Posted inଖେଳ

କରୋନା ଭାଇରସ ସଂକ୍ରମଣ: ବ୍ରିଟିଶ ଅଲିମ୍ପିକ୍‌ ଆସୋସିଏଶନ ଚିନ୍ତିତ

ଲଣ୍ଡନ,୨୦।୩ (ଏଏଫ୍‌ପି)- କରୋନା ଭାଇରସ ସଂକ୍ରମଣ ନେଇ ବ୍ରିଟିଶ ଅଲିମ୍ପିକ୍ସ ମୁଖ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଯଦି ଏହି ଭାଇରସ ସଂକ୍ରମଣକୁ ଠିକ୍‌ ସମୟରେ ନିୟନ୍ତ୍ରଣ ନ କରାଯାଏ ତା’ହେଲେ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଆଥଲେଟମାନଙ୍କୁ ଉତ୍ସାହିତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଅଲିମ୍ପିକ୍ସ ଅପେକ୍ଷା ଆଥଲେଟଙ୍କ ସ୍ବାସ୍ଥ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜୁଲାଇ ୨୪ରୁ ଟୋକିଓ ଅଲିମ୍ପିକ୍ସ ଆରମ୍ଭ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଚାହୁଁଛି। କିନ୍‌ୁ ବହୁ ସାଖ୍ୟାରେ ଆଥଲେଟ କରୋନା ଭାଇରସ କାରଣରୁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତିରେ ସମସ୍ୟାର ସମ୍ମୁଖୀନ ହେବା କଥା କହିଛନ୍ତି। ଭାଇରସ୍‌କୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ଆଥଲେଟମାନେ କହିଛନ୍ତି।
୮୦୦ମିଟର ଦୌଡ଼ରେ ଅଲିମ୍ପିକ୍ସରେ ସାମିଲ ହେବାକୁ ଲକ୍ଷ୍ୟ ରଖିଥିବା ଗେ ଲିୟରମନ୍ଥ ପ୍ରଥମ ବ୍ରିଟିଶ ଆଥଲେଟ ଭାବେ ଅଲିମ୍ପିକ୍ସ ଅଂଶଗ୍ରହଣ ନେଇ ସତର୍କ କରାଇ ଦେଇଛନ୍ତି। ପୂର୍ବରୁ ମଧ୍ୟ ଅଲିମ୍ପିକ ପୋଲ ଭୋଲ୍ଟ ଚାମ୍ପିୟନ କାଟେରିନା ଷ୍ଟିଫାନିଡି ଏ ନେଇ ଆଇଓସିକୁ କଡ଼ା ସମାଲୋଚନା କରିଛନ୍ତି।କରୋନା ଭାଇରସ ଆତଙ୍କ କାରଣରୁ ୟୁରୋ ୨୦୨୦ ଓ କୋପା ଆମେରିକାକୁ ସ୍ଥଗିତ ରଖଯାଇଛି। ସେହିପରି ଅଲିମ୍ପିକ୍ସକୁ ସ୍ଥଗିତ କିମ୍ବା ବାତିଲ କରାଯିବା ନେଇ ଦାବି ହୋଇଛି। ଆଥଲେଟମାନଙ୍କ ସ୍ବାସ୍ଥ୍ୟକୁ ବିପଦରେ ପକାଇବାକୁ ଆମେ ଚାହୁଁ ନାହୁଁ। ଯେତେବେଳେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ ସରକାର ଓ ପବ୍ଲିକ ହେଲ୍‌ଥ ଗାଇଡ ଲାଇନ୍‌ ଅନୁସାରେ ଆଥଲେଟମାନେ ଅଲିମ୍ପିକ ପ୍ରସ୍ତୁତି ନେଇ ପ୍ରୟାସ କରିବେ ବୋଲି ବ୍ରିଟିଶ ଅଲିମ୍ପିକ୍ସ ଆସୋସିଏସନ (ବିଓଏ) ତରଫରୁ କୁହାଯାଇଛି। ଉଲ୍ଲେଖଥାଉ କି, ବିଓଏ ଓ ବ୍ରିଟିଶ ସ୍ପୋଟର୍‌ସ ଫେଡେରେଶନର କେତେଜଣ ଅଧିକାରୀ ଟୋକିଓରୁ କେତେଗୁଡିଏ ଭେନ୍ୟୁ, ର୍‌ଆଥ୍‌ଲେଟ ଭିଲେଜ ବା କ୍ରୀଡ଼ା ଗ୍ରାମ ପରି ଦର୍ଶନ କରି ସ୍ବଦେଶ ଫେରିଛନ୍ତି। ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଠିକ୍‌ ବାଟରେ ଚାଲିଛି ବୋଲି ଏମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri