୍ଦିନ ନୀତିକାନ୍ତ ବିଧିବଦ୍ଧ ଭାବେ ପୂଜକମାନଙ୍କ ଦ୍ୱାରା କରାଯିବ ବୋଲି କୁହାଯାଇଛି। ମଙ୍ଗଳବାର ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଆଲୋଚନା କରାଯାଇଥିଲା। ଉକ୍ତ ଏସ୍ପି ଶର୍ବଣା ବିବେକ ଏମ୍, ପିଡ଼ି ଅମୃତ ଋତୁରାଜ୍, ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ତହସିଲଦାର ସୁନୀଲ ଖରା, ମା’ ମଝିଘରିଆଣୀ ମନ୍ଦିରର ଟ୍ରଷ୍ଟ ବୋର୍ଡ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଥିଲା।