କରୋନା ଭାଙ୍ଗିନି ଦମ୍ଭ: ଛାଇରେ ଚାଲିଛି ଛତୁଚାଷ

କାମାକ୍ଷାନଗର, ୧୩।୫ – କରୋନା ପାଇଁ ବୃତ୍ତି ହରାଇଲେଣି ଅନେକେ। ଜୀବନ ବଞ୍ଚାଇବା ଲାଗି କାମଧନ୍ଦା ଛାଡ଼ି ଗଣପଳାୟନ କରୁଛନ୍ତି ପ୍ରବାସୀ। ହେଲେ ଭିଟାମାଟିରେ ନିଜ ଉଦ୍ୟମରେ ଚାଷକୁ ଆଦରି ସ୍ବାବଲମ୍ବୀ ହୋଇଥିବା ମଣିଷମାନଙ୍କ ଦମ୍ଭ ଭାଙ୍ଗିପାରିନି କୋଭିଡ୍‌। ଯଦିଓ ଆଗଭଳି ଲାଭ ହେଉନାହିଁ, ତଥାପି ପରିବାର ଚଳାଇବାରେ କୌଣସି ସମସ୍ୟା ନାହିଁ। କରୋନା ସଙ୍କଟ ସମୟରେ ଖୋଲା ଆକାଶ ତଳେ ଛାଇ ଜାଗାରେ ପାଳ ଛତୁ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କାମାକ୍ଷାନଗର ଏବଂ ପରଜଙ୍ଗ ଅଞ୍ଚଳର ବହୁ ଛତୁ ଚାଷୀ।
ଛତୁ ଉତ୍ପାଦନ ପାଇଁ ସୁନାମ ଅର୍ଜନ କରିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ଚୁଳିଆ ମୁଣ୍ଡାସାହି, ସିବୁଳାପଶି, ଆଲୁଅଝରଣ, ମହୁଲି, ପରଜଙ୍ଗ ବ୍ଲକର ପଥରଖମ୍ବ, ସିଆରିମାଳିଆ। ଅଳ୍ପ ପୁଞ୍ଜି ଖଟାଇ ଅଧିକ ଲାଭ ମିଳୁଥିବାର ଗ୍ରାମାଞ୍ଚଳରେ ଛତୁ ଚାଷ ପ୍ରତି ଆଗ୍ରହ ବଢୁଛି। ହେଲେ ସମ୍ପୃକ୍ତ ଅଞ୍ଚଳ ଛତୁ ଚାଷର ପଦ୍ଧତି ନିଆରା। ଏଥିଲାଗି ସ୍ବତନ୍ତ୍ର ଘର କି ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିର ଆବଶ୍ୟକ ପଡୁନି। ଖୋଲା ଆକାଶ ତଳେ ଛାଇ ଜାଗାରେ ହେଉଛି ଛତୁ ଚାଷ। ଏଥିଲାଗି ସବୁଠୁ ବଡ଼ ଆବଶ୍ୟକତା ନଡ଼ା ଆଉ ଛତୁ ମଞ୍ଜି। ସାଧାରଣତଃ ଫେବୃୟାରୀରୁ ଅକ୍ଟୋବର ଯାଏ ଛତୁ ଉତ୍ପାଦନ କରାଯାଏ। ଶୀତ ଦିନେ ଅନୁକୂଳ ପାଣିପାଗ ନ ଥିବାରୁ ଛତୁ ଚାଷ ବନ୍ଦ ଥାଏ। ଛତୁ ଚାଷ ଲାଗି ଅଞ୍ଚଳର ଆଗ୍ରହୀ ଚାଷୀ ଉଦ୍ୟାନ ବିଭାଗ ତରଫରୁ ପ୍ରଶିକ୍ଷଣ ନେଇଛନ୍ତି। ପ୍ରଶିକ୍ଷିତ ଚାଷୀମାନେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ସବୁଠାରୁ ବଡ଼ କଥା ହେଲା, କୋଭିଡ୍‌-୧୯ ଭୟ ସମୟରେ ମଧ୍ୟ ଛତୁ ଉତ୍ପାଦନ ଜାରି ରହିଛି। ଏହାଦ୍ୱାରା କେବଳ ମାଲିକ ଲାଭବାନ ହେଉନାହାନ୍ତି, ବରଂ ଫାର୍ମରେ ନିୟୋଜିତ ଶ୍ରମିକମାନେ ମଧ୍ୟ ବେଶ୍‌ ଦୁଇ ପଇସା ରୋଜଗାର କରୁଛନ୍ତି। ପାଳ ଛତୁ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ପୂରଣ କରିବା ସହ ପଡ଼ୋଶୀ ଜିଲାକୁ ମଧ୍ୟ ରପ୍ତାନୀ ହେଉଛି।
ଏ ନେଇ ଚୁଳିଆ ମୁଣ୍ଡାସାହିର ଅଗ୍ରଣୀ ଚାଷୀ ଆର୍ତ୍ତତ୍ରାଣ ବିଶ୍ୱାଳ (୫୫) କୁହନ୍ତି, ସେ ଦୀର୍ଘ ୧୦ ବର୍ଷ ହେଲା ପାଳ ଛତୁ ଚାଷ କରି ଆସୁଛନ୍ତି। ଏଥିଲାଗି ଆବଶ୍ୟକ ନଡ଼ା ସଂଗ୍ରହ ଲାଗି ସଜାଗ ରହିବାକୁ ପଡ଼େ। ଧାନ ଅମଳ ସମୟରେ ୪ ଲକ୍ଷ ଟଙ୍କା ଯାଏ ନଡ଼ା ସଂଗ୍ରହ କରାଯାଇଥାଏ। ତାଙ୍କ ଫାର୍ମରେ ଆଗରୁ ୨୦ରୁ ୩୦ ଜଣ ଶ୍ରମିକ କାମ କରୁଥିଲେ। ଏବେ କରୋନା ଲାଗି ଯାନବାହନ ଚଳାଚଳ ବାଧାପ୍ରାପ୍ତ କାରଣରୁ ଉତ୍ପାଦନ କମାଇବାକୁ ପଡିଛି। ଫାର୍ମରେ ଏବେ ୪ ଜଣ ଶ୍ରମିକ କାମ କରୁଥିବାବେଳେ ଦୈନିକ ୧୫୦ କେଜି ଛତୁ ବିକ୍ରି ହେଉଛି। ବ୍ୟବସାୟୀମାନେ ଆସି ସିଧାସଳଖ ଛତୁ କିଣି ନେଉଛନ୍ତି। ପୂର୍ବରୁ ଢେଙ୍କାନାଳ, ତାଳଚେର ଅଞ୍ଚଳରୁ ଛତୁ ମଞ୍ଜି ଆଣୁଥିଲୁ। ଏବେ କଟକଣା ଯୋଗୁ ଲୋକାଲ ମଞ୍ଜିରେ କାମ ଚଳାଇବାକୁ ପଡୁଛି। ବିଦେଶରେ ଯାଇ ଖଟିବା ଅପେକ୍ଷା ଏପରି ଚାଷ ଦ୍ୱାରା ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ। ବେକାର ଯୁବତୀଯୁବକ ରୋଜଗାରକ୍ଷମ ହୋଇପାରିବେ ବୋଲି ସେ କହିଛନ୍ତି।

(ସୁଧୀର କୁମାର ପରିଡ଼ା)


Enter your email to get our daily news in your inbox.

All Right Reserved By Dharitri.Com

ଜଣେ କି ଦୁଇ ଜଣ ନୁହନ୍ତି, ଏକାବେଳକେ ଟଳିପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମା ଛତିଶଗଡ଼ କାଙ୍କେର ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୫ ମାଓବାଦୀଙ୍କ ମୃତ୍ୟୁ ...

ଦୁଇ ପରିବାରର ବିବାଦ ନେଇ ମେଡିକାଲରେ ୩ ଦିନ ପଡ଼ିରହିଲା ମୃତଦେହ

ଧରାକୋଟ,୧୬ା୧୧: ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଗାଙ୍ଗପୁରର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ କାରଣ ଅସ୍ପଷ୍ଟ ରହିଛି।...

ଖତଗଦାରେ ଲୁଚାଇ ରଖିଥିଲେ ଲକ୍ଷାଧିକ ଚୋରି ଟଙ୍କା, ମାଡ଼ି ବସିଲା ହାଇଦ୍ରାବାଦ ପୋଲିସ

ଭୋଗରାଇ,୧୬ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ହାଇଦ୍ରାବାଦ ଅଞ୍ଚଳରୁ ଲୁଟ୍‌ ହୋଇଥିବା ଲକ୍ଷାଧିକ ଟଙ୍କା ବଡ଼ମନ୍ଦାରୁଣୀ ଗ୍ରାମରୁ ଉଦ୍ଧାର ହୋଇଛି।...

ଅନାସ୍ଥା ଭୋଟ୍‌ରେ ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା, ମନ୍ତ୍ରୀ କହିଲେ…

ଢେଙ୍କାନାଳ,୧୬ା୧୧(ରତନ ନାୟାର): ଅନାସ୍ଥାରେ ହାରିଗଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ। ଫଳରେ ସଦରରେ ଭୁଶୁଡ଼ି ପଡ଼ିଛି ବିଜେଡି ଗଡ଼। ଶନିବାର ଅନାସ୍ଥା ଭୋଟିଂ...

ବାଲିଯାତ୍ରା କି ବାଣିଜ୍ୟ ମେଳାରେ ଦାରିଙ୍ଗବାଡ଼ି କଫିର ଚାହିଦା ନାହିଁ, ପ୍ରଚାର ପ୍ରସାର ପାଇଁ ଯଦି…

ଦାରିଙ୍ଗବାଡ଼ି,୧୬ା୧୧(ଅରୁଣ ସାହୁ): ଜୈବିକ ପଦ୍ଧତିିରେ ଦାରିଙ୍ଗବାଡ଼ି କଫି ଚାଷ କରାଯାଉଛି। କୋରାପୁଟ ପରେ ଦାରିଙ୍ଗବାଡ଼ି କଫିର ବହୁତ ଚାହିଦା ରହିଛି ହେଲେ ଦାରିଙ୍ଗବାଡ଼ି କଫିକୁ ନେଇ...

ଗୋଲାମୁଣ୍ଡାରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ: ବିକାଶ ପାଇଁ ଖବରଦାତାଙ୍କ ସହଯୋଗ ଆବଶ୍ୟକ

ଗୋଲାମୁଣ୍ଡା,୧୬।୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡାସ୍ଥିତ କଲ୍ୟାଣମଣ୍ଡପ ଠାରେ ଶନିବାର ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲା ସାମ୍ବାଦିକ ୟୁନିୟନ...

ରାତିରେ ଫରେଷ୍ଟରଙ୍କୁ ଗଛରେ ବାନ୍ଧିଦେଇ…

ଦେବଗଡ଼,୧୬।୧୧(ଶଶାଙ୍କ ଶେଖର ଝାଙ୍କର) ହାତୀ ଉପଦ୍ରବକୁ ନେଇ ଉତ୍ତେଜନା। ଫରେଷ୍ଟରଙ୍କୁ ଗଛରେ ବାନ୍ଧିଲେ କ୍ଷତିଗ୍ରସ୍ତ ଚାଷୀ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା...

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସମସ୍ୟା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ପୁରାତନ ଛାତ୍ର ସଂଘର ଦାବିପତ୍ର

ଭବାନୀପାଟଣା,୧୫ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟର ସ୍ବାଭିମାନ ଓ ଅସ୍ମିତା ରକ୍ଷା ପାଇଁ ଶୁକ୍ରବାର ପୁରାତନ ଛାତ୍ରସଂଘ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri