ଭବାନୀପାଟଣା,୨୦।୩(ଡି.ଏନ୍.ଏ.): ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି। ଓଡ଼ିଶାରେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଏହି ସଂକ୍ରମଣକୁ ରୋକିବା ପାଇଁ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। କଳାହାଣ୍ଡି ଜିଲାପାଳ ଡା. ଗାଭାଲି ପରାଗ ହର୍ଷଦଙ୍କ ନିର୍ଦ୍ଦେଶକ୍ରମେ ଜିଲା ସ୍ବାସ୍ଥ୍ୟ ବିଭାଗର ୪୫ଟି ସ୍ବତନ୍ତ୍ର ସ୍କାନିଂ ଟିମ୍ ୧୯ ତାରିଖ ସୁଦ୍ଧା ୧୬୮ଟି ଗ୍ରାମରେ ୩୧୦ ଜଣଙ୍କୁ ସ୍କାନିଂ କରାଯାଇଛି। ଏ ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରାଯାଇଛି।