କଳକଳାଠାରୁ ଢେଙ୍କାନାଳ ସୀମାନ୍ତ ପୂର୍ଣ୍ଣଚନ୍ଦ୍ରପୁର ରାସ୍ତା: ୨ବର୍ଷ ଗଲାନି ୬କୋଟି ଟଙ୍କାର ରାସ୍ତା

ଯାଜପୁର ଅଫିସ,୩୦ା୯- ରାଜ୍ୟର ପର୍ଯ୍ୟଟନର ବିକାଶ ଓ ପ୍ରଚାରପ୍ରସାର ପାଇଁ ପଡୋଶୀ ଜିଲା ମଧ୍ୟରେ ସଡକ ଯୋଗାଯୋଗକୁ ଅଧିକ ଗୁରୁତ୍ୱ ଦିଆଯାଉଛି ା ଏହିକ୍ରମରେ ଯାଜପୁର ଓ ଢେଙ୍କାନାଳ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯୋଗାଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା(ଏମଏମଏସୱାଇ) ନିର୍ମାଣ ହୋଇଛି। ଏଥିପାଇଁ ଯାଜପୁର ଜିଲାର ବଡ଼ଚଣା ବ୍ଲକ କଳକଳାଠାରୁ ଢେଙ୍କାନାଳ ଜିଲା ସୀମାନ୍ତବର୍ତ୍ତୀ ପୂର୍ଣ୍ଣଚନ୍ଦ୍ରପୁର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ମଞ୍ଜୁରୀ ମିଳିଥିଲା ା ଏହି ୧୩.୧୬୩ କିମି ରାସ୍ତା ନିର୍ମାଣ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ ଦ୍ୱାରା ୨୦୧୭ ଅକ୍ଟୋବର ମାସରେ ଶେଷ ହୋଇଛି। ହେଲେ ଭୁବନେଶ୍ୱରର ଜଣେ ଠିକାଦାରଙ୍କ ନାମରେ କାର୍ଯ୍ୟଦେଶ ଦିଆଯାଇ ସ୍ଥାନୀୟ କେତେକ ଠିକାଦାରଙ୍କ ଜରିଆରେ ନିମ୍ନମାନର କାର୍ଯ୍ୟ ସମ୍ପାଦନ କରି ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ହରିଲୁଟ ହୋଇଥିବା ଖବର ଲୋକଲୋଚନକୁ ଆସିଛି। ଫଳରେ ରାସ୍ତା ସମ୍ପୂର୍ଣ୍ଣ ହେବାର ବର୍ଷେ ନ ପୂରୁଣୁ ଅନେକ ଜାଗାରେ ରାସ୍ତା ଦବି ଯାଇ ସ୍ଥାନେସ୍ଥାନେ ଫାଟ ସୃଷ୍ଟି ହୋଇଛି। ଫଳରେ ପଡ଼ୋଶୀ ଢେଙ୍କାନାଳ ଜିଲାକୁ ଯୋଗାଯୋଗ ପୁଣି ବ୍ୟାହତ ହେବାର ସମ୍ଭାବନା ସୃଷ୍ଟି କରିଛି।
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ଅପହଞ୍ଚ ଗ୍ରାମ୍ୟ ରାସ୍ତାଗୁଡ଼ିକୁ ସୁଦୃଢ ପକ୍କା ଏବଂ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ କରିବା ଏହି ଏମ୍‌ଏମ୍‌ଏସ୍‌ୱାଇର ଲକ୍ଷ୍ୟ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା କେତେକ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ ଦୀର୍ଘସ୍ଥାୟୀ ହୋଇପାରୁ ନାହିଁ। ୨୦୧୫-୧୬ ଆର୍ଥିକ ବର୍ଷରେ ଯାଜପୁର ଜିଲାର ବଡ଼ଚଣା ବ୍ଲକ କଳାକଳାଠାରୁ ଢେଙ୍କାନାଳ ଜିଲା ସୀମାନ୍ତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୭କୋଟି ୮୦ଲକ୍ଷ ୯ହଜାର ଟଙ୍କା ମଞ୍ଜୁର ହୋଇଥିବାବେଳେ ୫କୋଟି ୯୦ଲକ୍ଷ ୮୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି ା କିଲୋମିଟର ପିଛା ୪୪ ଲକ୍ଷ ୮୯ ହଜାର ଟଙ୍କା ବିନିଯୋଗ କରାଯାଇଛି ା ଏହି ରାସ୍ତା ଉପରେ ୫ଟି ଗ୍ରାମର ୧୫୦୦ ଲୋକ ଉପକୃତ ହେବେ ବୋଲି କୁହାଯାଇଥିଲା। ବ୍ୟୟ ଅଟକଳ ଅନୁସାରେ ୬ମିଟର ଓସାରରେ ରାସ୍ତା ନିର୍ମାଣ କରାଯାଇଥିଲେ ହେଁ ବିଭିନ୍ନ ଜାଗାରେ ରାସ୍ତା ଧସି ଏବେ ସଙ୍କୁଚିତ ହେବାରେ ଲାଗିଛି। ଜମି ବିବାଦ ଯୋଗୁ ରାସ୍ତା କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ନ ହୋଇ ୧ବର୍ଷ ଅଧିକ ସମୟ ଲାଗିଥିଲା। ତେବେ ନିର୍ମାଣ ଶେଷ ହେବାର ୨ବର୍ଷ ପୂରିବାକୁ ଯାଉଛି। ହେଲେ ଆବଶ୍ୟକ ନିର୍ମାଣ ସାମଗ୍ରୀ ଏଥିରେ ବ୍ୟବହାର ନ କରି ନିମ୍ନମାନର ସାମଗ୍ରୀ ଦ୍ୱାରା ସ୍ଥୂଳତା (ଥିକନେସ) ଉପରେ ଗୁରୁତ୍ୱ ଦିଆଯାଇ ନାହିଁ। ଫଳରେ ରାସ୍ତା ମଝିରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାବେଳେ ଉଭୟ ପାର୍ଶ୍ୱ ରାସ୍ତା ଦବିବାକୁ ବସିଛି। ସମ୍ପୃକ୍ତ ସ୍ଥାନୀୟ ଠିକାଦାରଙ୍କ ଉପରେ ଲୋକ ପ୍ରତିନିଧିଙ୍କ ସିଧାସଳଖ ଆଶୀର୍ବାଦ ଥିବାରୁ ବିଭାଗୀୟ କଟକଣା କାମ କରି ନ ଥିବା ମନେ ହୋଇଛି। ଏ ସଂକ୍ରାନ୍ତରେ ମତାମତ ନେବାକୁ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଭାସ୍କର ସାହୁଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri