ଲଣ୍ଡନ,୧୧।୩: ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ନାଡିନେ ଡୋରିସ କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିଛି। ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ନିଜ ଘରେ ତାଙ୍କୁ ଆଇସୋଲେଶନରେ ରଖାଯାଇଥିବା ସୂଚନା ମିଳିଛି। କରୋନା ଭାଇରସକୁ ନେଇ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିଥିବା ଡୋରିସ କହିଛନ୍ତି। ସୂଚନାଯୋଗ୍ୟ, ବ୍ରିଟେନରେ ଏବେ ପର୍ଯ୍ୟନ୍ତ କରୋନା ଭାଇରସରେ ୩୮୦ ସଂକ୍ରମିତ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ହୋଇଛି।