ଜେନେଭା/ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏଥିରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍ଡାଉନ୍ ଜାରି ହୋଇଛି। କରୋନା ମହାମାରୀ ସମୟରେ ମଧ୍ୟ ପୃଥିବୀରେ ୧୧ କୋଟି ୬୦ ଲକ୍ଷରୁ ଅଧିକ ଶିଶୁ ଜନ୍ମ ନେବେ ବୋଲି ୟୁନିସେଫ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତରେ ଶିଶୁ ଜନ୍ମ ହାର ସର୍ବାଧିକ ରହିବ। ଭାରତରେ ୨ କୋଟି ଏକ ଲକ୍ଷରୁ ଅଧିକ ଶିଶୁ ଜନ୍ମ ନେବାର ସମ୍ଭାବନା ରହିଛି॥ ସେହିପରି ଚାଇନାରେ କୋଟିଏ ୩୫ ଲକ୍ଷ, ନାଇଜେରିଆରେ ୬୪ ଲକ୍ଷ, ପାକିସ୍ତାନରେ ୫୦ ଲକ୍ଷ ଏବଂ ଇଣ୍ଡୋନେସିଆରେ ୪୦ ଲକ୍ଷ ଶିଶୁ ଜନ୍ମ ଗ୍ରହଣ କରିବେ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଆମେରିକାରେ କରୋନା ମହାମାରୀ ସମୟରେ ୩୩ ଲକ୍ଷ ଶିଶୁ ଜନ୍ମ ନେବେ ବୋଲି ଆକଳନ କରାଯାଇଥିବା ୟୁନିସେଫ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେନରିଟା ଫୋରେ ସୂଚନା ଦେଇଛନ୍ତି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍