କର୍ପୋରେଟ ଟିକସ ହ୍ରାସକୁ ନେଇ ସ୍ପଷ୍ଟ କଲେ ସୀତାରାମନ୍‌; ବର୍ତ୍ତମାନ ବିତ୍ତୀୟ ନିଅଣ୍ଟ ସଂଶୋଧନ ହେବ ନାହିଁ

ନୂଆଦିଲ୍ଲୀ,୨୩-୯: କର୍ପୋରେଟ, ମିନିମମ୍‌ ଅଲ୍ଟରନେଟ ଟିକସ ତଥା ହୋଟେଲ ଶିଳ୍ପ ପାଇଁ ଟିକସ ହ୍ରାସ ଘୋଷଣା କରାଯିବା ଯୋଗୁ ବିତ୍ତୀୟ ନିଅଣ୍ଟ ଉପରେ ଚାପ ବଢ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି। ଏଥିଯୋଗୁ ସରକାର ଧାର୍ଯ୍ୟ କରିଥିବା ୩.୩%ର ଲକ୍ଷ୍ୟ ଟପିଯିବ ବୋଲି ସେମାନେ କହୁଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିଜର ପଦକ୍ଷେପ ନେଇ ନିଃସନ୍ଦେହ ରହିଛନ୍ତି। କର୍ପୋରେଟ ଟିକସ ହ୍ରାସ ଯୋଗୁ ସରକାର ବିତ୍ତୀୟ ନିଅଣ୍ଟର ସଂଶୋଧନ ଅଥବା ଖର୍ଚ୍ଚକାଟ କରିବେ ନାହିଁ ବୋଲି ସୀତାରାମନ୍‌ ସ୍ପଷ୍ଟ କରିଛନ୍ତି। ୨୦୨୦-୨୧ ବଜେଟରେ ସରକାର ବିତ୍ତୀୟ ନିଅଣ୍ଟ ସଂଶୋଧନ ବିଷୟରେ ଚିନ୍ତା କରିବେ ବୋଲି ସେ କହିଛନ୍ତି। ବିତ୍ତୀୟ ନିଅଣ୍ଟ ସଂଶୋଧନ ନେଇ ପରେ ବିଚାର କରାଯିବ ବୋଲି ସେ ରବିବାର ଖବରଦାତାଙ୍କୁ କହିଛନ୍ତି। ତାଙ୍କର କହିବାନୁଯାୟୀ, ସରକାର ୨୦୧୯-୨୦ର ଦ୍ୱିତୀୟାର୍ଦ୍ଧରେ ବଜାରରୁ ଅତିରିକ୍ତ ଋଣ କରିବା ନେଇ ନିଷ୍ପତ୍ତି ନେବେ। ସୂଚନାଥାଉ କି, ସରକାର ପୂର୍ବରୁ ଗଣମାଧ୍ୟମକୁ କହିଥିଲେ ଯେ, ଭାରତ ଚଳିତ ଆର୍ଥିକ ବର୍ଷରେ ଏହାର ବିତ୍ତୀୟ ନିଅଣ୍ଟର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିପାରିବ ନାହିଁ। ଫଳରେ ଏହାକୁ ସଂଶୋଧନ କରାଯାଇ ୩.୫%ରେ ପୁନଃ ଧାର୍ଯ୍ୟ କରାଯିବ। ପୂର୍ବରୁ ବିତ୍ତୀୟ ନିଅଣ୍ଟ ଜିଡିପିର ୩.୩%ରେ ରହିବ ବୋଲି ସରକାର ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri