ଛତ୍ରପୁର,୨୦ା୪(ଡି.ଏନ୍.ଏ.): କରୋନା ଭୂତାଣୁ ସଂକ୍ରମଣ ନେଇ ଲାଗି ରହିଥିବା କଟକଣା ଯୋଗୁ ଗତ ଏକ ମାସ ହେଲା ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର ମତ୍ସ୍ୟଜୀବୀ ଘରେ ହାତ ବାନ୍ଧି ବସିଛନ୍ତି। ଫଳରେ ସେମାନଙ୍କ ଜୀବନ ଜୀବିକା ବିଶେଷ ପ୍ରଭାବିତ ହୋଇଛି। ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିବା ମତ୍ସ୍ୟଜୀବୀମାନେ କହିଛନ୍ତି। ବ୍ୟାଙ୍କରୁ ଋଣ ନେଇ ଏମାନେ ଡଙ୍ଗା ତିଆରି କରିବା, ଜାଲ, ଚିଙ୍ଗୁଡ଼ି ଓ ମାଛ ଫାର୍ମ କରିଛନ୍ତି। ଏହି ଋଣ ପରିଶୋଧ କରିବା କଷ୍ଟକର ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ବ୍ୟାଙ୍କ ଋଣ ଛାଡ଼ କରିବାକୁ ଓଡ଼ିଶା ମତ୍ସ୍ୟଜୀବୀ ଫୋରମର ଉପସଭାପତି ଏମ୍ ଗୁମାଲି, ଫୋରମ୍ର ଗଞ୍ଜାମ କମିଟି ସଭ୍ୟ ଏମ୍ ଦିଲୀପ, ଜି ଗଙ୍ଗାଧର, ଏନ୍ ନାନାୟା, ଏସ୍ ଦଣ୍ଡାସୀ, କେ ସୀମାଞ୍ଚଳ, ପି ମାଦେୟା ପ୍ରମୁଖ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପଠାଇଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ