କରୋନା ମୁକାବିଲା: ସାଇକେଲରେ ସଚେତନତା ବାର୍ତ୍ତା ବାଣ୍ଟିଲା ଓଲଟପୁର ପୋଲିସ

କଣ୍ଟାପଡ଼ା, ୧୭।୪(ଡି.ଏନ୍‌.ଏ.): ମହାମାରୀ କରୋନାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ। ଏ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ମେ’ ୩ ତାରିଖ ପର୍ଯ୍ୟନ୍ତ ଦେଶସାରା ଲକ୍‌ଡାଉନ ଲାଗୁ କରିଛନ୍ତି। ଏହି ସମୟରେ ଜରୁରୀ କାମ ନ ଥିଲେ କେହି ବାହାରକୁ ବାହାରିବା ଉଚିତ୍‌ ନୁହେଁ ବୋଲି ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଏହାକୁ ଅନେକ ଅମାନିଆ ମାନୁ ନାହାନ୍ତି। ଏ ନେଇ କଟକ ଜିଲା ଓଲଟପୁର ପୋଲିସ ପକ୍ଷରୁ ଉକ୍ତ ଥାନା ଅଞ୍ଚଳର ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଶୁକ୍ରବାର ସକାଳୁ କଣ୍ଟାପଡ଼ା, ବାଗଲପୁର ଓ ଅଡ଼ଶପୁର ପଞ୍ଚାୟତରେ ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇଛି। ଓଲଟପୁର ଥାନା ଆଇଆଇସି ଚିନ୍ମୟୀ ସାହୁଙ୍କ ନେତୃତ୍ୱରେ କଟକ ସଦର ଉପଖଣ୍ଡ ପୋଲିସ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା, ଏସ୍‌ଆଇ କୈଳାସ ସାହୁ, ଏଏସ୍‌ଆଇ ଦୂର୍ଯ୍ୟୋଧନ ସେଠୀଙ୍କ ସମେତ ଏହି ଥାନାର ସମସ୍ତ କର୍ମଚାରୀ ସାଇକେଲ ରାଲି କରିବା ସହ ସାମାଜିକ ଦୂରତ୍ୱ, ସାବୁନରେ ହାତ ଧୋଇବା, ବାହାରକୁ ଗଲେ ମାକ୍ସ ପିନ୍ଧିବା ଓ ଜରୁରୀ କାମ ନ ଥିଲେ ବହାରକୁ ନ ବାହାରିବା ପାଇଁ ଜନସାଧରଣଙ୍କୁ ପରାମର୍ଶ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ସୋନପୁର,୭।୧୦(ମୃତ୍ୟୁଞ୍ଜୟ ଶତପଥୀ): ଲାଞ୍ଚ ନେବା ନିର୍ବାହୀ ଯନ୍ତ୍ରୀଙ୍କୁ ମହଙ୍ଗା ପଡିଛି। ତେଲ ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀଙ୍କୁ ଭିଜିଲାନ୍ସ ବିଭାଗ ସୋମବାର...

ଚକଦର ପ୍ରକଳ୍ପକୁ ନେଇ ତେଜିଲା ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୭।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇଠାରେ ପ୍ରସ୍ତାବିତ ଚକଦର ପ୍ରକଳ୍ପକୁ ବିରୋଧ କରି ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘରାଉ କରାଯାଇଛି। ସମାକୋଇ ଚକଦର ପ୍ରକଳ୍ପ...

ଗାଁ ଦାଣ୍ଡରେ ଯୁବକଙ୍କୁ ଛୁରି ଭୁସି ହତ୍ୟା

ସୁନ୍ଦରଗଡ଼,୭।୧୦(ଜୟନାରାୟଣ ମେଣ୍ଡୁଳି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ...

ବିଲ୍‌ କରାଇ ଦେବା ପାଇଁ ଠିକାଦାରଙ୍କୁ ପିସି ମାଗି ଫସିଲେ ଯନ୍ତ୍ରୀ

ତିର୍ତ୍ତୋଲ,୭ା୧୦(ଗୌରାଙ୍ଗ ସ୍ବାଇଁ): ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ୭ ଲକ୍ଷ ଟଙ୍କାର ଏକ ରାସ୍ତା କାମର ବିଲ୍‌ କରାଇ ଦେବା ଲାଗି...

ଉଜୁଡ଼ିବ ୨ ଶହ ଏକର ଚାଷଜମି, ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ନଜର ପଡୁନି

ଜୁନାଗଡ଼,୭।୧୦(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବାଗଡୁଙ୍ଗରୀ ଓ ଭେଜିପଦର ଗ୍ରାମକୁ କେନାଲ ପାଣି ସଠିକ୍‌ ଭାବରେ ପହଞ୍ଚି ପାରୁ ନାହିଁ। ଯାହାଫଳରେ...

ହିଲଭିୟୁରେ ଟୟ ଟ୍ରେନ୍‌

ଦାରିଙ୍ଗବାଡି, ୭/୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଏକ ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ପରିଚିତ ।...

ନଦୀର ଭ୍ରମ ସୃଷ୍ଟି କରୁଛି ରାସ୍ତା

ଦାରିଙ୍ଗବାଡ଼ି,୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ରାଇକିଆ ପର୍ଯ୍ୟନ୍ତ ପ୍ରାୟ ୨୫ କି.ମି. ରାସ୍ତାରୁ ସିମନବାଡିଠାରୁ ସିକକେତା ଗ୍ରାମ ପର୍ଯ୍ୟନ୍ତ ୧୫...

ସୁନାମି, ସାମୁଦ୍ରିକ ଝଡ଼ର ଆଗୁଆ ସୂଚନା ଦିଏ ନାଲି କଙ୍କଡ଼ା

ଭୋଗରାଇ,୭।୧୦(ପ୍ରଦୀପ ଦାସ): ନିଃଶବ୍ଦ ଓ ନିଶ୍ଚଳ ଲୁଣା ଜଙ୍ଗଲ ବେଳାଭୂମିରେ ଦେଖାଯାନ୍ତି ବିରଳ ପ୍ରଜାତିର ନାଲି କଙ୍କଡ଼ା। ଏସିଆ, ୟୁରୋପ, ଅଷ୍ଟ୍ରେଲିଆ ଓ ଆମେରିକା ଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri