ବ୍ରାସିଲିଆ, ୨୦।୬: କରୋନା ମହାମାରୀ ଯୋଗୁ ପୃଥିବୀର ବିଭିନ୍ନ ଦେଶରେ ଆତଙ୍କ ଦେଖାଦେଇଛି। ବ୍ରାଜିଲ୍ରେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ଏଠାରେ ୫୪ ହଜାର ୭୭୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଏଠାରେ ୧୨ ଶହ ୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବ୍ରାଜିଲ୍ରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୮ ହଜାର ୯୫୪ରେ ପହଞ୍ଚିଛି। ଅପରପକ୍ଷରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୫୬୮ ଛୁଇଁଛି। ସଂକ୍ରମଣ ରୋକିବାରେ ସରକାର ଅସଫଳ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଧୀରେଧୀରେ ଅସନ୍ତୋଷ ବଢ଼ିବାରେ ଲାଗିଛି।