ଭଦ୍ରକ ଅଫିସ,୨୬।୪: କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଜିଲାର ସମସ୍ତ ଫେରିଘାଟକୁ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ସଟ୍ଡାଉନ୍ ଘୋଷଣା କରିଛନ୍ତି। ପଡୋଶୀ ଜିଲା ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା କାରଣରୁ ସବୁ ଫେରିଘାଟରେ ଯାତାୟାତକୁ ଜିଲା ପ୍ରଶାସନ ବନ୍ଦ କରିଛି। ଏନେଇ ଜିଲାପାଳ ଟୁଇଟର ଯୋଗେ ସୂଚନା ଦେଇଛନ୍ତି। ଅପରପକ୍ଷେ ଜଳପଥ ଯୋଗେ ଅନ୍ୟ ଜିଲା ତଥା ଅନ୍ୟ ରାଜ୍ୟରୁ ଲୋକ ଆସୁଥିବା କାରଣରୁ ଏହାକୁ ବନ୍ଦ କରାଯାଇଥିବା କୁହାଯାଉଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଭଦ୍ରକ, ରାଜ୍ୟ