ନୂଆଦିଲ୍ଲୀ,୭।୪: କିଭଳି କରୋନା ବିରୋଧରେ ଲଢ଼େଇ କରାଯିବ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପରାମର୍ଶ ଦେଇଛନ୍ତି। ସୋନିଆ ମୋଦିଙ୍କୁ କହିଛନ୍ତି ଯେ, ବିଦେଶ ଯାତ୍ରା କମାଇବା ସହିତ ବିଜ୍ଞାପନ ଲାଗି ହେଉଥିବା ଖର୍ଚ୍ଚରେ କାଟ୍ କରିବା ଆବଶ୍ୟକ। ସରକାର ଟିଭି, ପ୍ରିଣ୍ଟ୍ ଏବଂ ଅନ୍ଲାଇନ୍ରେ ବର୍ଷକୁ ବିଜ୍ଞାପନ ଲାଗି ୧୨୫୦ କୋଟିର ଖର୍ଚ୍ଚ କରୁଥିବା ସୋନିଆ ଟୁଇଟ୍ କରି କହିଛନ୍ତି। ସେହିପରି ବିଦେଶ ଯାତ୍ରା ପାଇଁ ଗୋଟିଏ ବର୍ଷରେ ୩୯୩ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସେ କହିଛନ୍ତି। ଏସବୁ ଖର୍ଚ୍ଚ କାଟ୍ କରାଯାଇ ସଞ୍ଚୟ ହେଉଥିବା ଟଙ୍କାରେ ସହଜରେ କରୋନାର ମୁକାବିଲା କରାଯାଇ ପାରିବ ବୋଲି ସେ କହିଛନ୍ତି। ଏମ୍ପି ମାନଙ୍କର କଟାଯାଇଥିବା ୩୦ ପ୍ରତିଶତ ଦରମା ଶ୍ରମିକ, କୃଷକ ଏବଂ ଛୋଟ ବ୍ୟବସାୟୀଙ୍କ ସହାୟତା ଲାଗି ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ କେୟାରର୍ସ ପାଣ୍ଠିରେ ଥିବା ଟଙ୍କାକୁ ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠିକୁ ସ୍ଥାନାନ୍ତର କରାଯିବ ପାଇଁ ସୋନିଆ କହିଛନ୍ତି। ଏବେ ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠିରେ ୩୮୦୦ କୋଟି ଟଙ୍କା ପଡ଼ି ରହିଛି। ଏହା ଉପଯୋଗ ଶୀଘ୍ର କରାଯିବା ଲାଗି ସୋନିଆ ପରାମର୍ଶ ଦେଇଛନ୍ତି।