କରୋନା କଟକଣାକୁ ନିରାକାରପୁର ଅଞ୍ଚଳବାସୀଙ୍କ ବେଖାତିର: ଦୋକାନ ଦିନରେ ତାଲା, ରାତିରେ ଖୋଲା; ଚା’ ଖଟିରେ ଜମୁଛି ଆସର

ନିରାକାରପୁର,୧୬।୪(ଡି.ଏନ୍‌.ଏ.): କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ସ୍ଥିତି ଜାରି ରହିଛି। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଏବଂ ଏହାର ଆଖପାଖ ଅଂଚଳରେ ଏହି ନିୟମକୁ ଖୋଲା ଖୋଲି ଉଲଘଂନ କରାଯାଉଥିବା ଦେଖିବାକୁ ମିଳିଛି। ଏଠାରେ ନିୟମ ମାନିବା କଥା ଦୂରରେ ଥାଉ ବିଲ ଗହିରରେ କ୍ରିକେଟ, ଗାଁ ଗାଁରେ ତାସ୍‌ ଖେଳ, ଚେସ, ପଶା ଖେଳଠାରୁ ଆରମ୍ଭ କରି ଛକ ଏବଂ ଗାଁ ମୁଣ୍ଡରେ ଚା’ ଓ ପାନ ଦୋକାନ ଖୋଲା ରହୁଛି। ଏପରିକି ସକାଳୁ ସନ୍ଧ୍ୟା ଯାଏ ରାଜନୀତିିର ଆଡ୍ଡା ଜମୁଥିବା ଦେଖିବାକୁ ମିଳୁଛ। ବଜାର ବନ୍ଦକୁ ଆଖିରେ ରଖି କିଛି ଲୋକ କଳାବଜାରି ଆରମ୍ଭ କରିଛନ୍ତି। ଦୋକାନରେ ଥିବା ଜେରେକ୍ସ ମେଶିନକୁ ନିଜ ଘରେ ରଖି ୫ରୁ ୧୦ ଟଙ୍କା ଲେଖାଏ ଜୋର ଜବରଦସ୍ତ ଆଦାୟ କରୁଛନ୍ତି। ପୋଲିସ ଭୟରେ ଲୋକେ ପନିପରିବା, ରାଶନ ଓ ଔଷଧ ଦୋକାନ ଲୋକେ ଦିନବେଳା ଖୋଲୁଥିବା ବେଳେ ଅନ୍ୟ ଦୋକାନ ରାତି ୧୧ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଚୋରା ବାଲି, ଗୋଡି ଓ ମାଙ୍କଡା ପଥର ଶହ ଶହ ଗାଡି ମୋଟର ଖୁଲମ୍‌ଖୁଲା ଯାତାୟାତ କରୁଛନ୍ତି। ସେପଟେ ଲକ୍‌ ଡାଉନ୍‌ ପାଇଁ ପ୍ରଶାସନ ପକ୍ଷରୁ ସୀମା ସିଲ୍‌ ହୋଇଛି। କିନ୍ତୁ ଏହି ସବୁ କାର୍ଯ୍ୟ ବିଭିନ୍ନ କଟକଣା ସତ୍ତ୍ୱେ ପୋଲିସ ଆଖିରେ ଧୂଳି ଦେଇ କରାଯାଉଛି। କେବଳ ଏତିକି ନୁହେଁ ନୂତନ ଘର ନିର୍ମାଣ କାର୍ଯ୍ୟ ମଧ୍ୟ ଅଞ୍ଚଳରେ ଜାରି ରହିଛି। ଯଦି ଗାଁ ଗହଳିରେ ଏହାକୁ ରୋକା ନ ଯାଏ ତେବେ ଆଗାମୀ ଦିନରେ କରୋନା ସଂକ୍ରମଣକୁ ରୋକିବା ସମ୍ଭବପର ହୋଇ ନ ପାରେ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏ ନେଇ ନିରାକାରପୁର ଥାନା ଏଏସ୍‌ଆଇ ଶରତ ଚନ୍ଦ୍ର ପାଇକରାୟଙ୍କୁ ପଚାରିବାରେ ଆମେ ପାଟ୍ରୋଲିଂ କରୁଛୁ। ଯେଉଁଁଠି କେହି ଉଲ୍ଲଘଂନ କରୁଥିବା ଦେଖୁଛୁ ତାକୁ ସଚେତନତା କରିବା ସହିତ ତାଗିଦ କରୁଛୁ। ହେଲେ ରାତିରେ ଯେଉଁ ଦୋକାନ ଖୋଲିବା ନେଇ ଅଭିଯୋଗ ହେଉଛି ତାହାକୁ ଦେଖିବୁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାରେ ପ୍ରତିଷ୍ଠା ହେବ ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟିର କ୍ୟାମ୍ପସ

ଭୁବନେଶ୍ୱର,୨୭ା୯: ଓଡିଶାରେ ‘ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ...

ଉଚ୍ଚଶିକ୍ଷା ମନ୍ତ୍ରୀ ଦେଲେ ସୂଚନା: ଖୁବଶୀଘ୍ର ପୂରଣ ହେବ ୧୫୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ ପଦବୀ

ଭୁବନେଶ୍ୱର,୨୭ା୯: ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୧୫୦୦ ରୁ ଅଧିକ ପ୍ରାଧ୍ୟାପକ ପଦ ଶୀଘ୍ର ପୂରଣ ହେବ ବୋଲି ଶୁକ୍ରବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ...

ପିଆଜ ବିକିଲେ ସରକାର

ଭୁବନେଶ୍ୱର,୨୭।୯: ଖୁଚୁରା ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି। କେଉଁଠି ପିଆଜ କିଲୋ ୬୦ ତ ପୁଣି କେଉଁଠି ୭୦ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି...

ସୋସିଆଲ ମିଡିଆ ପୋଷ୍ଟରୁ ଭଦ୍ରକରେ ଶାନ୍ତି: ସନ୍ଥିଆରେ ୧୬୩ ଧାରା ଜାରି

ଭଦ୍ରକ,୨୭ା୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ...

ସିନେମା ଷ୍ଟାଇଲ୍‌ରେ ଭିଣୋଇଙ୍କୁ ହତ୍ୟା କଲା ଶଳା, ଆଶ୍ଚର୍ଯ୍ୟ କରିଦେବ ହତ୍ୟା ପଛର କାରଣ…

ରାଉରକେଲା,୨୭ା୯(ସଙ୍ଗୀତା ଜେନା): ରାଉରକେଲା ସହରରେ ଘଟିଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମାଲଗୋଦାମ...

ଧାନ କିନାକୁ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ: କଟନୀଛଟନୀ ବନ୍ଦ, ୪୮ ଘଣ୍ଟାରେ ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର,୨୭ା୯: ଲୋକସେବା ଭବନର କନଭେନସନ ହଲରେ ଶୁକ୍ରବାର ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ...

କପିଳାସ ଗଲା ନରହନ୍ତା ହାତୀ

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ ଉତ୍ପାତ ଚଳାଇଥିବା ନରହନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ ପରେ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଜିଲାର କପିଳାସକୁ...

ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଲେ ସମିତିସଭ୍ୟ: ବ୍ୟାକ୍‌ଫୁଟ୍‌ରେ ବିଜେଡି

ଭବାନୀପାଟଣା/ଥୁଆମୁଳ ରାମପୁର,୨୭।୯ (ଉତ୍ତମ କୁମାର ଦାଶ/ ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ରାଜନିତୀରେ ଏବେ ହଟଚମଟ ଦେଖିବାକୁ ମିଳିଛି । ସ୍ଥାନୀୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri