କରୋନା କଟକଣା: ୪୦ ହଜାର ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚତ୍ତ ହେବେ

ମାଲକାନଗିରି,୧୪ା୫ (ଡି.ଏନ୍‌.ଏ.)-ରାଜ୍ୟରେ କରୋନା ମହାମାରୀରେ ଯେପରି ଛାତ୍ରୀଛାତ୍ରମାନେ ସଂକ୍ରମିତ ନ ହୁଅନ୍ତି ଏହାକୁ ଦଅଟେିରେ ରଖି ସରକାର ଗତ ମାର୍ଚ୍ଚ ମାସରେ ପ୍ରଥମରୁ ନବମ ଶ୍ରେଣୀ ବୃତ୍ତି ପରୀକ୍ଷା ବାତିଲ କରି ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରିଥିଲେ। ମାଲକାନଗରି ଜିଲାରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନିଜ ଘରକୁ ପଠାଯାଇଥିଲା। ରାଜ୍ୟରେ ୪ର୍ଥ ଥର ପାଇଁ ଲକଡାଉନ ବୃଦ୍ଧି ହୋଇପାରେ। ବିଦ୍ୟାଳୟଗୁଡିକ ବନ୍ଦ ଥିବାରୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ଥିବା ଖଟ, ଗଦି, ସଙ୍ଗରୋଧ କେନ୍ଦ୍ରଗୁଡିକୁ ସ୍ଥାନାନ୍ତରିତ ହୋଇଛି। ସରକାର ଛାତ୍ରୀଛାତ୍ରଙ୍କ ଲାଗି ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା କରିଛନ୍ତି। ମାଲକାନଗିରି ପରି ଆଦିବାସୀ ଅଧ୍ୟୁଷିତ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ସମ୍ଭବ ନୁହେଁ। ଛାତ୍ରୀଛାତ୍ରମାନେ ସ୍ମାର୍ଟ ଫୋନ୍‌ରେ ନେଟ୍‌ ବ୍ୟବହାର ବିଷୟରେ ଜାଣନ୍ତିନାହିଁ। ମଙ୍ଗଳ ବିଭାଗ ଅଧୀନରେ ଶିକ୍ଷା ଲାଭ କରୁଥିବା ୪୦ ହଜାରରୁ ଊଦ୍ଧ୍ୱର୍ର୍ ଛାତ୍ରୀଛାତ୍ର ଚଳିତବର୍ଷ ଅନଲାଇନ ଶିକ୍ଷାଗ୍ରହଣ କରିବା ସମ୍ଭବ ନୁହେଁ। ଏହି ଛାତ୍ରୀଛାତ୍ରଙ୍କ ଶିକ୍ଷା ଗ୍ରହଣ ଲାଗି ଅନ୍ୟ ବ୍ୟବସ୍ଥା କରା ନ ଗଲେ ଚଳିତ ଶିକ୍ଷା ବର୍ଷରେ ଉକ୍ତ ଛାତ୍ରୀଛାତ୍ରମାନେ ଶିକ୍ଷାଗ୍ରହଣରୁ ବଞ୍ଚତ୍ତ ହେବେ। ସରକାର ଏନେଇ ବିକଳ୍ପ ବ୍ୟବସ୍ଥା କରିବାକୁ ଶିକ୍ଷାବିତ, ବୁଦ୍ଧିଜୀବିମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କଲେ ଗ୍ରାମବାସୀ, ଗୁଣି ଗାରେଡିକୁ ନେଇ…

ମାଲକାନଗିରି,୧୫ା୯(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡର ସୁକ୍‌ମା ଜିଲାରେ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ଗ୍ରାମବାସୀ ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ୩...

ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ: ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ମାଲକାନଗିରି,୧୨ା୯(ଦୁର୍ଯ୍ୟୋଧନ ପାତ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦିନିକିଆ ମାଲକାନଗିରି ଜିଲାକୁ ଯାଇ ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ...

ସଂଗଠନରେ ବିଦ୍ରୋହ, ସାଥୀ ମାଓବାଦୀଙ୍କୁ ହତ୍ୟା

ମାଲକାନଗିରି, ୯ା୯(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ମାଓବାଦୀ ସଂଗଠନରେ ବିଦ୍ରୋହ ଦେଖାଦେଇଛି। ପୋଲିସ ସୂଚନାଦାତା ସନ୍ଦେହରେ କାଙ୍କେର ଜିଲା ପରତାପୁରରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ତେଲୁଗୁ କ୍ୟାଡର...

ପ୍ରବଳ ବର୍ଷା: ମଙ୍ଗଳବାର ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୯।୯: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ମାଲକାନଗିରିରେ ସ୍କୁଲ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା। ପ୍ରବଳ ବର୍ଷା ଯୋଗୁ ଜିଲାପାଳ ସୋମବାର ଛୁଟି ଘୋଷଣା କରିଛନ୍ତି।...

ପ୍ରବଳ ବର୍ଷା: ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି

ମାଲକାନଗିରି,୯ା୯(ଦୁର୍ଯ୍ୟୋଧନ ପାତ୍ର): ଦୁଇଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲା ପ୍ରାୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଛି।...

୫୦୦ରୁ ଊର୍ଦ୍ଧ୍ୱ କଇଁଛ ଜବତ, ୪ ଗିରଫ

ମାଲକାନଗିରି,୫।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ବନ ବିଭାଗ ଦ୍ୱାରା ବୁଧବାର ସକାଳେ ୫୦୦ରୁ ଊର୍ଦ୍ଧ୍ୱ ଜୀବନ୍ତ କଇଁଛ ଜବତ ହୋଇଛି।...

ଗୁଳି ବିନିମୟରେ ୯ ମାଓବାଦୀ ମୃତ: ୫ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୩ା୯(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ଼ ସୁକ୍‌ମା ଜିଲା ପୋଲିସ ନିକଟରେ ଜଣେ ମହିଳାଙ୍କ ସମେତ ୫ ମାଓବାଦୀ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମେହେତା ଆର୍‌ପିସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri