କରୋନାରେ ଅଧିକ ମରୁଛନ୍ତି ଅଣଶ୍ୱେତାଙ୍ଗ ଆମେରିକୀୟ

ଓ୍ବାଶିଂଟନ,୧୧ା୪: ମହାମାରୀ କରୋନା ସଂକ୍ରମଣରେ ଯୁକ୍ତରାଷ୍ଟ୍ର ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୪,୬୮,୮୯୫ରେ ପହଞ୍ଚତ୍ଥିବାବେଳେ ୧୬ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ସାଧାରଣତଃ ରୋଗ କେବେ ଜାତି,ଧର୍ମ, କଳା ଗୋରା ଭେଦଭାବ ଦେଖି ନ ଥାଏ। କିନ୍ତୁ ଆମେରିକାରେ କରୋନା ସଂକ୍ରମଣରେ ଅଧିକ ସଂଖ୍ୟାରେ ଅଣଶ୍ୱେତାଙ୍ଗଙ୍କ ମୃତ୍ୟୁ ଘଟୁଥିବା ଏକ ରିପୋର୍ଟରୁ ଜଣାପଡିଛି। ବିଶେଷକରି ଏହି ଦେଶର କେତେକ ବଡ଼ ସହର ଯଥା ନ୍ୟୁଓର୍‌ଲିନ୍ସ, ଶିକାଗୋ, ଡେଟ୍ରୋଇଟରେ ଆଫ୍ରିକୀୟ-ଆମେରିକୀୟଙ୍କ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଏହି ସହରଗୁଡ଼ିକରେ ଅଧିକ ସଂଖ୍ୟାରେ ଆଫ୍ରିକୀୟ- ଆମେରିକୀୟ ରହିଛନ୍ତି।
ଆମେରିକାରେ ଚତୁର୍ଥ ସର୍ବାଧିକ କୋଭିଡ୍‌-୧୯ ମାମଲା ଲୁଇଜିଆନାରେ ରହିଥିବାବେଳେ ନ୍ୟୁଓରଲିନ୍ସରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ ଅଣଶ୍ୱେତାଙ୍ଗ ମୋଟ ଜନସଂଖ୍ୟାର ୬୦ ପ୍ରତିଶତ। ଲୁଇଜିଆନାରେ କରୋନା ମୃତକଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ଆଫ୍ରିକୀୟ-ଆମେରିକୀୟ ବୋଲି ରାଜ୍ୟ ଗଭର୍ନର ଜନ୍‌ ବେଲ୍‌ ଏଡ୍‌ଓ୍ବାର୍ଡ୍‌ସ କହିଛନ୍ତି। ସେହିପରି ମଧ୍ୟପଶ୍ଚିମ ସହର ଡେଟ୍ରୋଏଟ୍‌, ଶିକାଗୋ ଏବଂ ମିଲ୍‌ଓ୍ବକିରେ ମଧ୍ୟ ସଂକ୍ରମଣରେ ତାରତମ୍ୟ ବୃଦ୍ଧି ପାଇଥିବା ଦେଖାଯାଇଛି। ମିଚିଗାନ ରାଜ୍ୟର ଡେଟ୍ରଏଟରେ ୮୦ ପ୍ରତିଶତ ଅଣଶ୍ୱେତାଙ୍ଗ ରହୁଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁର ୪୦ ପ୍ରତିଶତ ଏହି ସହରରେ ଘଟିଛି। ସେହିପରି ଶିକାଗୋରେ କରୋନା ସଂକ୍ରମିତ ଅଣଶ୍ୱେତାଙ୍ଗଙ୍କ ସଂଖ୍ୟା ସହରର ମୋଟ ସଂକ୍ରମଣର ୭୦ ପ୍ରତିଶତ। ରାଜ୍ୟର ଯେତେଜଣଙ୍କର ଏହି ରୋଗରେ ମୃତ୍ୟୁ ଘଟିଛି, ତାହାର ଅର୍ଦ୍ଧାଧିକ ହେଉଛନ୍ତି ଏହି ଅଣଶ୍ୱେତାଙ୍ଗ।
ଆଫ୍ରିକୀୟ-ଆମେରିକୀୟମାନଙ୍କ ପ୍ରତି ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ହେବାର କାରଣ ହେଲା ସହରାଞ୍ଚଳରେ ଏମାନଙ୍କର ଘନତ୍ୱ ଅଧିକ। ଏହାବ୍ୟତୀତ ସେମାନେ ଜରୁରୀ ଶିଳ୍ପସଂସ୍ଥାରେ କାର୍ଯ୍ୟ କରିଥାନ୍ତି। ମାତ୍ର ୨୦ ପ୍ରତିଶତ ଅଣଶ୍ୱେତାଙ୍ଗ ଘରୁ ରହି କାର୍ଯ୍ୟ କରିବାକୁ ଅନୁମତି ପାଇଥିବାବେଳେ ୩୦ ପ୍ରତିଶତ ଶ୍ୱେତାଙ୍ଗଙ୍କୁ ଏହି ସୁବିଧା ମିଳୁଛି। କରୋନାରେ ଅଧିକ ସଂଖ୍ୟାରେ ଅଣଶ୍ୱେତାଙ୍ଗ ବୃଦ୍ଧଙ୍କ ଜୀବନ ଯାଉଛି। ଏହାବ୍ୟତୀତ ମେଦବହୁଳତା, ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଅଣଶ୍ୱେତାଙ୍ଗ ଆମେରିକୀୟଙ୍କ କ୍ଷେତ୍ରରେ ସଂକ୍ରମଣର ଅଧିକ ବିପଦ ଥିବା ଏକ ଗବେଷଣାରୁ ଜଣାପଡ଼ିଛି।
ସମାଲୋଚକଙ୍କ ମତରେ ସ୍ବାସ୍ଥ୍ୟସେବାରେ ବର୍ଣ୍ଣବୈଷମ୍ୟତା ଏହାର କାରଣ ବୋଲି କୁହାଯାଇଛି। ଏଠାରେ ଅଣଶ୍ୱେତାଙ୍ଗମାନଙ୍କୁ ମେଡିକେଡ୍‌ ଏବଂ ମେଡିକେୟାର ଭଳି ଜନସ୍ବାସ୍ଥ୍ୟ ବୀମା ଯୋଜନାରେ ଶ୍ୱେତାଙ୍ଗଙ୍କ ଭଳି ସମାନ ସୁବିଧା ମିଳି ନ ଥାଏ। ଉପଯୁକ୍ତ ସ୍ବାସ୍ଥ୍ୟସେବା ସୁବିଧା ନ ଥିବା ଅଞ୍ଚଳରେ ଏମାନେ ରହିଥାନ୍ତି, ଯେଉଁଠି ପ୍ରାଥମିକ ଯତ୍ନ ଦୁର୍ଲଭ କିମ୍ବା ବ୍ୟୟସାପେକ୍ଷ। ଅଣଶ୍ୱେତାଙ୍ଗ ରହୁଥିବା ଅଞ୍ଚଳରେ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ନିମ୍ନମାନର ସେବା ଦେଇଥାନ୍ତି ବୋଲି ସେଞ୍ଚୁରୀ ଫାଉଣ୍ଡେଶନ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସରକାର, ଡୋଭାଲଙ୍କ ନାଁରେ ମାମଲା ଦାଏର କଲେ ପନ୍ନୁନ

ଲଣ୍ଡନ,୨୦ା୯:ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର୍‌ ଜଷ୍ଟିସ୍‌ର ଜେନେରାଲ କାଉନସିଲ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ ତାଙ୍କ ଓକିଲଙ୍କ ଜରିଆରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...

ଫୁଡ୍‌ ପ୍ୟାକେଜିଂ: ମଣିଷ ଶରୀରରେ ୩୬୦୦ କେମିକାଲ

ଜୁରିଚ୍‌, ୨୦।୯:ଫୁଡ୍‌ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ୩୬୦୦ରୁ ଅଧିକ କେମିକାଲ ମଣିଷ ଶରୀରରେ ଥିବା ନେଇ ବୈଜ୍ଞାନିକମାନଙ୍କର ଏକ ଅଧ୍ୟୟନ ସାମ୍‌ନାକୁ ଆସିଛି। ସୁଇଜରଲାଣ୍ଡର ଜୁରିଚ୍‌ସ୍ଥିତ...

ନୂଆ ପର୍ଯ୍ୟାୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଗାଜାରୁ ଲେବାନନ୍‌କୁ ମୁହାଁଇଲେ ଇସ୍ରାଏଲୀ ସୈନ୍ୟ

ବେରୁଟ୍‌/ଜେରୁଜେଲମ୍‌,୨୦ା୯:ଲଗାତର ୨ ଦିନ ଧରି ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ ଥରି ଉଠିଥିବାବେଳେ ଗୁରୁବାର ଇସ୍ରାଏଲ୍‌ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ...

ପୃଥିବୀଠାରୁ ୪୦୦ କି.ମି. ଉଚ୍ଚରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୯ା୯: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ...

ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା...

ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା...

ହିଜବୁଲ୍ଲା ମୁଖ୍ୟଙ୍କ ଭାଷଣ ଶେଷ ହେଉ ହେଉ ବୋମା ବର୍ଷା କଲା ଇସ୍ରାଏଲ, ଆଇଡିଏଫ କହିଲା…

ଜେରୁଜେଲମ,୧୯।୯: ଗତ ଦୁଇ ଦିନ ମଧ୍ୟରେ ଇସ୍ରାଏଲ ଲେବାନନ ଉପରେ ଦୁଇଟି ବଡ଼ ଆକ୍ରମଣ କରିଥିଲା। ପ୍ରଥମେ ମଙ୍ଗଳବାରରେ ଏକ ପେଜର୍‌ ବିସ୍ଫୋରଣ ହୋଇଥିଲା ଏବଂ...

କାହିଁକି ଅବସର ବୟସ ସୀମା ବଢାଇଲା ଚାଇନା, କରଜ ଦେଉଥିବା ଡ୍ରାଗନ ପାଖରେ ନାହିଁ…

ବେଜିଂ,୧୯।୯: ଚାଇନାରେ କ୍ରମାଗତ ଭାବେ ଜନସଂଖ୍ୟା ହ୍ରାସ ଏବଂ କର୍ମଚାରୀଙ୍କ ବୟସ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଅବସର ବୟସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri