କରୋନା ଭାଇରସ୍‌: ପାରୋଲରେ ଆସିବେ ଲାଲୁ!

ରାଞ୍ଚି,୭।୪: କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଝାରଖଣ୍ଡ ସରକାର ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ ଝାରଖଣ୍ଡ ସରକାର ବିଚାର କରୁଥିବା ଜଣାପଡ଼ିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର ଲାଲୁଙ୍କୁ ପାରୋଲରେ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ଆଡଭୋକେଟ ଜେନେରାଲ ଓ ଜେଲ୍‌ ପ୍ରଶାସନ ସହ ବିଚାର ବିମର୍ଷ କରୁଛନ୍ତି। ମଙ୍ଗଳବାର ରାଜ୍ୟର କୃଷିମନ୍ତ୍ରୀ ବାଦଲ ପତ୍ରଲେଖ ଏନେଇ ସୂଚନା ଦେଇଛନ୍ତି। ଅସୁସ୍ଥତା କାରଣରୁ ବର୍ତ୍ତମାନ ଲାଲୁ ରିମ୍ସ ହସ୍ପିଟାଲର ପେଇଂ ଓ୍ବାର୍ଡରେ ଭର୍ତ୍ତି ହୋଇଛନ୍ତି। ଏବେ ଏହି ପେଇଂ ଓ୍ବାର୍ଡରେ କରୋନା ସନ୍ଦିଗ୍ଧଙ୍କ ପାଇଁ ଆଇସୋଲେଶନ୍‌ ଓ୍ବାର୍ଡ ତିଆରି କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, କରୋନା ଭୟାବହତାକୁ ଦେଖି ସୁରକ୍ଷା ଦୃଷ୍ଟିରୁ ଜେଲ୍‌ରେ ଥିବା କଏଦୀଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୋରେନ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦୦ ଟଙ୍କା ପାଇଁ ୫୧ ଲକ୍ଷ ଟଙ୍କା ହରାଇଲେ ମହିଳା: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୩।୩: ଆଜିକାଲି ସୋସିଆଲ ମିଡିଆ ଯୁଗରେ ସବୁକିଛି ଅନଲାଇନରେ ଘଟୁଛି। ପୋଷାକ କିଣିବା ଠାରୁ ଆରମ୍ଭ କରି ବାହାରକୁ ଯିବା ପାଇଁ କ୍ୟାବ ବୁକ କରିବା...

Holi 2025: ଯେବେ ହୋଲି ଖେଳିବାକୁ ନେଇ ଇନ୍ଦିରା ଗାନ୍ଧୀଙ୍କୁ ମିଳିଥିଲା ବଡ଼ ଦଣ୍ଡ, କରିବାକୁ କୁହାଯାଇଥିଲା ଏମିତି…

ନୂଆଦିଲ୍ଲୀ,୧୩।୩: ବର୍ଷ ବର୍ଷ ଧରି ଲୋକମାନେ ରଙ୍ଗର ମଜା ସହିତ ଏବଂ ପରମ୍ପରା ଅନୁସରଣ କରି ହୋଲି ପର୍ବ ପାଳନ କରିଆସୁଛନ୍ତି। ଏହି ପର୍ବର ଉଦ୍ଦେଶ୍ୟ...

ତାତିରୁ ଆଶ୍ୱସ୍ତି: ହୋଲିରେ ପ୍ରବଳରୁ ଅତି ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୩।୩: ଆରମ୍ଭ ହୋଇଯାଇଛି ତାତି । ତାତି ଏମିତି ବଢିଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ତେବେ ଏହାରି ଭିତରେ ଆସିଛି...

୩ ଗୁଣା ବଢ଼ିଛି ଡିଜିଟାଲ ଆରେଷ୍ଟ

ନୂଆଦିଲ୍ଲୀ,୧୩ା୩ (ପି.ଟି./ଏଜେନ୍ସି)ସମୟକ୍ରମେ ଅପରାଧର ପରିଭାଷା ବଦଳିବାରେ ଲାଗିଛି। ଅପରାଧୀମାନେ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି। ସମ୍ପ୍ରତି ସ୍କୁଲ ପିଲାଙ୍କଠାରୁ ନେଇ ଗୃହିଣୀ,...

ରାଜ୍ୟରେ ଭାଜପା ଜିତିଲେ ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ଫିଙ୍ଗି ଦିଆଯିବ: ଶୁଭେନ୍ଦୁ ଅଧିକାରୀ

କୋଲକାତା, ୧୨।୩: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଏକ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ଜିତିଲେ...

ବିଶ୍ୱର ଶ୍ରେଷ୍ଠ ୫୦ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌ରେ ଭାରତରୁ ୯

ନୂଆଦିଲ୍ଲୀ, ୧୨ା୩: ଉଚ୍ଚଶିକ୍ଷାକୁ ନେଇ ବିଶ୍ଳେଷଣ କରୁଥିବା ସଙ୍ଗଠନ ‘କ୍ୟୁଏସ୍‌’ ପକ୍ଷରୁ ବୁଧବାର ‘କ୍ୟୁଏସ୍‌ ଓ୍ବାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ସ ୨୦୨୫’ର ତାଲିକା ଜାରି କରାଯାଇଛି। କ୍ୟୁଏସ୍‌...

ନଦୀ ନାଳ ନିକଟରେ ରହୁଥିବା ଲୋକମାନଙ୍କ ପ୍ରତି ରହିଛି କର୍କଟ ରୋଗ ବିପଦ: ICMR

ଭୁବନେଶ୍ୱର,୧୨।୩: ଦେଶର ସର୍ବୋଚ୍ଚ ମେଡିକାଲ ପ୍ୟାନେଲ୍, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଦ୍ୱାରା ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ନଦୀ...

ଆସିଗଲା ଟ୍ରିପଲ ଇଞ୍ଚିନ ସରକାର, ୧୦ରୁ ୯ ସହରରେ ଭାଜପା ମେୟର

ଚଣ୍ଡିଗଡ଼,୧୨।୩: ହରିୟାଣା ବିଧାନସଭା ନିର୍ବାଚନ ପରେ, ସ୍ଥାନୀୟ ନଗର ନିଗମ ନିର୍ବାଚନରେ ମଧ୍ୟ କଂଗ୍ରେସକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ରାଜ୍ୟର ୧୦ଟି ନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri