ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ଭାଇରସର ମୁକାବିଲା ଲାଗି ସାରା ଦେଶରେ ୨୧ଦିନିଆ ଲକଡାଉନ ଘୋଷଣା କରାଯାଇଛି। ଏହି ଲକଡାଉନ ଘୋଷଣା ପରେ ଅଧିକାଂଶ ଓଡ଼ିଆ ଲୋକ ଦେଶ ତଥା ରାଜ୍ୟ ବାହାରେ ଅଟକି ରହିଯାଇଛନ୍ତି। ଏହି ଲୋକମାନେ ଓଡ଼ିଶା ଆସିବାକୁ କାକୁତି ମିନତି ହେଉଥିବାବେଳେ ଏହାକୁ ନଜରରେ ରଖି ରାଜ୍ୟ ସରକାର ଏକ କଣ୍ଟ୍ରୋଲ ରୁମ ଖୋଲିଛନ୍ତି। ଏହି କଣ୍ଟ୍ରୋଲ ରୁମରେ ଯୋଗାଯୋଗ କରିବା ପାଇଁ ଏକ ଫୋନ (୦୬୭୪-୨୩୯୨୧୧୫/୯୪୩୮୯୧୫୯୮୬) ନଂ ରଖାଯାଇଛି। ଗୃହବିଭାଗ ଅଧୀନରେ ଏହି କଣ୍ଟ୍ରୋଲ ରୁମକୁ ପରିଚାଳନା କରାଯିବ। ଏହି କଣ୍ଟ୍ରୋଲ ରୁମର ଦାୟିତ୍ୱରେ ଅଛନ୍ତି ଆଇଜି ଅପରେଶନ ଅମିତାଭ ଠାକୁର। ଏହା ଗୁରୁବାରଠାରୁ ଖୋଲାଯାଇଥିତ୍ବା ବେଳେ ଓଡ଼ିଶା ବାହାରେ ଥିବା ଲୋକମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।