କରୋନା ଲଢ଼େଇରେ ଆଉ ଜଣେ ଯୋଦ୍ଧା

ଝାରସୁଗୁଡ଼ା ଅଫିସ,୧୮ା୪- କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ସରକାର ସମଗ୍ର ଦେଶବାସୀଙ୍କ ସହଯୋଗ ଲୋଡୁଥିବା ବେଳେ ଏହି ଲଢ଼େଇରେ ସାମିଲ ହୋଇଛନ୍ତି ଝାରସୁଗୁଡ଼ାର ଡା.ସିଲଓ୍ବନ୍ତି ଜୋଜୋ ା ସମସ୍ତଙ୍କ ପାଖରେ ଜୋଜୋ ମ୍ୟାଡମ୍‌ ଭାବେ ପରିଚିତ ଥିବା ଏହି ମହିଳା ଏବେ ଝାରସୁଗୁଡ଼ା ରକ୍ତ ଭଣ୍ଡାରର ଅଧିକାରୀ ଭାବେ କାର୍ଯ୍ୟରତ। ଝାରସୁଗୁଡ଼ା ଜିଲାରୁ ଅଦ୍ୟାବଧି ୧୮୪ ଜଣ କରୋନା ସନ୍ଦୀଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେହି ବ୍ୟକ୍ତିଙ୍କ ଠାରୁ ନମୁନା ସଂଗ୍ରହ କାର୍ଯ୍ୟରେ ଡା. ଜୋଜୋ ଗତ ମାର୍ଚ୍ଚ ୨୭ରୁ ନିୟୋଜିତ ଥିଲେ । ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟ କରି ଏବେ ହୋମକ୍ୱାରାଣ୍ଟାଇନରେ ଅଛନ୍ତି।
ସୁନ୍ଦରଗଡ ଜିଲା ବନ୍ଧମୁଣ୍ଡା ଗ୍ରାମର ସ୍ବର୍ଗତ ଯୋସେଫ୍‌ ଜୋଜୋ ଓ ସ୍ବର୍ଗତା ଜୋସେଫିନ ଜୋଜୋଙ୍କ ଝିଅ ଡା.ସିଲଓ୍ବନ୍ତି । ସେ ବ୍ରହ୍ମପୁର ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ସାରିବା ପରେ ଏସ୍‌ସିବି ମେଡିକାଲ କଲେଜରେ ପ୍ୟାଥୋଲୋଜିରେ ପିଜି କରିଥିଲେ। ଡା.ସିଲଓ୍ବନ୍ତି ୧୯୯୬ରେ ସୁନ୍ଦରଗଡ ଜିଲା ପଙ୍କଡିହି ଗ୍ରାମର ଟି.କାନ୍ଦୁଲନାଙ୍କୁ ବିବାହ କରିଥିଲେ। ତେବେ ୨୦୧୫ରେ ଟି.କାନ୍ଦୁଲାନାଙ୍କ ପରଲୋକ ଘଟିଥିଲା। ଝାରସୁଗୁଡ଼ା ମଙ୍ଗଳବଜାରସ୍ଥିତ ହସ୍ପିଟାଲ କ୍ୱାର୍ଟର୍ସରେ ନିଜ ଭାଣଜୀଙ୍କ ସହ ରହୁଥିବା ଡା.ସିଲଓ୍ବନ୍ତି କୁହନ୍ତି, ପ୍ରତିଦିନ ହସ୍ପିଟାଲର ଏକ ଗାଡି ତାଙ୍କୁ ନେବା ଆଣିବା କରୁଥିଲା। ସକାଳ ୯ ଟା ବେଳେ ସେ ନମୁନା ସଂଗ୍ରହ କେନ୍ଦ୍ରକୁ ଯାଉଥିବା ବେଳେ ସେଠାରୁ କାମ ସାରି ସିଧା ଘରକୁ ଆସୁଥିଲେ। ଘରେ ପହଞ୍ଚତ୍ବା ପରେ ସେ ଗାଧୋଇ ସାରି ଅନ୍ୟ କାମ କରୁଥିଲେ। ସନ୍ଦୀଗ୍ଧ ବ୍ୟକ୍ତିଙ୍କଠାରୁ ନମୁନା ସଂଗ୍ରହ ବେଳେ କିଏ କରୋନାରେ ଆକ୍ରାନ୍ତ ଜାଣିବା ସମ୍ଭବ ନ ଥାଏ ା ଏଥିପାଇଁ ଖୁବ୍‌ ସତର୍କତା ଅବଲମ୍ବ କରିବାକୁ ପଡିଥାଏ ବୋଲି ଡା.ସିଲଓ୍ବନ୍ତି କୁହନ୍ତି ା ଏଥିପାଇଁ ସେ ବରିଷ୍ଠ ଅଧିକାରୀଙ୍କ ପରାମର୍ଶରେ ଗତ ୧୪ରୁ ହୋମ କ୍ୱାରାଣ୍ଟାଇନରେ ଅଛନ୍ତି। ବର୍ତ୍ତମାନ ଅନ୍ୟଜଣେ ଡାକ୍ତର ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ଡା.ସିଲଓ୍ବନ୍ତି କହିଛନ୍ତି ା ଏହି ଅବସରରେ ଡା.ସିଲଓ୍ବନ୍ତି କୁହନ୍ତି, ସରକାରଙ୍କ ଗାଇଡଲାଇନକୁ ମାନି ସମସ୍ତେ ଚଳିବା ଉଚିତ୍‌ ା ଅଯଥାରେ ବାହାରେ ବୁଲା ବୁଲି ନ କରି ଘରେ ରହିବା ଆବଶ୍ୟକ। କରୋନାକୁ ନେଇ ଭୟଭୀତ ନ ହେବା ଆବଶ୍ୟକ ା ସତର୍କତା, ସାମାଜିକ ଦୂରତା ସହିତ ସମସ୍ତେ ମାସ୍କ ବ୍ୟବହାର କରିବା ଜରୁରୀ, ଏଭଳି କଲେ ଆମେ କରୋନାକୁ ଜିତି ପାରିବା ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri