Posted inଖେଳ

କରୋନାଭାଇରସ ସଂକ୍ରମଣ ରୋକିବା ପାଇଁ ଏଟିପି, ଡବ୍ଲ୍ୟୁଟିଏର ଉପାୟ ଘୋଷଣା

ଲସ୍‌ ଏଞ୍ଜେଲ୍ସ,୮।୩ (ଏଏଫ୍‌ପି)- ଇଣ୍ଡିଆନ ଓ୍ବେଲ୍ସରେ ବିଏନ୍‌ପି ପାରିବାସ ଓପନ୍‌ ଟେନିସ ଟୁର୍ନାମେଣ୍ଟର ଅବ୍ୟବହିତ ପୂର୍ବରୁ ଏଟିପି ଓ ଡବ୍ଲ୍ୟୁଟିଏ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଉପାୟ ନେଇ ଘୋଷଣା କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱ ଟେନିସର ଏହି ଦୁଇ ସର୍ବବୃହତ୍‌ ପ୍ରଶାସନିକ ସଂସ୍ଥା ବିଏନ୍‌ପି ପାରିବାସ ସହିତ ମିଆମି ଓପନ, ଚାର୍ଲଷ୍ଟୋନ ଓପନ ପ୍ରଭୃତି ଟୁର୍ନାମେଣ୍ଟ ଆୟୋଜନ ହେବାକୁଥିବା ସ୍ଥାନରେ କେତୋଟି ନିୟମ ଲାଗୁ କରିଛନ୍ତି।
ନୂଆ ନିୟମ ଅନୁସାରେ କୋର୍ଟକୁ ଯିବା ବେଳେ ଖେଳାଳି ଓ ମାସ୍କଟ ହାତ ମିଳାଇବେ ନାହିଁ। ବଲ ବୟ ବା ବଲ୍‌ କିଡ୍‌ଙ୍କୁ ଟୁର୍ନାମେଣ୍ଟ ଅବସରରେ ଗ୍ଲୋଭ୍ସ ଦିଆଯିବ। ସେମାନେ ଖେଳାଳିଙ୍କ ଟାଓ୍ବେଲ କିମ୍ବା ପାନୀୟ ବୋତଲ ଧରିବେ ନାହିଁ। ଖେଳାଳିମାନଙ୍କୁ ମଧ୍ୟ ଟାଓ୍ବେଲ, ହେଡବ୍ୟାଣ୍ଡ, ଶାର୍ଟ ଓ ସ୍ବେଟ ବ୍ୟାଣ୍ଡ ବଣ୍ଟନ କରିବାରୁ ବାରଣ କରାଯାଇଛି। ବେଳେବେଳେ ଖେଳାଳିମାନେ ପ୍ରଶଂସକଙ୍କୁ ଏଗୁଡିକ ବିତରଣ ଦେଇଥାନ୍ତି। କିନ୍ତୁ ଏବେ ଏହାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ସେହିପରି ଖେଳାଳିମାନେ ସ୍ବାକ୍ଷର କରିବା ପାଇଁ କହାଠାରୁ କଲମ, ଟେନିସ ବଲ ଓ ଅନ୍ୟ ଜିନିଷ ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରାଯାଇଛି।
ଖେଳାଳି, ପ୍ରଶଂସକ, ଷ୍ଟାଫ୍‌ ଓ ଟୁର୍ନାମେଣ୍ଟ ପରିଚାଳନା ପାଇଁ କାର୍ଯ୍ୟକରୁଥିବା ଲୋକଙ୍କ ସ୍ବାସ୍ଥ ଓ ନିରାପତ୍ତାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛୁ। ଏଥିସହିତ ସର୍ବସାଧାରଣଙ୍କ ସ୍ବାସ୍ଥ୍ୟକୁ ମଧ୍ୟ ଆମେ ଅଗ୍ରାଧିକାର ଦେଉଛୁ ବୋଲି ଏଟିପି ଓ ଡବ୍ଲ୍ୟୁଟିଏ ତରଫରୁ କୁହାଯାଇଛି। ସମ୍ପୁର୍ଣ୍ଣ ୨୦୨୦ ସେସନ ସାରା ଏହି ନିୟମ ଲାଗୁ କରାଯିବ ବୋଲି କୁହାଯାଇଛି। ପୂର୍ବରୁ ମଧ୍ୟ ଇଣ୍ଡିଆନ ଓ୍ବେଲ୍ସ ଟୁର୍ନାମେଣ୍ଟ ଉପଦେଷ୍ଟା କାରୋନାଭାଇରସ ସଂକ୍ରମଣକୁ ପାଇଁ ନିୟମ ଜାରି କରିଥିଲା। ଉଲ୍ଲେଖଥାଉ କି, ଶନିବାର ସୁଦ୍ଧା ବିଶ୍ୱର ୯୫ଟି ଦେଶର ପ୍ରାୟ ୧୫୦,୦୦୦ କରୋନାଭାଇରସରେ ସଂକ୍ରମିତ ହୋଇଛନ୍ତି ଓ ଏଥିରେ ୩, ୫୫୬ ଲୋକ ମୃତ୍ୟୁ ବରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ପୋଲ୍‌ ଖୋଲିଲା: ଭାରତଠାରୁ କିଛି ଶିଖିବାକୁ ପିସିବିକୁ ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୨୪।୯: ପାକିସ୍ତାନ କ୍ରିକେଟ ଦିନକୁ ଦିନ ତଳସ୍ତରକୁ ଯାଉଛି। ୨୦୨୪ ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ପ୍ରଥମ ଥର ପାଇଁ ଟୁର୍ନାମେଣ୍ଟରେ ଭାଗ ନେଉଥିବା...

ଚମତ୍କାର ଅନୁଭବ, ସ୍ବପ୍ନ ସାକାର ହୋଇଛି…

ନୂଆଦିଲ୍ଲୀ, ୨୪।୯ ଭାରତୀୟ ମହିଳା ଓ ପୁରୁଷ ଦଳ ପ୍ରଥମଥର ପାଇଁ ଚେସ୍‌ ଅଲିମ୍ପିଆଡ୍‌ରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ଏଥିପାଇଁ ଦେଶର ଚେସ୍‌ ମହଲରେ...

ରୋହିତ ଶର୍ମା ହେଉଛନ୍ତି ହେଉଛନ୍ତି ୨୪ କ୍ୟାରେଟ୍‌ ସୁନା: କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୯: ରୋହିତ ଶର୍ମା ଏବେ ଭାରତର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଅଛନ୍ତି। ରୋହିତ ଟି-୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ ଟି-୨୦ରୁ...

ପୁଣି ହୃଦୟ ଜିତିଲେ ଧୋନୀ: ଚେନ୍ନାଇ ସୁପର କିଙ୍ଗ୍ସଠାରୁ ନେବେ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ,୨୩।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ନାହାନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ...

୯୭ ବର୍ଷର ରେକର୍ଡ ଭାଙ୍ଗିଲା: ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ କଲା ଏମିତି କାରନାମା

ନୂଆଦିଲ୍ଲୀ,୨୩।୯: ଚେସ ଅଲିମ୍ପିଆଡ଼ରେ ଭାରତ ଇତିହାସ ସୃଷ୍ଟି କରିଛି। ୯୭ ବର୍ଷରେ ଯାହା ଘଟି ନ ଥିଲା, ଡି ଗୁକେଶ ଏବଂ ଅର୍ଜୁନ ଏରିଗାଇସିଙ୍କୁ ଭାରତ...

୩୪ ଟେଷ୍ଟ ଖେଳି ମହାନ….ଧୋନୀ-ପନ୍ତଙ୍କ ମଧ୍ୟରେ ତୁଳନା ହେବାରୁ ଦୀନେଶ କାର୍ତ୍ତିକ କହିଦେଲେ ମନର କଥା

ନୂଆଦିଲ୍ଲୀ,୨୩।୯: କାର ଦୁର୍ଘଟଣା ପରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ସେ ଫେରିବା...

କୋହଲି-ରୋହିତ ନୁହେଁ, ଚଳିତବର୍ଷ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କରିଛନ୍ତି ସର୍ବାଧିକ ରନ୍‌: ଟପ୍‌ ୩ରେ ଅଛନ୍ତି…

ନୂଆଦିଲ୍ଲୀ,୨୩।୯: ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷ ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୫୬ ରନ ସ୍କୋର କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୧୦ ରନ ସ୍କୋର...

ବିରାଟ କୋହଲିଙ୍କ ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୩।୯: କ୍ରିକେଟ ଖେଳ ବହୁ ବର୍ଷ ପୁରୁଣା। ସମୟ ସହିତ ଖେଳ କ୍ରମାଗତ ଭାବରେ ନିଜକୁ ଉନ୍ନତ କରିଆସୁଛି। ଆଜିର ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଆଜିର ବ୍ୟାଟ୍ସମ୍ୟାନ୍‌ମାନେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri