କଲଣ ହାଟରେ କରୋନା କଟକଣା ବାଟବଣା

ରସୁଲପୁର,୯।୪(ଡିଏନଏ)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାରେ ଜିଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି। କରୋନା ପାଇଁ ହାଟଗୁଡିକ ଉପରେ ପ୍ରଶାସନ ବିଶେଷ ଦୃଷ୍ଟି ଦେଉଛି। ପ୍ରଶାସନ ହାଟରେ ସାମାଜିକ ଦୂରତା ଓ ସଂଗରୋଧକୁ ଠିକ୍‌ଭାବେ ପରିଚାଳନା କରିବା ପାଇଁ ପ୍ରୟାସ କରି ନୟାନ୍ତ ହେଲାଣି। ଗାଁ ଗହଳିରେ ଥିବା ହାଟଗୁଡିକରେ ଏବେ ବି କରୋନା କଟକଣା ପାଳନ ହେଉ ନ ଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଏହି ବ୍ଲକ କଲଣ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି। ଗୁରୁବାର ସକାଳେ ବସିଥିବା ଏହି ହାଟରେ ସାମାଜିକ ଦୂରତା, ସଂଗରୋଧ, ମୁହଁରେ ମାସ୍କ ନ ପିନ୍ଧିବା, ହାଟକୁ ବାଇକରେ ଆସିବା ଭଳି ଆଇନ ଉଲ୍ଲଂଘନ ହୋଇଛି। ତେଣେ ପ୍ରଶାସନିକ ଅଧିକାରୀମାନେ ବ୍ରହ୍ମବରଦା ଅଞ୍ଚଳ ପାଇଁ ଅଧିକ ସମୟ ଦେଉଛନ୍ତି। ଏହି ଅବସରରେ ଗାଁ ଗହଳିର ହାଟ ପ୍ରତି ବିଶେଷ ନଜର ରହିପାରୁ ନାହିଁ ବୋଲି କୁହାଯାଉଛି। ଏହାକୁ ସୁଯୋଗ ବୋଲି ମନେକରି ଆଖପାଖ ଅଞ୍ଚଳର ଚାଷୀ ଓ ବ୍ୟବସାୟୀମାନେ ବେପାର କରିବାର ସୁଯୋଗ ସୃଷ୍ଟି କରୁଛନ୍ତି। ମାତ୍ର ବେପାର କରିବା ସମୟରେ କରୋନା କଟକଣାକୁ ସମ୍ପୂର୍ଣ୍ଣଭାବେ ଅଣଦେଖା କରୁଛନ୍ତି। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। କଲଣଠାରୁ ମାତ୍ର ୪ କି.ମି. ଦୂରରେ ବାରବାଟୀ ଦୈନିକ ପରିବା ହାଟ ଥିବାବେଳେ ଏଭଳି ଏକ ଘଡସନ୍ଧି ମୁହୂର୍ତ୍ତରେ କଲଣ ଭଳି ଏକ ଗ୍ରାମାଞ୍ଚଳ ହାଟରେ କାହିଁକି ରୋକ ଲଗାଯାଉ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତେବେ ଏହି ସାପ୍ତାହିକ ହାଟ ସୋମବାର ଓ ଗୁରୁବାର ବସୁଥିବାବେଳେ ସକାଳୁ ହାଟରେ କରୋନା କଟକଣା ପାଳନ ହେଉ ନ ଥିବା ଦେଖି କୁଆଖିଆ ପୋଲିସ ହାଟସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ଘଉଡାଇ ଥିଲା ଏବଂ ହାଟକୁ ନିକଟସ୍ଥ ପଡିଆକୁ ସ୍ଥାନାନ୍ତର କରିଥିଲା। ପରବର୍ତ୍ତୀ ସମୟରେ ଯଦି ସାମାଜିକ ଦୂରତା, ସଂଗରୋଧ ଆଦି କଟକଣା ପାଳନ ନ ହୁଏ ତେବେ ହାଟ ବନ୍ଦ କରିଦିଆଯିବ ବୋଲି ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ସୁରକ୍ଷା ସଚେତନତା: ଦ୍ରୁତଗତିରେ ଗାଡ଼ି ନ ଚଳାଇବାକୁ ପରାମର୍ଶ

ଦାରିଙ୍ଗବାଡ଼ି,୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ସଭାଗୃହଠାରେ ସଡ଼କ ସୁରକ୍ଷା ସପ୍ତାହ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାଗୃତି ସମ୍ପାଦକ କୈଳାସ...

ଘନକୁହୁଡ଼ି ସହ ବାଲିଗୁଡ଼ାକୁ ପୁଣି ଫେରିଛି ଶୀତ, ଯାନବାହନ ଚଳାଚଳରେ ବାଧା

ବାଲିଗୁଡ଼ା,୬ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳରେ ମେଘୁଆ ପାଗ ପରେ ପୁଣି କୁହୁଡ଼ି ସାଙ୍ଗକୁ ଫେରିଲା ଶୀତ ଲହରି। ଲଘୁଚାପ ବର୍ଷା ପରେ...

ସାତକୋଶିଆରେ ଆରମ୍ଭ ହେଲା କୁମ୍ଭୀର ଗଣନା

ଅନୁଗୋଳ,୬ା୧: ସୋମବାରଠାରୁ ୩ ଦିନ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ...

ମା’ଙ୍କ ଖର୍ଚ୍ଚ ରସିଦ ବହିରେ ତାଳମେଳ ନାହିଁ

ମହାକାଳପଡ଼ା, ୬ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ପୂର୍ବତନ ଟ୍ରଷ୍ଟିଙ୍କ ଫଲ୍ସ ରସିଦ ହିସାବ ତଦନ୍ତ ବେଳେ ଧରାପଡ଼ିଛି। ୨୦୧୪...

କ୍ରିକେଟ୍‌ରେ ଇତିହାସ ରଚିଲେ ପାକିସ୍ତାନ ଯୋଡ଼ି: ଭାଙ୍ଗିଲା ୨୨ ବର୍ଷର ରେକର୍ଡ

କେପଟାଉନ,୬।୧: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

ବରଗଡ଼ରେ ହେବ ବାଲ୍‌ ଧନୁଯାତ୍ରା

ମଥୁରାନଗରୀ,୬।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି। ଦୀର୍ଘ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଚାଲିବ। ତେବେ ଏହି...

ଭତ୍ରାଡ୍ୟାମ୍‌ରେ ୧୦ ବିଦେଶୀ ପ୍ରଜାପତିର ପକ୍ଷୀ

ଭବାନୀପାଟଣା,୬।୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଡିସେମ୍ବର ଶେଷ ସପ୍ତାହରୁ ଶୀତର ଲହରି ଆରମ୍ଭ ହୋଇଛି। ଶୀତ ଋତୁର ଆରମ୍ଭରୁ ପ୍ରାୟ ୧୦ରୁ ଅଧିକ ପ୍ରଜାତିର ପରିବ୍ରାଜକ...

ମୟୂରଭଞ୍ଜରେ ଜେଏମ୍‌ଏମ୍‌ର ସଭାପତି ଘୋଷଣା

ବାରିପଦା,୬।ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନୂତନ ମୟୂରଭଞ୍ଜ ଜିଲା କମିଟି ଘୋଷିତ ହୋଇଛି। ସ୍ଥାନୀୟ ରଘୁନାଥପୁରସ୍ଥିତ ମଣ୍ଡପରେ ରାଜ୍ୟ ସଭାନେତ୍ରୀ ଅଞ୍ଜନୀ ସୋରେନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri