‘କଳା ଓ ସଙ୍ଗୀତ ଦ୍ୱାରା ପରିବର୍ତ୍ତନ ସମ୍ଭବ’

ବନ୍ତ,୧୬।୧୦(ସ୍ବ.ପ୍ର.)- କଳା ଓ ସଙ୍ଗୀତର ଯାଦୁକରୀ ପ୍ରଭାବ ରହିଛି। ଏହା ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିବା ସମ୍ଭବ। ଏଥିଲାଗି ଗ୍ରାମାଞ୍ଚଳର କଳା ଓ ସଂସ୍କୃତିକୁ ଉଜ୍ଜୀବିତ ରଖିବା ଓ ଏହାର ପ୍ରଚାର ପ୍ରସାର ଲାଗି ସେ ଛାତ୍ରୀଛାତ୍ରଙ୍କୁ ସଙ୍ଗୀତ ଶିକ୍ଷା ଦେଉଛନ୍ତି ବୋଲି ସଙ୍ଗୀତ ଜଗତରେ ବହୁମୁଖୀ ପ୍ରତିଭାର ଅଧିକାରୀ ସୁପରିଚିତ କଳାକାର ନୃସିଂହ କର ମତବ୍ୟକ୍ତ କରିଛନ୍ତି।
ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ ଚକ୍ରାପାଢୀ ଗ୍ରାମରେ ନୃସିଂହଙ୍କ ଘର । ପିଲାଦିନୁ ସଙ୍ଗୀତ କଳା ପ୍ରତି ଆକୃଷ୍ଟ ହୋଇଥିଲେ। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେ ଯନ୍ତ୍ର ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ପରେ ଉକତ୍ଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ସହାୟତାରେ ଆଗରପଡାସ୍ଥିତ ଶ୍ରୀ ରଘୁନାଥଜୀଉଙ୍କ ସେବାରେ ନିଯୁକ୍ତି ପାଇବା ସହିତ ଉଚ୍ଚଶିକ୍ଷା ଲାଭ କରିଥିଲେ। ସଙ୍ଗୀତ ବାଦ୍ୟଯନ୍ତ୍ରରେ ଚଣ୍ଡିଗଡ ବିଶ୍ୱ ବିଦ୍ୟାଳୟରୁ ବିଶାରଦ, ଡିପ୍ଲୋମା ଓ ଡିଗ୍ରୀ ହାସଲ କରିଥିଲେ। ଓଡିଶାର ସମସ୍ତ ଆଗଧାଡିର ସଙ୍ଗୀତକାରଙ୍କ ସହ ସଙ୍ଗୀତ ପରିବେଷଣର ସୁଯୋଗ ପାଇବା ସହ ହାରମୋନିୟମ, ତବଲା, ବେହେଲା, ଗୀଟାର, ଇଲେକ୍ଟ୍ରୋନିକ୍ସ କେସିଓ ଆଦି ବାଦ୍ୟ ଯନ୍ତ୍ରରେ ସେ ନିଜ ପ୍ରତିଭା ଫୁଟାଇ ପାରିଛନ୍ତି। ସଙ୍ଗୀତ ମଧ୍ୟମରେ ସାମାଜିକ ସଚେତନା ସୃଷ୍ଟି ଲାଗି ସେ ଗଢିଛନ୍ତି ‘ଲୋକଶକ୍ତି’ ଅନୁଷ୍ଠାନ । ଭାରତ ସରକାରଙ୍କ ସଙ୍ଗୀତ ନାଟକ ବିଭାଗ ଦ୍ୱାରା ମନୋନୀତ ହୋଇ ଓଡିଶାର ବିଭିନ୍ନ ପ୍ରାନ୍ତରେ ସଙ୍ଗୀତ ଓ ପଥପ୍ରାନ୍ତ ନାଟକ ପରିବେଷଣ କରି ପରିବେଶ, ସ୍ବାସ୍ଥ୍ୟ, ନାରୀଶିକ୍ଷା, ଶିଶୁ ଶ୍ରମିକ ଉଚ୍ଛେଦ, ବୃକ୍ଷରୋପଣ ଆଦି ସମ୍ପର୍କରେ ସଚେତନତା ସୃଷ୍ଟି କରି ଆସିଛନ୍ତି। ଏବେ ବିଶ୍ୱ ସ୍ବାସ୍ଥ୍ୟ ସେବା ସଂଘରେ ଯୋଗ ଦେଇ ଯୋଗ ମାଧ୍ୟମରେ ସୁସ୍ଥ ଶରୀର ଗଠନ ଲାଗି ଲୋକଙ୍କୁ ବୁଝାଇଛନ୍ତି।
ନୃସିଂହ କହନ୍ତି, କଳା ଓ ସଙ୍ଗୀତ ମୋ ଜୀବନ। ମନରେ ଯେତେ ଦୁଃଖ ଥିଲେ ମଧ୍ୟ ସଙ୍ଗୀତର ତାଳେ ତାଳେ ତାହା ସ୍ବତଃ ଅପସରି ଯାଇଥାଏ। ସମ୍ବଳ ଅଭାବରୁ ଆଗକୁ ବଢିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇ ଥିଲେ ବି ସେ ସଂଘର୍ଷ ଜାରି ରଖିଛନ୍ତି। ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେଇ ସେମାନଙ୍କୁ ସଫଳ କଳାକାର ଭାବେ ଗଢିପାରିଲେ ତାଙ୍କ ଜୀବନ ସାର୍ଥକ ହେବ ବୋଲି କହିଛନ୍ତି ।
ସଙ୍ଗୀତ ସାଧନାକୁ ଆଦରି ନେବା ପରଠାରୁ ସେ ଛୋଟବଡ ଥିଏଟର ଓ ଅପେରା ଗଢିବା ସହ କଳାର ପ୍ରଚାର ପ୍ରସାର ଲାଗି କାର୍ଯ୍ୟ କରି ଆସୁଛନ୍ତି। ଭାରତ ସରକାରଙ୍କ ସଙ୍ଗୀତ ନାଟକ ବିଭାଗ ଦ୍ୱାରା ଯୋଗ୍ୟ ବିବେଚିତ ହୋଇ ‘ଲୋକଶକ୍ତି’ ସଂସ୍ଥା ଜରିଆରେ ଓଡିଶାର ବିଭିନ୍ନ ସ୍ଥାନ ବୁଲି ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରି ସେ ଯଥେଷ୍ଟ ଆନନ୍ଦ ଅନୁଭବ କରିଛନ୍ତି। ସମ୍ପ୍ରତି ଆଗରପଡା ଅଞ୍ଚଳରେ ଛାତ୍ରୀଛାତ୍ରଙ୍କୁ ସଙ୍ଗୀତ ଶିକ୍ଷା ଦେଉଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଉତ୍ସବରେ ସଙ୍ଗୀତ ପରିବେଷଣ କରି ସେ ସମବେତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥାନ୍ତି। ଶେଷ ଜୀବନ ପର୍ଯ୍ୟନ୍ତ ସେ କଳା ସଙ୍ଗୀତକୁ ନେଇ ଜିଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri