କର୍ପୋରେଟ ଜଗତକୁ ସୀତାରାମନ୍‌ଙ୍କ ପୂଜା ଭେଟି

ପାନାଜୀ,୨୧-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କର୍ପୋରେଟ ଜଗତକୁ ପୂଜା ଉପହାର ଭେଟି ଦେବାକୁ ଯାଇ ବଜେଟ ଢ଼ାଞ୍ଚାରେ ଟିକସ ହ୍ରାସ ଘୋଷଣା କରିଛନ୍ତି। ଏହାକୁ ତାଙ୍କର ମିନି ବଜେଟ କୁହାଯାଉଛି। ସେହିପରି ମିନିମମ୍‌ ଅଲ୍ଟରନେଟିଭ ଟିକସ ହ୍ରାସ କରି ସେ କର୍ପୋରେଟ ଜଗତକୁ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଷ୍ଟକ୍‌ ମାର୍କେଟ ନିବେଶକଙ୍କ ପାଇଁ ସେ ବଡ଼ଧରଣର ଘୋଷଣା କରିଛନ୍ତି। କର୍ପୋରେଟ ଟିକସକୁ ୧୦ ପ୍ରତିଶତ ହ୍ରାସ କରି ୨୫.୧୭%ରେ ରଖାଯାଇଥିବା ବେଳେ ଏହା ଏସିଆରେ ଭାରତର ପ୍ରତିଦ୍ୱନ୍ଦ୍ୱି ଦେଶ ଚାଇନା,ଦକ୍ଷିଣ କୋରିଆ ଓ ଇଣ୍ଡୋନେସିଆ ସହ ସମକକ୍ଷ ହୋଇଛି ବୋଲି ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୀତାରାମନ୍‌ ଶୁକ୍ରବାର କହିଛନ୍ତି। ଏହାଦ୍ୱାରା ଚାହିଦା ଓ ନିବେଶ ବଢ଼ିବ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, ଏଥିଯୋଗୁ ସରକାରଙ୍କୁ ବାର୍ଷିକ ୧.୪୫ ଲକ୍ଷ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡିବ।
ଆର୍ଥିକ ଅଭିବୃଦ୍ଧିକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ କର୍ପୋରେଟ ଜଗତକୁ ଖୁସି କରିବାକୁ ଯାଇ ସୀତାରାମନ୍‌ ତାଙ୍କର ଚତୁର୍ଥ ଅଭିବୃଦ୍ଧି ପଦକ୍ଷେପ ଘୋଷଣା କରିଛନ୍ତି। ଘରୋଇ କମ୍ପାନୀ ଓ ନୂଆ ମାନୁଫାକ୍‌ଚରିଂ କମ୍ପାନୀଙ୍କ ଲାଗି ଏକ ଅଧ୍ୟାଦେଶ ଜରିଆରେ କର୍ପୋରେଟ ଟିକସକୁ ହ୍ରାସ କରାଯାଇଛି ବୋଲି ସେ କହିଛନ୍ତି। ତାଙ୍କର କହିବାନୁଯାୟୀ, ଘରୋଇ କମ୍ପାନୀ ଅନ୍ୟ କୌଣସି ଛାଡ଼ ନେଉ ନ ଥିଲେ କେବଳ ୨୨% ଟିକସ ଦେବେ। ତେବେ ସରଚାର୍ଜ ଓ ଅନ୍ୟ ସେସ୍‌ ମିଶାଇଲେ ପ୍ରଭାବୀ ଟିକସ ପରିମାଣ ୨୫.୧୭% ହେବ। ବର୍ତ୍ତମାନ କମ୍ପାନୀଗୁଡ଼ିକ ୩୦% ହାରରେ କର୍ପୋରେଟ ଟିକସ ଦେଉଛନ୍ତି। ସେସ୍‌ ଓ ସରଚାର୍ଜ ମିଶାଇଲେ ଏହା ୩୪.୯୪%ରେ ପହଞ୍ଚତ୍ୟାଉଛି। ଅର୍ଥାତ୍‌ ନୂଆ ଟିକସ ହାର ଲାଗୁ ହେବା ପରେ କର୍ପୋରେଟ ଜଗତର ଟିକସ ହାର ୧୦% ହ୍ରାସ ପାଇବ। ସୂଚନାଥାଉ କି, ପ୍ରାଇଭେଟ, ଲିମିଟେଡ, ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ ଅଥବା ଅଣ ତାଲିକାଭୁକ୍ତ କମ୍ପାନୀ ସମସ୍ତଙ୍କ ଠାରୁ କର୍ପୋରେଟ ଟିକସ ଆଦାୟ କରାଯାଇଥାଏ। କର୍ପୋରେଟ ଟିକସକୁ ସରକାରଙ୍କ ମୁଖ୍ୟ ରାଜସ୍ବ ଆୟ ଭାବେ ଧରାଯାଏ। ସୀତାରାମନ୍‌ କହିଛନ୍ତି ଯେ, କୌଣସି କମ୍ପାନୀ ଯଦି ବର୍ତ୍ତମାନ ଛାଡ଼ ନେଉଛନ୍ତି, ତେବେ ଏହା ଟିକସ ହଲିଡେ ଶେଷ ହେବା ପରେ କମ୍‌ ଟିକସ ହାର ବିକଳ୍ପ ବାଛି ପାରିବେ। ନୂଆ ଟିକସ ହାର ଏପ୍ରିଲ ପହିଲାରୁ ଲାଗୁ ହେବ। ଏହା ଦକ୍ଷିଣ-ପୂର୍ବ ଏସିଆରେ ସବୁଠାରୁ କମ୍‌ ହୋଇଛି।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଅକ୍ଟୋବର ପହିଲା ପରେ ପ୍ରତିଷ୍ଠା ହେବାକୁ ଥିବା ନୂଆ ଘରୋଇ ମାନୁଫାକ୍‌ଚରିଂ କମ୍ପାନୀଙ୍କ ଲାଗି ଟିକସ ହାର ୧୫% ରହିବ। ସରଚାର୍ଜ ଓ ସେସ୍‌ ମିଶାଇଲେ ଏହା ୧୭.୦୧%ରେ ହେବ। ତେବେ ସେମାନଙ୍କୁ ଅନ୍ୟ କୌଣସି ଇନ୍‌ସେଣ୍ଟିଭ ବା ପ୍ରୋତ୍ସାହନ ମିଳିବ ନାହିଁ। ସୂଚନାଥାଉ କି, ନୂଆ ମାନୁଫାକ୍‌ଚରିଂ କମ୍ପାନୀଙ୍କ ପାଇଁ ପୂର୍ବରୁ ୨୫% ଟିକସ ଆଦାୟ କରାଯାଉଥିଲା। ସେସ୍‌ ଓ ସରଚାର୍ଜ ମିଶାଇଦେଲେ ଏହା ୨୯.୧୨%ହେଉଥିଲା। ଅର୍ଥାତ୍‌ ଅକ୍ଟୋବର ପହିଲା ପରେ ନୂଆ ମାନୁଫାକ୍‌ଚରିଂ କମ୍ପାନୀଙ୍କ ଟିକସ ଦେୟ ୧୨% କମିଯିବ। ନୂଆ କମ୍ପାନୀ ଅନ୍ୟ କୌଣସି ପ୍ରୋତ୍ସାହନ ନେଉ ନ ଥିଲେ ତାଙ୍କୁ ଏହି ଫାଇଦା ମିଳିବ। ତେବେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ସେମାନଙ୍କୁ ପ୍ରଡକ୍ସନ ବା ଉତ୍ପାଦନ ଆରମ୍ଭ କରିବାକୁ ହେବ ବୋଲି ସର୍ତ୍ତ ରଖାଯାଇଛି। ଟିକସ ଛାଡ଼ ଦେବା ଦ୍ୱାରା ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଧୀନରେ ନିବେଶ, ରୋଜଗାର ଓ ଆର୍ଥିକ ଗତିବିଧି ବଢ଼ିବ ଏବଂ ରାଜସ୍ବ ଆୟ ବୃଦ୍ଧି ପାଇବ। ଏହାଦ୍ୱାରା ବ୍ୟବସାୟୀ ନୂଆ ମାନୁଫାକ୍‌ଚରିଂ କମ୍ପାନୀ ଖୋଲିବା ଲାଗି ପ୍ରୋତ୍ସାହିତ ହେବେ ବୋଲି ସୀତାରାମନ୍‌ କହିଛନ୍ତି।
ସେହିପରି ସରକାର ମିନିମମ୍‌ ଅଲ୍ଟରନେଟ୍‌ ଟ୍ୟାକ୍ସ ବା ସର୍ବନିମ୍ନ ବିକଳ୍ପ ଟିକସ(ମ୍ୟାଟ୍‌)କୁ ହ୍ରାସ କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, କମ୍ପାନୀଗୁଡ଼ିକ ଏଣିକି ମ୍ୟାଟ୍‌ ବାବଦରେ ୧୫% ଟିକସ ଦେବେ। ସୂଚନାଥାଉ କି, ରିହାତି ହାସଲ କରୁଥିବା କମ୍ପାନୀ ବିଭିନ୍ନ ଛାଡ଼ ପାଉଥିବା କାରଣରୁ ଆଦୌ ଟିକସ ଦିଅନ୍ତି ନାହିଁ। ଏଭଳି କମ୍ପାନୀଙ୍କ ଠାରୁ ମ୍ୟାଟ୍‌ ଆଦାୟ କରାଯାଇଥାଏ। ବର୍ତ୍ତମାନ ସେମାନଙ୍କ ଠାରୁ ୧୮.୫% ଟିକସ ଆଦାୟ କରାଯାଉଛି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ବିଦେଶୀ କମ୍ପାନୀ ଅଧିକ ଉତ୍ସାହିତ ହେବେ। କାରଣ ସେମାନେ ଅଧିକ ମ୍ୟାଟ୍‌ କାରଣରୁ ଭାରତରେ ନିବେଶ କରିବାକୁ ପଛାଉଛନ୍ତି। ସରକାରଙ୍କ ଘୋଷଣା ପରେ ବିଦେଶୀ ନିବେଶକଙ୍କ ଆଗମନ ବୃଦ୍ଧି ପାଇଲେ ମୋଦି ସରକାରଙ୍କ ୨୦୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ କରିବା ସହଜ ହୋଇଯିବ।
ଷ୍ଟକ୍‌ ମାର୍କେଟ ନିବେଶକଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ସରକାର ଶେୟାର ବିକ୍ରି ଉପରେ ଆଦାୟ ହେଉଥିବା କ୍ୟାପିଟାଲ ଗେନ୍ସ ଟ୍ୟାକ୍ସ ଉପରେ ଲାଗୁଥିବା ଅତିରିକ୍ତ ସରଚାର୍ଜକୁ ହଟାଇ ଦେଇଛନ୍ତି। ଜୁଲାଇ ୫ ପୂର୍ବରୁ ଶେୟାର ବାଏବ୍ୟାକ୍‌ ପାଇଁ ଘୋଷଣା କରିଥିବା କମ୍ପାନୀଙ୍କ ପାଇଁ ମଧ୍ୟ ଏହି ଅତିରିକ୍ତ ସରଚାର୍ଜ ଲାଗୁ ହେବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସୂଚନାଥାଉ କି, ଜୁଲାଇ ୫ ସାଧାରଣ ବଜେଟରେ ଉଭୟ ଘରୋଇ ଓ ବିଦେଶୀ ନିବେଶକଙ୍କୁ ଝଟକା ଦେଇ ସରକାର ଅତିରିକ୍ତ ସରଚାର୍ଜ ଲାଗୁ କରିଥିଲେ। ଏଥିସହ ଶେୟାର ବଜାରରେ ନିବେଶ ଉପରେ ଲଙ୍ଗ୍‌ ଟର୍ମ କ୍ୟାପିଟାଲ ଗେନ୍ସ ସରଚାର୍ଜ ବଢ଼ାଇ ଦେଇଥିଲେ। ସରକାରଙ୍କ ନୂଆ ଘୋଷଣା ଦ୍ୱାରା ଷ୍ଟକ୍‌ ମାର୍କେଟରେ ଶେୟାର କିଣାବିକା କରୁଥିବା, ଇକ୍ୟୁଇଟି ମ୍ୟୁଚୁଆଲ୍‌ ଫଣ୍ଡରେ ନିବେଶ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହାଦ୍ୱାରା ଫାଇଦା ମିଳିବ।
ସେହିଭଳି କର୍ପୋରେଟ ସୋସିଆଲ ରେସ୍‌ପନ୍‌ସିବିଲିଟି(ସିଏସ୍‌ଆର୍‌) ଅଧୀନରେ ହେଉଥିବା ୨% ଖର୍ଚ୍ଚର ପରିଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ୨% ସିଏସ୍‌ଆର୍‌ ଅର୍ଥରାଶିକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର,ଅନ୍ୟ କୌଣସି ଏଜେନ୍ସି କିମ୍ବା କେନ୍ଦ୍ର ଓ ରାଜ୍ୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ଅର୍ଥ ଯୋଗାଣ ହେଉଥିବା ଇନ୍‌କ୍ୟୁବେଟର୍ସ ଉପରେ ମଧ୍ୟ ଖର୍ଚ୍ଚ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri