ଅନୁଗୋଳ ଅଫିସ, ୧୭।୧ – ଜଣେ ମହିଳା ଫରେଷ୍ଟରଙ୍କୁ ବ୍ଲାକମେଲ ଓ ବଳାତ୍କାର ଅଭିଯୋଗରେ ଅନୁଗୋଳସ୍ଥିତ ଫରେଷ୍ଟ ରେଞ୍ଜର କଲେଜର କନିଷ୍ଠ କିରାଣି ବିଶ୍ୱଜିତ ନାଏକଙ୍କୁ ଗତ ୩ ତାରିଖରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କିନ୍ତୁ ଏ ନେଇ କୌଣସି ସୂଚନା ଏ ଯାଏ ଫରେଷ୍ଟ ରେଞ୍ଜର କଲେଜକୁ ପୋଲିସ ପକ୍ଷରୁ ପଠାଯାଇନାହିଁ। ଫଳରେ ସମ୍ପୃକ୍ତ କିରାଣିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ଏଯାଏ କର୍ମଚାରୀ ଜଣକ କୁଆଡ଼େ ଯାଇଛନ୍ତି ସେ ନେଇ କଲେଜ ଅଧ୍ୟକ୍ଷ ଅବଗତ ହୋଇପାରୁନାହାନ୍ତି। ଏପରି କି କନିଷ୍ଠ କିରାଣିଙ୍କ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭିତ୍ତିକରି ସେ ଗତ ୬ ତାରିଖରେ ଅନୁଗୋଳ ଥାନାକୁ ଚିଠି ଲେଖି ଜାଣିବାକୁ ଚାହିଁଥିଲେ। କିନ୍ତୁ ଥାନାକୁ ପଠାଯାଇଥିବା ଚିଠିର ଉତ୍ତର ତାଙ୍କୁ ଅଦ୍ୟାବଧି ମିଳି ନ ଥିବା କଲେଜ ଅଧ୍ୟକ୍ଷ ଭି. କାର୍ତ୍ତିକ ଅଭିଯୋଗ କରିଛନ୍ତି। ଏ ନେଇ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।
ସରକାରୀ ନିମୟ ଅନୁଯାୟୀ କୌଣସି ସରକାରୀ କର୍ମଚାରୀଙ୍କୁ ଗିରଫ କରାଗଲେ ତୁରନ୍ତ ଉକ୍ତ ବିଭାଗୀୟ ମୁଖ୍ୟଙ୍କୁ ପୋଲିସ ଅବଗତ କରିବ। କିନ୍ତୁ ଫରେଷ୍ଟ ରେଞ୍ଜର କଲେଜର କନିଷ୍ଠ କିରାଣିଙ୍କୁ ଗତ ୩ ତାରିଖରୁ ପୋଲିସ ଗିରଫ କରିଥିଲେ ମଧ୍ୟ ଅଦ୍ୟାବଧି ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇ ନାହିଁ। ଫଳରେ ସମ୍ପୃକ୍ତ କନିଷ୍ଠ କିରାଣିଙ୍କୁ ସସ୍ପେଣ୍ଡ କରିବାରେ ସମସ୍ୟା ଉପୁଜୁଥିବା କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଥାନାରେ ଅଟକ ଥିବାବେଳେ କନିଷ୍ଠ କିରାଣି କଲେଜକୁ କିପରି ଛୁଟି ଦରଖାସ୍ତ ପଠାଇଲେ ତାହାର ଖୋଳତାଡ଼ କରା ନ ଯିବା ବୁଦ୍ଧିଜୀବୀ ମହଲକୁ ଆଶ୍ଚର୍ଯ୍ୟ କରିଛି।
ଏ ନେଇ ଅନୁଗୋଳ ଏସ୍ପି ଜଗମୋହନ ମୀନା କହିଛନ୍ତି, ଫରେଷ୍ଟ ରେଞ୍ଜର କଲେଜ ଅଧ୍ୟକ୍ଷଙ୍କୁ ଥାନା ପକ୍ଷରୁ ଚିଠି ପ୍ରଦାନ କରାଯିବ।
କଲେଜ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେଉନି ପୋଲିିସ: ମହିଳା ଫରେଷ୍ଟରଙ୍କୁ ବ୍ଲାକମେଲ, ବଳାତ୍କାର ଅଭିଯୋଗ ଘଟଣା
Posted inଅନୁଗୋଳ, ଆମ ଜିଲା ଖବର View All
ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ
ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...
ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ
ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...
ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍ ଗଲେ ମହିଳା ଅଭିଯୁକ୍ତ
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...
ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ
ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...
ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ
ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...
ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...
ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…
ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...
ସରକାରୀ ଜମି ଛାଡିଲେ ନାହିଁ : ଜିଦ୍ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା
ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍ଏସ୍ ଧାରା ୧୬୩ । କିଛିଦିନ ହେଲା...
Archives


