ଛତ୍ରପୁର, ୨୧।୪(ଡି.ଏନ୍.ଏ.): କରୋନା ସହାୟତା ନେଇ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିଆବାଲି ସ୍ଥିତ ଲକ୍ଷୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳାକେନ୍ଦ୍ର (ଭାଗବତ ଗାଦି) ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ କେନ୍ଦ୍ରର ସଭାପତି ଆର. ସତ୍ୟମ ରେ ଏହି ଚେକ୍ ପ୍ରଦାନ କରିଛନ୍ତି।