ବିଜେପୁର, ୩୧।୩(ଡି.ଏନ୍.ଏ.): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ବ୍ୟକ୍ତିଗତ ସଚେତନତା ହିଁ ଏକମାତ୍ର ବିକଳ୍ପ। ତେଣୁ ସରକାର ଲକ୍ଡାଉନ ଘୋଷଣା କରି ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ସଚେତନତା ସୃଷ୍ଟି କରୁଛନ୍ତି। ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ବରଗଡ଼ ଜିଲା ବିଜେପୁର ଏନ୍ଏସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସାନିଟାଇଜର ସ୍ପ୍ରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପାଣି ସହ ଫିନାଇଲ ମିଶାଇ ସ୍ପ୍ରେ କରାଯାଉଛି। ଏହି କାର୍ଯ୍ୟରେ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ତହସିଲଦାର କୁଳମଣି ରଣବିଡ଼ା, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୁକ୍ମଣ ମେହେର, ଆଇଆଇସି ରାଜେନ୍ଦ୍ର ସିଆଲ, ଅଗ୍ନିଶମ ଅଧିକାରୀ ଭ୍ରମରବର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।