ଅନେକ ସମୟରେ ଆମେ ବିଭିନ୍ନ ପ୍ରକାର ଚଟଣିକୁ ଖାଦ୍ୟରେ ସାମିଲ କରିଥାଉ। ଯାହା ଖାଦ୍ୟର ସ୍ବାଦ ବଦଳାଇ ଦେବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର ହୋଇଥାଏ। ପ୍ରତିଦିନ ପୁଦିନା ଚଟଣି ଖାଇଲେ କର୍କଟରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ଏହି ଚଟଣି ଖାଇଲେ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଏ। ଏହା ପେଟରେ ଚର୍ବି ଜମା ହେବାକୁ ଦେଇ ନ ଥାଏ ଓ ପାକସ୍ଥଳୀକୁ ସୁସ୍ଥ ରଖିବାର ସହାୟକ ହୋଇଥାଏ। ଏହା ଭୋକ ବଢ଼ାଏ। ଏହା ଇନସୁଲିନ କ୍ଷରଣକୁ ସ୍ବାଭାବିକ କରିଥାଏ। ଫଳରେ ସୁଗାର ଲେବଲ୍ କମ ହୋଇ ଡାଇବେଟିସ୍ ସମସ୍ୟା ଦୂର ହୋଇଥାଏ।