ସମ୍ବଲପୁର,୨୬।୩(ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ସମ୍ବଲପୁର ଜିଲାରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସହର ଅପେକ୍ଷା ଗ୍ରାମାଞ୍ଚଳରେ ମଧ୍ୟ ଲୋକମାନେ ସଚେତନ ରହିଥିବା ଦେଖିବାକୁ ମିଳୁଛି । ଶାସନ ଥାନା ବହିଦାରନୂଆଁପାଲି ଗ୍ରାମକୁ ଯୁବକମାନେ ସିଲ୍ କରିଦେଇଛନ୍ତି । ଗାଁ ମୁଣ୍ଡ ରାସ୍ତାରେ ବ୍ୟାରିକେଡ ଲଗାଇ ଗ୍ରାମ ରାସ୍ତାକୁ ବନ୍ଦ କରି ଦେଇଛନ୍ତି । ଏପରିକି ବ୍ୟାନର ଲଗାଇ କରୋନା ମୁକାବିଲାରେ ସହଯୋଗ କରନ୍ତୁ ଓ ବାହାର ଲୋକଙ୍କୁ ଗ୍ରାମକୁ ଆସନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି।