ବେଙ୍ଗାଲୁରୁ,୧୨।୭: କର୍ନାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଶୁକ୍ରବାର ଏହାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। କିଛିଦିନ ହେବ ଲାଗି ରହିଥିବା ଇସ୍ତଫାକୁ ଦେଖି ଭାଜପା କହିଛି କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ ଏବେ ବହୁମତ ହରାଇ ସାରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ବିଦ୍ରୋହୀ ବିଧାୟକଙ୍କ ଆବେଦନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ବାଚସ୍ପତିଙ୍କୁ ସାକ୍ଷାତ କରି ଇସ୍ତଫା ପତ୍ର ପଦାନ କରିବାକୁ ସବୁ ବିଧାୟକଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ବାଚସ୍ପତି ଅଦାଲତଙ୍କୁ ସମୟ ମାଗିଥିଲେ ଯାହାର ଶୁଣାଣି ଶୁକ୍ରବାର ହେବ। ଏପଟେ ଶୁକ୍ରବାର ବିଧାନସଭାର ମୌସୁମୀ ଅଧିବେଶନ ମଧ୍ୟ ଆରମ୍ଭ ହେବ।