ଭୁବନେଶ୍ୱର, ୩୦।୩(ବ୍ୟୁରୋ): କରୋନା ମୁକାବିଲା ନେଇ କୋରାପୁଟ, ଗଜପତି, ନୂଆପଡ଼ା, ନବରଙ୍ଗପୁର ଆଦି ଜିଲାପାଳଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ ସୋମବାର କଥା ହୋଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ସେ ବୁଝାଇଥିବା ଜଣାପଡ଼ିଛି। ଅତି ଗୁରୁତ୍ୱର ସହ ଘଟଣାକୁ ନେଇ କାର୍ଯ୍ୟ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।
ପ୍ରକାଶ ଯେ, ଗତ ୨୮ ତାରିଖରେ ପୁରୀ, କଟକ, ଖୋର୍ଦ୍ଧା ଜିଲାପାଳଙ୍କ ସହ ରାଜ୍ୟପାଳ କଥା ହୋଇଥିଲେ।