ଝାରସୁଗୁଡ଼ା ଅଫିସ,୩।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟକୁ ଲାକ୍ଡାଉନ କରାଯାଇଥିଲେ ମଧ୍ୟ କିଛି ଲୋକ ଏହାକୁ ଉଲ୍ଲଂଘନ କରୁଛନ୍ତି। କାର୍ଯ୍ୟାନୁଷ୍ଠାନ ନେଲେ ମଧ୍ୟ ଲୋକେ ସୁଧୁରୁ ନାହାନ୍ତି। ତେବେ ଶୁକ୍ରବାର ଝାରସୁଗୁଡା ପୋଲିସ ଲୋକଙ୍କୁ ଅଭିନବ ଉପାୟରେ ସଚେତନ କରିବା ଆରମ୍ଭ କରିଛି। ଝାରସୁଗୁଡା ଥାନା ଅଧିକାରୀ ସାବିତ୍ରୀ ବଳଙ୍କ ତତ୍ତ୍ୱାବଧାନରେ ପୋଲିସ କର୍ମଚାରୀ ସହରର ବିଭିନ୍ନ ଛକରେ ଉପସ୍ଥିତରହି ପ୍ଲାକାର୍ଡ ଧରି ସଚେତନ କରୁଥିବା ଦେଖିବାକୁ ମିଳିଛି। ଏହି ପ୍ଲାକାର୍ଡ ଗୁଡିକରେ ବିଭିନ୍ନ ସଚେତନତା ବାର୍ତ୍ତା ଉଲ୍ଲେଖ ରହିଛି। ଏହା ସହ ହାତ ଯୋଡି ପୋଲିସ କର୍ମଚାରୀମାନେ ସଚେତନ କରୁଛନ୍ତି।